କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ

0
26

– ପୁଲିସ‍୍‌ ହଇରାଣ କରୁଥିବା ଅଭିଯୋଗ ଆଣିଲେ ନାବାଳିକା

– ଅଭିଯୋଗକୁ ଖଣ୍ଡନ କଲେ ଏସପି

କୋରାପୁଟ/ଭୁୁବନେଶ୍ୱର,(ଓଟି): କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୪ ଜଣ ଯବାନ ସମ୍ପୃକ୍ତ ରହିଥିବା ଦୋହରାଇଛନ୍ତି ପୀଡିତା ନାବାଳିକା । ଅନ୍ୟପକ୍ଷରେ ପୁଲିସ‍୍‌ ପ୍ରକୃତ ଦୋଷୀକୁ ଗିରଫ ନକରି ତାଙ୍କ ସମ୍ପର୍କୀୟମାନଙ୍କୁ ଧରି ହଇରାଣ କରୁଛି ବୋଲି ସମ୍ପୃକ୍ତ ନାବାଳିକା କହିଛନ୍ତି ।

 

ଅନ୍ୟପକ୍ଷରେ ପୀଡ଼ିତାଙ୍କ ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋରାପୁଟ ଏସପି କନ‌୍‍ୱର ବିଶାଲ ସିଂହ। ସେ କହିଛନ୍ତି ଯେ ପୀଡ଼ିତାଙ୍କୁ ପ୍ରଥମ ଦିନରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ମେଡ଼ିକାଲରେ ସ୍ୱତନ୍ତ୍ର ୭ ଜଣିଅ। ଡାକ୍ତରୀ ଟିମ‌୍‍ ତାଙ୍କ ଚିକିତ୍ସା କରୁଥିଲେ। ପୀଡ଼ିତା ଯେପରି ଚାପରେ ନରହିବ, ସେଥିପ୍ରତି ଦୃଷ୍ଟିଦେଇ ସ୍ୱତନ୍ତ୍ର କାଉନ୍ସିଲର ଦିଆଯାଉଛି। ସିଡବ୍ଲୁସି ଟିମ‌୍‍ ଘଟଣାର ତଦାରଖ କରୁଛନ୍ତି। ସୁରକ୍ଷା ଭିତରେ ପୋଲିସ ଚାପ ପକାଇ ନାହିଁ। ପୀଡ଼ିତାଙ୍କ ଅଭିଯୋଗ ଭିତିହୀନ ବୋଲି ଏସପି ଶ୍ରୀ ସିଂହ କହିଛନ୍ତି ।

 

ସେପଟେ ସମ୍ପୃକ୍ତା ନାବାଳିକାଙ୍କୁ ପରିବାର ଲୋକେ ଘରକୁ ନେବା ପାଇଁ ରାଜି ହେଉନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ରଖାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଶୁକ୍ରବାର ପୀଡିତା ନାବାଳିକାଙ୍କର ବୟାନ ରେକର୍ଡ କରାଯାଇଥିଲା । ସୁସ୍ଥ ହେବା ପରେ ସେ କୋରାପୁଟ ଡାକ୍ତରଖାନାରୁ ଡିସ ଚାର୍ଜ ହୋଇଥିଲେ। ଡିସସ୍ଖର୍ଜ ପରେ ଧାରା ୧୬୪ରେ ବୟାନ ରେକର୍ଡ ପାଇଁ କୋରାପୁଟ ତାଙ୍କୁ ଜେଏମ‌୍‍ଏଫସି କୋର୍ଟରେ ହାଜର କରାଯାଇଥିଲା ।

 

ନାବାଳିକା କହିଛନ୍ତି ଯେ ପୋଲିସ ଅସଲ ଆସାମୀଙ୍କୁ ପୋଲିସ‌୍‍ ଗିରଫ ନ କରି ମୋ ସମ୍ପର୍କୀୟଙ୍କୁ ଧରି ପଚରାଉଚୁରା କରୁଛି। ଯଦି ସମ୍ପର୍କୀୟମାନେ ଏଭଳି କାଣ୍ଡ କରିଥାନ୍ତେ ତେବେ ଏତଲାରେ ସେମାନଙ୍କ ନାଁ ଦିଆଯାଇଥାନ୍ତା। ବିନା କାରଣରେ ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ପୋଲିସ‌୍‍ ହଇରାଣ କରୁଥିବାରୁ ମୋ ପରିବାର ଲୋକଙ୍କୁ ଗାଁରେ ଅନେକ ଅପବାଦ ଶୁଣିବାକୁ ମିଳୁଛି। ମୁଁ ଏଥିପାଇଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖରେ ନବମ ଶ୍ରେଣୀ ଛାତ୍ରୀ ଜଣକ ପାସପୋର୍ଟ ଫଟୋ ଉଠାଇ ଫେରୁଥିବା ବେଳେ ପାଖ ଜଙ୍ଗଲରେ ତାଙ୍କୁ ୪ ଜଣ ଦୁବୃର୍ତ ଗଣଦୁଷ୍କର୍ମ କରିଥିଲେ । ସେମାନେ ଯବାନଙ୍କ ପରି ପୋଷାକ ପିନ୍ଧିଥିବା ଅଭିଯୋଗ ହୋଇଥିଲା ।