୩୫ ତମ ଜନ୍ମଦିନ ଉପଭୋଗ କରୁଛନ୍ତି କ୍ୟାଟ୍

ବି ଟାଉନର ବାର୍ବିଡଲ୍ କ୍ୟାଟଙ୍କୁ ୩୫ ହେଲାଣି । କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ କିଛି ବି ଫିକା ପଡ଼ିନି । କ୍ୟାଟଙ୍କ ପ୍ରଶଂସକ ମହଲରୁ ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଯେ କ୍ୟାଟଙ୍କ ବୟସ ବଢ଼ିବା ସହିତ ତାହାକୁ ତାଳ ଦେଇ ସୁନ୍ଦରତା ମଧ୍ୟ ବଢିଚାଲିଛି । ଏବେ ମେକ୍ସିକୋର ରୋମାଣ୍ଟିକ୍ ପରିବେଶରେ କ୍ୟାଟ୍ ତାଙ୍କର ୩୫ ତମ ଜନ୍ମଦିନକୁ ଉପଭୋଗ କରୁଛନ୍ତି । ଜନ୍ମଦିନ ସମ୍ପର୍କରେ କ୍ୟାଟ୍ କହିଛନ୍ତି ଯେ – ‘ଜନ୍ମଦିନ ସବୁବେଳେ ଏକ ମଜାଦାର ଦିନ । ପ୍ରତ୍ୟେକ ବର୍ଷ ଜନ୍ମଦିନ ପାଳନ କରିବାରେ କୌଣସି ନୂତନତା ନଥିଲେ ମଧ୍ୟ ଏହିଦିନ ସାଙ୍ଗ ଓ ପରିବାର ମଧ୍ୟରେ ହସଖୁସି କରିବା ପାଇଁ ଯଥେଷ୍ଟ ସମୟ ମିଳିଥାଏ । ମୋ ପାଇଁ ଚଳିତବର୍ଷ ଅନେକ ଖୁସି ନେଇଆସିଛି । ‘ଜିରୋ’ ଓ ‘ଭାରତ’ରେ ମୋର ଅଭିନୟକୁ ନେଇ ମୁଁ ଖୁସି । କିନ୍ତୁ ଆଗାମୀ ଦିନରେ ଆଉ କିଛି ନିଆରା ଭୂମିକାରେ ମୋର ଦକ୍ଷତା ପ୍ରଦର୍ଶନ ପାଇଁ ଆଶା ରଖିଛି’ ।

୧୯୮୪ ମସିହା ଜୁଲାଇ ୧୬ ତାରିଖରେ ହଂକଂରେ କାଟ୍ରିନା କୈଫ ଜନ୍ମଗ୍ରହଣ କରିଥିଲେ । ୧୪ ବର୍ଷ ବୟସରେ ସେ ମଡେଲିଙ୍ଗ୍ ଦୁନିଆରେ ପାଦ ଥାପିଥିଲେ । ‘ବୁମ୍’ରୁ ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ଆସିଥିବା କ୍ୟାଟ୍ ଅନେକ ଫ୍ଲପ୍ ଫିଲ୍ମ ପରେ ଏବେ ଜଣେ ଆଗଧାଡ଼ିର ନାୟିକା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କ୍ୟାଟଙ୍କୁ ଜନ୍ମଦିନରେ ପ୍ରଶଂସକ ମହଲରୁ ଅଗଣିତ ଶୁଭକାମନା ମିଳିବାରେ ଲାଗିଛି ।

Leave a Reply

Your email address will not be published.