ବନ୍ଦ ହୋଇପାରେ ‘କୁଲ୍ଫି କୁମାର ବାଜେୱାଲା’

ଷ୍ଟାର୍‌ପ୍ଲସ୍‌ର ଲୋକପ୍ରିୟ ଶୋ’ କୁଲ୍ଫି କୁମାର ବାଜେୱାଲା’ର ପ୍ରଶଂସକଙ୍କ ପାଇଁ ନିରାଶ ଜନକ ଖବର । ଏହି ଶୋ’କୁ ବନ୍ଦ କରିବା ପାଇଁ ଦର୍ଶକଙ୍କ ପକ୍ଷରୁ ଦାବି ହେଉଛି । କାରଣ ଶୋ’ର ନୂଆ ମୋଡ଼ ଦର୍ଶକଙ୍କୁ ପସନ୍ଦ ହେଉନାହିଁ । ଏହାକୁ ଦର୍ଶକ ସବୁଠାରୁ ଘୃଣ୍ୟ, ବିରକ୍ତ ଓ ଆଧାରହୀନ ବୋଲି କହିଛନ୍ତି ।

ଗତ ଏପିସୋଡରେ ଦେଖିବାକୁ ମିଳିଥିଲା ଯେ – ଲବଲିନ୍ ଚଡ୍ଡା ନିଜ ଝିଅ ଅମାୟରାଙ୍କୁ ବିଷ ପିଆଇଥିଲେ । ଏହାପରେ ଅମାୟରା ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କ ଅବସ୍ଥା ସିରିୟସ୍ ହୋଇଥିଲା । ଏଭଳି ଏକ ମୋଡ଼କୁ ଦେଖିବା ପରେ ଦର୍ଶକ ଏହାକୁ ନେଇ ଶୋ’ ନିର୍ମାତାଙ୍କ ଉପରେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଶୋ’କୁ ବନ୍ଦ କରିବାକୁ ଦାବି କରିଛନ୍ତି । ଶୋ’ ନେଇ ଦର୍ଶକଙ୍କ ଅସନ୍ତୋଷର ପ୍ରମାଣ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ଦର୍ଶକ ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି ଯେ ଜଣେ ମା’ ତାର ନିଜ ଝିଅକୁ ବିଷ ପିଆଇପାରିବ । ସୂଚନାଯୋଗ୍ୟ ଏହି ଶୋ’ ଟିଆର୍ପି ତାଲିକାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ବାପା-ଝିଅର ସୁନ୍ଦର ସମ୍ପର୍କକୁ ନେଇ ଶୋ’ର କାହାଣୀ ଆଗକୁ ବଢ଼ିଚାଲିଛି ।

ଘରେ ଭଗବାନଙ୍କ ମୂର୍ତ୍ତି ରଖିଥିଲେ, ଜାଣନ୍ତୁ ଏ ସମ୍ପର୍କିତ କିଛି ନିୟମ 

Leave a Reply

Your email address will not be published.