ପଲିଥିନ ପାଇଁ ଲକ୍ଷେ ଫାଇନ୍

ବ୍ରହ୍ମପୁର (ଓଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପ୍ରତି ଏକାଧିକ ସଂସ୍କାରମୂଳକ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅଧିକାରୀ ସମ୍ପୂର୍ଣ୍ଣ ସକ୍ରିୟ ରହିଛନ୍ତି। ଆଜି ଜିଲ୍ଲାପାଳ ନେଇଥିବା ଏକ ପଦକ୍ଷେପ ସବୁଠି ଚର୍ଚ୍ଚାର କାରଣ ପାଲଟିଛି। ସୂଚନା ଅନୁସାରେ ଏକ ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବାରୁ ଲକ୍ଷେ ଟଙ୍କା ଫାଇନ୍‌ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ସୂଚନା ଅନୁଯାୟୀ, ସାଇକେଲରେ ବୁଲି ଗୁରୁବାର ସକାଳେ ସଫେଇ କାର୍ଯ୍ୟ ତଦାରଖ କରୁଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେତିକିବେଳେ ଏକ ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବା ଦେଖିଥିଲେ। ଫଳରେ ଜୋରିମାନା ଲଗାଇଥିଲେ। ଏଥିସହ ସହରରେ ଥିବା ଅନ୍ୟ ୪ ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏଁ ମଧ୍ୟ ଜୋରିମାନା ନିର୍ଦ୍ଦେଶ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ମାସ ଶେଷ ପର୍ଯ୍ୟାୟରେ ମଧ୍ୟ ଜିଲ୍ଲାପାଳ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ଅନ୍ୟପକ୍ଷରେ ଘର ଚାରିପାଖ ପରିଷ୍କାର ରଖିବାକୁ ସାଧାରଣ ଲୋକଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published.