କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏସଓଜି ଯବାନଙ୍କ ରହିଛି ସମ୍ପୃକ୍ତି : ବିଷ୍ଣୁ ଦାସ

0
29

ଭୁବନେଶ୍ୱର, (ଓଟି): ଗତ ସେପ୍ଟେମ୍ୱର ୧୦ ତାରିଖରେ କୋରାପୁଟ ଜିଲ୍ଲାର କୁନ୍ଦୁଲି ଗ୍ରାମରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଘଟଣାରେ ଏସଓଜି ଯବାନମାନେ ସମ୍ପୃକ୍ତ ଅଛନ୍ତି ବୋଲି ବିଜେଡ଼ି ଦଳିତ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ଘଟଣା ଉପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ନିଦ୍ଦେର୍ଶକଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଏହି ଘଟଣା ସମ୍ପର୍କରେ ତଦନ୍ତ ରିପୋର୍ଟ ସେଲ‌୍‍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି। ଶ୍ରୀ ଦାସଙ୍କର ଏହି ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତମାନେ ଗିରଫ ହେବା ପର୍ଯ୍ୟନ୍ତ ନିଜର ମନ୍ତବ୍ୟ ରଖିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଘଟଣାରେ ପୋଲିସ କିମ୍ୱା ମାଓବାଦୀମାନେ ସମ୍ପୃକ୍ତ ନାହାନ୍ତି ବୋଲି ପୋଲିସ ମହାନିଦ୍ଦେର୍ଶକ ଡ. ଆର. ପି. ଶର୍ମା ଦେଇଥିବା ମନ୍ତବ୍ୟ ରାଜନୈତିକ ଓ ବୁଦ୍ଧିଜୀବି ମହଲରେ ଆଲୋଡ଼ନ ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ହୋଇଛି।