‘କେବିସି’ ପାଇଁ ଇଟାଲିରୁ ଆସେ ବିଗ୍ ବିଙ୍କ ସୁଟ୍, ବିଦେଶରୁ ଆସେ ସୁଟ୍ ବୋତାମ

‘କୌନ୍ ବନେଗା କାରୋଡ଼ପତି’ର ୧୧ ତମ ସଂସ୍କରଣର ଘୋଷଣା ହେବା ପରଠାରୁ ଏହାକୁ ନେଇ କୌଣସି ନା କୌଣସି ଖବର ସୋସିଆଲ୍ ମିଡିଆରେ ରହୁଛି । ଏହି ଧାରାରେ ଏବେ ଆଉ ଏକ ଖବର ମିଳିଛି ଯେ ‘କେବିସି’ରେ ବିଗ୍ ବିଙ୍କ ଷ୍ଟାଇଲ୍ ଆଇକନ୍ ସାଜୁଥିବା କୋଟ୍ ଓ ସୁଟ୍ ବିଶେଷ ଭାବେ ଅର୍ଡ଼ର୍ କରାଯାଇଥାଏ । ଏହା ଇଟାଲିରୁ ଆସିଥାଏ । ପ୍ରଥମେ ଏହି ଫେବ୍ରିକ୍ ଆସିବା ପରେ କ୍ୟାମେରାକୁ ଫିଟ୍ ହେବା ପାଇଁ ଏକ ସ୍କ୍ରୀନ୍ ଟେଷ୍ଟ୍ ରଖାଯାଏ । କ୍ୟାମେରା ଲୁକ୍ ଏବଂ ଏହା ବିଗ୍ ବିଙ୍କୁ ଏକ ପରଫେକ୍ଟ ଷ୍ଟାଇଲ୍ ଦେବା ପରେ ଏହାକୁ କନଫର୍ମ କରାଯାଏ । ଦକ୍ଷ ଫେବ୍ରିକ୍ ଡିଜାଇନରମାନଙ୍କ ଏକ ଟିମ୍ ଏହାକୁ ପ୍ରସ୍ତୁତ କରିଥାନ୍ତି । ଫାଇନାଲ୍ ଅର୍ଡ଼ର୍ ପରେ ଏହାକୁ ଫେରସ୍ତ କିମ୍ବା ବଦଳାଇବା ଅପସନ୍ ନଥାଏ । ଏଥିରେ ଯେଉଁ ଡ୍ରେସ୍ ପ୍ରସ୍ତୁତ ହୁଏ, ତାହା ଯୁବପିଢ଼ିଙ୍କ ପାଇଁ ସାଜିଥାଏ ଷ୍ଟାଇଲ୍ ଆଇକନ୍ ।

ଗତ ବର୍ଷ ଓ ଚଳିତବର୍ଷ ‘କେବିସି’ ପାଇଁ ବିଗ୍ ବିଙ୍କ ଡ୍ରେସ୍ ଡିଜାଇନର୍ ଅଛନ୍ତି ପ୍ର୍ରିୟା ପାଟିଲ । ପ୍ରିୟାଙ୍କ କହିବା ଅନୁଯାୟୀ ‘କେବିସି ୧୧’ ରେ ବିଗ୍ ବିଙ୍କ ଲୁକ୍ କ୍ଲାସିକ୍ ରହିବ । କ୍ଲାସିକ ଲୁକ୍ ବିଗ୍ ବିଙ୍କୁ ଖୁବ୍ ପସନ୍ଦ । ନେଭି ବ୍ଲୁ ଓ ବ୍ଲାକ୍ ରଙ୍ଗର ସୁଟ୍ ସହିତ ଏଥର ଟାଇ ନଟରେ ଅନେକ ଏକ୍ସରିପେଣ୍ଟ୍ କରାଯିବ । ପ୍ରିୟା ଆହୁରି ମଧ୍ୟ କହିଛନ୍ତି ଯେ କେବଳ ସୁଟ୍ ନୁହେଁ ସୁଟରେ ଲାଗିଥିବା ବୋତାମ ମଧ୍ୟ ବିଦେଶରୁ ଆସିଥାଏ । ଜାପାନ୍, ତୁର୍କି, ଇଟାଲି ଓ କୋରିଆରୁ ବୋତାମ ଆସିଥାଏ । ଏଥର ମୁଖ୍ୟ ଆକର୍ଷଣ ହେଉଛି ଟାଇ ନଟ୍ । ବିଗ୍ ବି ଯାହା କ୍ୟାରି କରନ୍ତି, ତାହା ଏକ ଷ୍ଟାଇଲ୍ ସିମ୍ବଲ୍ ହୋଇଯାଏ ବୋଲି ପ୍ରିୟା କହିଛନ୍ତି । ବିଗ୍ ବିଙ୍କ ଡ୍ରେସ୍ ଡିଜାଇନର୍ ହେବା ସତରେ ପ୍ର୍ରିୟାଙ୍କ ପାଇଁ ଏକ ଗୌରବ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published.