ହର୍ଷଦୀପଙ୍କ ସହିତ ସ୍ୱର ଦେଲେ କପିଲ୍ ଶର୍ମା

ପ୍ରଥମ ଥର ପାଇଁ ଟେଲି ଦୁନିଆର କମେଡ଼ି କିଙ୍ଗ୍ କପିଲ୍ ଶର୍ମା ଗୋଟିଏ ମ୍ୟୁଜିକ୍ ଆଲବମ୍ ପାଇଁ ସ୍ୱର ଦେଇଛନ୍ତି । ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଇଁ ବିଶେଷ ଭାବେ ଏହି ମ୍ୟୁଜିକ୍ ଆଲବମ୍ ରିଲିଜ୍ କରାଯାଇଥିଲା । ହର୍ଷଦୀପ୍ କୌର୍ ସିଙ୍ଗଲ୍ ଭିଡିଓ ସଙ୍ଗ ଭାବେ ଏହାକୁ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ହର୍ଷଦୀପଙ୍କ ସହିତ କପିଲ୍ ଗୀତ ଗାଇଛନ୍ତି । ଏହି ଗୀତଟି ହେଉଛି ‘ସତଗୁରୁ ନାନକ୍ ଆୟେ ନେ…’ । ଏହି ଗୀତକୁ ଜଗମିତ୍ ବଲ ଓ ଚରନଜିତ୍ ସିଂ ରଚନା କରିଥିଲେ ।

ଏହି ଭିଡିଓରେ ହର୍ଷଦୀପ୍ ଓ କପିଲଙ୍କ ବ୍ୟତୀତ ଜସବିନ୍ଦର ନରୁଲା, ନୀତି ମୋହନ୍, ରିଚା ଶର୍ମା, ସଲିମ୍ ମର୍ଚ୍ଚାଣ୍ଟ, ଶାନ୍, ଶଙ୍କର ମହାଦେବନ, ଶେଖର ରଭିଜିଆନି, ସୁକସିନ୍ଦର ଶିନ୍ଦା ଭଳି ଦକ୍ଷ ସିଙ୍ଗରମାନେ ମଧ୍ୟ ସ୍ୱର ଦେଇଛନ୍ତି । ଏହି ମ୍ୟୁଜିକ୍ ଭିଡିଓଟି ରିଲିଜ୍ ହେବା ପରେ କପିଲଙ୍କ ପ୍ରଶଂସକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କର ମ୍ୟୁଜିକ୍ ଡେବ୍ୟୁ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି । ୨୦୧୮ରେ ବିବାହ କରିଥିବା କପିଲ୍ ଖୁବ୍ ଶୀଘ୍ର ନହ୍ନାମୁନ୍ନାର ଖୁସି ଖବର ଦେବେ ।

Leave a Reply

Your email address will not be published.