‘କେଶରୀ’ର ଟ୍ରେଲର୍ ଆଉଟ୍

ବଲିଉଡ୍ ଖିଲାଡ଼ି ଅକ୍ଷୟ କୁମାର ଓ ପରିଣୀତି ଚ୍ରୋପାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘କେଶରୀ’ର ଟ୍ରେଲର୍ ରିଲିଜ୍ ହୋଇଛି। ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁକ୍ତିଲାଭକୁ ସିନେପ୍ରେମୀ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରି ବସିଛନ୍ତି । ଏହାର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ସାରାଗଢ଼ି ଯୁଦ୍ଧରେ ୧୮୯୭ରେ ଆଫଗାନର ବିଶାଳ ସେନାବାହିନୀ ବିରୁଦ୍ଧରେ କେବଳ ୨୧ ଜଣ ଶିଖ୍ ଯୁଦ୍ଧ ଲଢ଼ିଥିଲେ ଏବଂ ବିଜୟ ହାସଲ କରିଥିଲେ ।

ଶିଖିଙ୍କ ଏହି ସାହାସ ଓ ବିରତ୍ୱର କାହାଣୀକୁ ଆଧାର କରି ଫିଲ୍ମ ନିର୍ମିତ । ଏହାର କିଛି ଝଲକ ଟ୍ରେଲର୍ରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏଭଳି ଏକ ଯୁଦ୍ଧିଭିତ୍ତିକ ଫିଲ୍ମ କରୁଥିବାରୁ ଅକ୍ଷୟ ଏହାକୁ ନେଇ ବେଶ୍ ଉତ୍ସାହିତ ଜଣାପଡ଼ୁଛନ୍ତି। ୟଶ୍ ଜୋହର୍, କରଣ ଜୋହର୍, ଅପୂର୍ବା ମେହେତା ଓ ସୁନିର୍ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ‘କେଶରୀ’ରେ ପ୍ରଥମ ଥର ପାଇଁ ଅକ୍ଷୟ ଓ ପରିଣୀତି ଏକାଠୀ ପରଦା ଉପରକୁ ଆସିବେ । ଆସନ୍ତା ମାର୍ଚ୍ଚ ୨୧ରେ ‘କେଶରୀ’ ମୁକ୍ତିଲାଭ କରିବ ।

‘ଗଲିବୟ’ର ବକ୍ସ ଅଫିସ୍ ବ୍ୟବସାୟ 

ପୁଣିଥରେ ଚର୍ଚ୍ଚାରେ ଅଛନ୍ତି ନେହା 

Leave a Reply

Your email address will not be published.