କପିଲ୍‌ଙ୍କ ଖାସ୍ ଅନ୍ଦାଜ୍ : ବିବାହ କାର୍ଡ଼ ସହିତ ସ୍ପେଶାଲ୍ ମିଠା

0
35

ବଡ଼ ପରଦା ପରେ ଏବେ ଛୋଟ ପରଦାର ପାଳି । ବିବାହ ଉତ୍ସବର ଆରମ୍ଭ ହେବ କମେଡ଼ି କିଙ୍ଗ୍ କପିଲ୍ ଶର୍ମାଙ୍କ ଠାରୁ। ଆଗାମୀ ୧୨ ତାରିଖରେ କପିଲ୍ ତାଙ୍କ ଗାର୍ଲଫ୍ରେଣ୍ଡ୍ ଗିନିଙ୍କ ସହିତ ପରିଣୟ ସୂତ୍ରରେ ବାନ୍ଧିହେବେ । ଦୁଇ ପରିବାର ପକ୍ଷରୁ ବିବାହ ପ୍ରସ୍ତୁତି ଜୋର୍ଦାର୍ ହେଉଛି ।

ଗିନି ତାଙ୍କର କିଛି ପ୍ରିୱେଡିଙ୍ଗ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିବାବେଳେ କପିଲଙ୍କ ବିବାହ କାର୍ଡ଼ ଭାଇରାଲ୍ ହେବାରେ ଲାଗିଛି । କପିଲ୍ଙ୍କ ପରିବାର କାର୍ଡ଼ ବାଂଟିବା କାମ ଆରମ୍ଭ କରିଛନ୍ତି । କପିଲଙ୍କ ସମ୍ପର୍କିୟ ଓ ବଲିଉଡ୍ ତାରକାଙ୍କୁ କାର୍ଡ଼ ସହିତ ବିଶେଷ ମିଠା ପ୍ୟାକେଟ୍ ଦେଇ ନିମନ୍ତ୍ରଣ କରାଯାଉଛି ।

ଏହି ମିଠା ପ୍ୟାକେଟ୍ର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ବିଶେଷ ଖବର ହେଉଛି ପ୍ୟାକେଟ୍ରେ ଥିବା୪ ପ୍ରକାର ସ୍ପେଶାଲ୍ ମିଠା ଜଳନ୍ଧରର ଏକ ମିଠା ଦୋକାନରୁ ଅର୍ଡ଼ର୍ କରାଯାଇଛି । ସେହି ମିଠା ଦୋକାନ ଆଜିକୁ ପ୍ରାୟ ୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ବିବାହ ପରେ କପିଲ୍ ଓ ଗିନି ମୁମ୍ବାଇରେ ଏକ ଭବ୍ୟ ଭୋଜି ଦେବେ  ପ୍ରଶଂସକଙ୍କ ପକ୍ଷରୁ କପିଲଙ୍କୁ ପ୍ରତିଦିନ ଉପହାର ଓ ଶୁଭକାମନା ମିଳୁଛି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

ଫେରୁଛି ‘ଦି’ କପିଲ୍‌ ଶର୍ମା ଶୋ’: ପୁଣି ହସାଇବେ କପିଲ୍, ଟିଜର୍ ରିଲିଜ୍

ଫେରୁଛି ‘ଦି’ କପିଲ୍‌ ଶର୍ମା ଶୋ’: ପୁଣି ହସାଇବେ କପିଲ୍, ଟିଜର୍ ରିଲିଜ୍

ପୁଣି ଟେଲିଭିଜନ ଶୋ ଜରିଆରେ ହସାଇବେ କପିଲ ଶର୍ମା

ପୁଣି ଟେଲିଭିଜନ ଶୋ ଜରିଆରେ ହସାଇବେ କପିଲ ଶର୍ମା