ହାତ ନୁହେଁ ହାତୀ: ବିଏସ୍‌ପିରେ ଯୋଗ ଦେଲେ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଅଧିକ ସୁବିଧାସୁଯୋଗ ଦାବି କରି କଂଗ୍ରେସ ଓ ବିଧାୟକ ପଦ ଛାଡ଼ିଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ରବିବାର ବବହୁଜନ ସମାଜବାଦୀ ପାର୍ଟି (ବିଏସ୍ରେ‌ପି) ଯୋଗ ଦେଇଛନ୍ତି। ଭୁବନେଶ୍ଵରରେ ଏଥିଲାଗି ଏକ ମିଶ୍ରଣ ଉତ୍ସବ ଆୟୋଜନ କରାଯାଇଥିଲା। ବିଏସ୍‌ପି ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ଥିଲେ।

ଏହି ମିଶ୍ରଣ ପରେ କୃଷ୍ଣଚନ୍ଦ୍ର ଆସନ୍ତା ନିର୍ବାଚନରେ ହାତ ନୁହେଁ ହାତୀ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି। ଦରକାର ପଡ଼ିଲେ ସେ ନବୀନଙ୍କ ବିରୋଧରେ ସିଧାସଳଖ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଶଗରିଆ। “ମାୟାବତୀ ଚାହିଁଲେ ମୁଁ ନବୀନଙ୍କ ସହ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି’’ ବୋଲି ସେ କହିଛନ୍ତି। ଏହାବାଦ୍‌ ସାମ୍ବାଦିକମାନଙ୍କୁ ଶ୍ରୀ ସିହ କହିଛନ୍ତି, ବିଏସ୍‌ପି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ମାୟାବତୀ ପ୍ରଚାର ପାଇଁ ଆସିବେ।

କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ରଙ୍କୁ କଂଗ୍ରେସ ବହିଷ୍କାର କରି

ସେଦିନ ନକ୍ସଲ, ଆଜି ଆଦର୍ଶ: ୩ ବର୍ଷ ପରେ କେମିତି ରହିଛି ଜଙ୍ଗଲରେ ହୋଇଥିବା…

Leave a Reply

Your email address will not be published.