‘କେବିସି ୧୧’ର ପ୍ରଥମ ପ୍ରୋମୋ ସୁଟିଂ ଶେଷ

ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି’ର ୧୧ ତମ ସଂସ୍କରଣ ଖୁବ୍ ଶୀଘ୍ର ଅନଏୟାର୍ ହେବାକୁ ଯାଉଛି । ସୋମବାର ଦିନ ଶୋ’ର ହୋଷ୍ଟ୍ ବିଗ୍ ବି ଲକ୍ଷେ୍ନାଠାରେ ଏହା ପ୍ରଥମ ପ୍ରେମୋର ସୁଟିଂ ଶେଷ କରିଛନ୍ତି । ‘ଦଙ୍ଗଲ’ ଭଳି ବ୍ଲକବଷ୍ଟର୍ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ପ୍ରୋମୋର ନିର୍ଦ୍ଦେଶନା ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ପ୍ରୋମୋ ଭିଡିଓର ସୁଟିଂ ଫିଲ୍ମସିଟିରେ କରାଯିବାର ଯୋଜନା ରହିଥିଲା । କିନ୍ତୁ ବିଗ୍ ବିଙ୍କ ବିଜି ସେଡ୍ୟୁଲ୍ ହେତୁ ଏହାକୁ ଲକ୍ଷେ୍ନାରେ ସୁଟିଂ କରାଯାଇଛି । କାରଣ ଏବେ ମହାନାୟକ ବିଗ୍ ବିଙ୍କ ଅପକମିଙ୍ଗ୍ ଫିଲ୍ମ ‘ଗୁଲାବୋ ସିତାବୋ’ର ସୁଟିଂ ଲକ୍ଷେ୍ନାରେ କରାଯାଉଛି । ତେଣୁ ଏହି ଭିତରୁ ସମୟ ବାହାର କରି ଫିଲ୍ମସିଟିରେ ‘କେବିସି’ର ସୁଟିଂ ସମ୍ଭବ ନଥିଲା । ତେଣୁ ଶୋ’ର ମେକର୍ସ କେବିସିର ସୁଟିଂ ସେଡ୍ୟୁଲରେ ପରିବର୍ତ୍ତନ କରି ଲକ୍ଷେ୍ନା ଯାଇଥିଲେ । ସେଠାରେ ବିଗ୍ ବି ପ୍ରଥମେ ଫିଲ୍ମର ଓ ତା’ପରେ ପ୍ରୋମୋ ସୁଟିଂ ସାରିଥିଲେ ।

ସୁଜିତ୍ ସରକାରଙ୍କ ନିର୍ଦ୍ଦେଶିତ ‘ଗୁଲାବୋ ସିତାବୋ’ର ସୁଟିଂ ଲକ୍ଷେ୍ନାରେ ପ୍ରାୟ ୧ମାସ ପର୍ଯ୍ୟନ୍ତ ଚାଲିବ । ତେଣୁ ‘କେବିସି ୧୧’ର ଦ୍ୱିତୀୟ ପ୍ରୋମୋ ମଧ୍ୟ ଲକ୍ଷେ୍ନାରେ କରାଯିବ ବୋଲି ପ୍ଲାନିଙ୍ଗ୍ କରାଯାଇଛି । ଆସନ୍ତା ଅଗଷ୍ଟ ମାସ ୧୯ ତାରିଖରୁ ଶୋ’ ଟେଲିକାଷ୍ଟ୍ ହୋଇପାରେ ।

Leave a Reply

Your email address will not be published.