ଖୋର୍ଦ୍ଧା-ଗଞ୍ଜାମ ସୀମା ସିଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍‌ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ଏନେଇ  ଟ୍ବିଟ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ଗଞ୍ଜାମରୁ ଭୂବନେଶ୍ବର ଯିବା ପାଇଁ କାହାକୁ ଅନୁମତି ମିଳିବ ନାହିଁ । ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି ।

Leave a Reply

Your email address will not be published.