ପଶ୍ଚିମବଙ୍ଗରେ ଚାଲିଛି ଚିଠି ଯୁଦ୍ଧ!

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ବିରୋଧରେ ସବୁଠି ଚାଲିଛି ଜୋରଦାର ଲଢ଼େଇ। ତେବେ ଏହାକୁ ନେଇ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ତେବେ ରାଜ୍ୟପାଳଙ୍କୁ ମମତା ଖୋଲାଖୋଲି ଚାଲେଞ୍ଜ୍‌ ଦେଇଥିବା ସୂଚନା ମିଳିଛି। ଏହାର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ରାଜ୍ୟପାଳ।

ସୂଚନା ଅନୁସାରେ ରାଜ୍ୟପାଳ ଶ୍ରୀ ଧନକଡ଼ ଗତ ସପ୍ତାହରେ ମମତା ବାନାର୍ଜୀଙ୍କୁ ୩୭ଟି ପ୍ରସଙ୍ଗକୁ ନେଇ ୧୪ ପୃଷ୍ଠାର ଚିଠି ଲେଖିଥିଲେ। ବଦଳରେ ମମତା ବାନାର୍ଜୀ ମଧ୍ୟ ୧୪ ପୃଷ୍ଠାର ଚିଠି ଲେଖି ପ୍ରତିକ୍ରିୟା ଦେଇଛନ୍ତି। ତେବେ ରାଜ୍ୟପାଳ ସରକାରଙ୍କ କିଛି ବିଗାଡ଼ି ପାରିବେ ନାହିଁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ମମତା। ଏଥିସହ ସେ ଚିଠିରେ ଦର୍ଶାଇଛନ୍ତି ଯେ କରୋନା ସଙ୍କଟ ସମୟରେ କ୍ଷମତା ହାସଲ କରିବାକୁ ରାଜ୍ୟପାଳ ଚେଷ୍ଟା କରନ୍ତୁ ନାହିଁ। ଏପରିକି ରାଜ୍ୟାପାଳଙ୍କ ଚିଠିକୁ ଅପମାନଜନକ ଏବଂ ଧମକପୂର୍ଣ୍ଣ ବୋଲି ମମତା ବର୍ଣ୍ଣନା କରିଛନ୍ତି। ତେବେ ଏହାର ଜବାବରେ  ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିବା ସହ ମମତାଙ୍କ ଚିଠିକୁ ସାମ୍ବିଧାନିକ ଶୃଙ୍ଖଳା ବିରୋଧୀ ଉଲ୍ଲେଖ ପୂର୍ବକ ତାର ଜବାବ ଦେବାକୁ ଘୋଷଣା କରିଛନ୍ତି। ସେ ବହୁତ କିଛି କଥା ଚପାଇ ରଖିଥିବାବଳେ ସେସବୁ ସମ୍ପ୍ରତି ପ୍ରକାଶ କରିବା ଜରୁରୀ ବୋଲି କହିଛନ୍ତି।

Leave a Reply

Your email address will not be published.