ହଟ୍ ଜାୟୋ ବାଜୁ ଆୟା ରାଜୁ, ‘କୁଲି ନଂ୧’ର ଫାଷ୍ଟଲୁକ୍

ବରୁଣ୍ ଧୱନ୍ ଓ ସାରା ଅଲ୍ଲୀ ଖାନ୍ ଷ୍ଟାରର୍ ‘କୁଲି ନଂ ୧’ର ମୋସନ୍ ପୋଷ୍ଟର୍ ସୋସିଆଲ୍ ମିଡିଆକୁ ଆସିଯାଇଛି । ବରୁଣ ଏହାକୁ ସେୟାର୍ କରିବା ସହ କ୍ୟାପସନ୍ କରିଛନ୍ତି – ‘ହଟ୍ ଜାୟୋ ବାଜୁ ଆୟା ରାଜୁ କୁଲି ନଂ ୧ । ୧ ମଇ ୨୦୨୦’ । ପୋଷ୍ଟରରେ ବରୁଣଙ୍କ କୁଲି ଷ୍ଟାଇଲ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । କୁଲି ଡ୍ରେସ୍ ସହିତ କୋହ୍ଲାପୁରୀ ଚପଲରେ ବରୁଣଙ୍କୁ ବେଶ୍ ମାନୁଛି ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା । ଏହି ସର୍ଟ ଭିଡିଓରେ ବ୍ୟାକଗ୍ରାଉଣ୍ଡରେ ସାରାଙ୍କ୍ ଜୋର ପାଟିରେ କୁଲି ବୋଲି କହୁଥିବାର ଣୁଣିବାକୁ ମିଳୁଛି ଏବଂ ତା ସାଙ୍ଗକୁ ହାଲକା ମ୍ୟୁଜିକ୍ ଭାବେ ରହିଛି ‘ତୁଝମୋ ମିର୍ଚି ଲଗି ତୋ ମେ କ୍ୟା କରୁଁ’ ।

ଏହା ସହିତ ଦୁଇଟି ଷ୍ଟିଲ୍ ପୋଷ୍ଟର୍ ମଧ୍ୟ ରହିଛି । ଗୋଟିଏ ପୋଷ୍ଟରରେ ବରୁଣ ଓ ସାରାଙ୍କ ରୋମାଣ୍ଟିକ୍ ଅନ୍ଦାଜର ଝଲକ ଥିବାବେଳେ ଅନ୍ୟଟିରେ ଅଛନ୍ତି ବରୁଣ । ୧୯୯୫ରେ ରିଲିଜ୍ ହୋଇଥିବା ଏବଂ ଗୋବିନ୍ଦା ଓ କରିସ୍ମାଙ୍କ ଅଭିନୀତ ବ୍ଲକବଷ୍ଟର୍ ଫିଲ୍ମ ‘କୁଲି ନଂ ୧’ର ରିମେକ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି । ଡେଭିଡ୍ ଧୱନ୍ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ପ୍ରଯୋଜକ ଭାବେ ଅଛନ୍ତି ବାସୁ ଭଗନାନି ।

Leave a Reply

Your email address will not be published.