କଠିନ ପରିଶ୍ରମ କରୁଛନ୍ତି ଜାହ୍ନବୀଙ୍କ ଭଊଣୀ

ବଲିଉଡରେ ଏଭଳି ଅନେକ ଷ୍ଟାର୍ କିଡସ୍ ଅଛନ୍ତି, ଯେଉଁମାନେ ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ଆସିଷ୍ଟାଣ୍ଟ୍ ଡାରେକ୍ଟର୍ ଭାବେ କାମ କରିଛନ୍ତି । ସେହି ତାଲିକାରେ ଏବେ ଆଉ ଜଣେ ଷ୍ଟାର୍ ଡଟର୍ଙ୍କ ନାମ ସାମିଲ୍ ହୋଇଛି । ସେ ହେଉଛନ୍ତି ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର୍ । ଜାହ୍ନବୀଙ୍କ ଆଗାମୀ ଫିଲ୍ମ ‘କାରଗିଲ୍ ଗାର୍ଲ’ରେ ସନାୟା ଆସିଷ୍ଟାଣ୍ଟ୍ ଡାରେକ୍ଟର୍ ଭାବେ ଡେବ୍ୟୁ କରିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ସେ ୪୧ ଡିଗ୍ରୀ ଖରାରେ ସୁଟିଂ ସେଟରେ କଡ଼ା ପରିଶ୍ରମ କରୁଛନ୍ତି । ଏହି ଖବର ସହିତ ସନାୟାଙ୍କ ଏକ ଫଟୋ ପୋଷ୍ଟ୍ କରିଛନ୍ତି ସଞ୍ଜୟ କପୁର୍ । କ୍ୟାପସନ୍ରେ ଲେଖାଅଛି – ‘ମୋ ପରିଶ୍ରମୀ ଝିଅ ସନାୟା’ ।

‘କାରଗିଲ୍ ଗର୍ଲ’ର କାହାଣୀ ଗୁଂଜନ୍ ସକସେନାଙ୍କ ଜୀବନୀ ଓ ବିରତ୍ୱର ଗାଥା ବର୍ଣ୍ଣନା କରିଛି । କାରଗିଲ୍ ଯୁଦ୍ଧରେ ଗୁଂଜନ୍ ଫାଇଟର୍ ପ୍ଲେନ୍ର ପାଏଲଟ୍ ଭାବେ ଯୁଦ୍ଧ ଲଢି ସହିଦ୍ ହୋଇଯାଇଥିଲେ। ଗୁଂଜନଙ୍କ ଭୂମିକାରେ ଜାହ୍ନବୀ ପରଦା ଉପରକୁ ଆସିବେ । ପରଦା ଉପରେ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ଜାହ୍ନବୀ ପ୍ରଶୀକ୍ଷଣ ମଧ୍ୟ ନେଇଛନ୍ତି । ସରନ୍ ଶର୍ମାଙ୍କ ନିର୍ଦ୍ଦେଶିତ ଏବଂ କରଣ ଜୋହରଙ୍କ ପ୍ରଯୋଜିତ ଏହି ବାୟୋପିକ୍ ଆସନ୍ତା ୨୦୨୦ରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published.