ସ୍କୁଟି ଚାଳକଙ୍କୁ ଚାପିଦେଲା ବସ୍, ଯୁବକଙ୍କ ମୃତ୍ୟୁ ପରେ ଗାଡି ପୋଡିଦେଲେ ଉତ୍ତ୍ୟକ୍ତଲୋକ

କେନ୍ଦ୍ରାପଡ଼ା , (ଓଡିଶା ଟାଇମ୍):  କେନ୍ଦ୍ରାପଡ଼ା ଜିଲା ୫ ନମ୍ବର ଜାତୀୟ ରାଜପଥ ହଳଦିଆପଡ଼ା ରାଧାଭାଟି ନିକଟରେ ବୁଧବାର ସକାଳେ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହଳଦିଆପଡ଼ା ଗ୍ରାମର ଜଣେ ୨୪ ରୁ ୨୮ ବର୍ଷିୟ ଯୁବକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେବାରୁ ଘଟଣାସ୍ଥଳରେ ଉତ୍ତ୍ୟଜନା ସୃଷ୍ଟି ହେବା ସହ ସ୍ଥାନୀୟଲୋକେ ବସକୁ ସମ୍ପୂର୍ଣ୍ଣ ଜାଳିଦେଇଛନ୍ତି। 

ସୂଚନା ଅନୁସାରେ ରାସ୍ତାର ବାମ ପାର୍ଶ୍ବରେ ଟ୍ରକ୍ ଭିଡ ଥିବାରୁ ବସଟି ବଡପାଳ ଛକରୁ ଡାହାଣ ପଟେ ଆସୁଥିଲା । ଏହି ସମୟରେ ଯୁବକ ଜଣଙ୍କ ହଳଦିଆ ଗ୍ରାମରୁ ବଡପାଳ ଛକକୁ ଆସୁଥିଲେ । ବସ୍ ବେଗ ଏତେ ତୀବ୍ରତର ଥିଲା ଯେ ଡ୍ରାଇଭର ବସଟିକୁ ନିୟନ୍ତ୍ରଣକୁ ଆଣିପାରିନଥିଲେ । ଫଳରେ ସ୍କୁଟି ଚାଳକଙ୍କୁ ବସ୍ ଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତକ ମାର୍ଶାଘାଇ ଥାନା ହଳଦିଆ ଗାଁର ବିକାଶ ନାୟକ ।

ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକ ବସଟିକୁ ପୋଡିଦେଇଥିଲେ । ‘ଲୋକନାଥ’ ନାମକ ବସ୍ ଟି କଲିକତାରୁ ପାରାଦ୍ବୀପ ଯାଉଥିଲା । ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି ।

Leave a Reply