‘ତଲାଇଭି’ ପାଇଁ ଲସ୍ ଆଞ୍ଜେଲସରେ ହେବ କଙ୍ଗନାଙ୍କ ଲୁକ୍ ଟେଷ୍ଟ୍

0
28
advertisement

ତାମିଲନାଡ଼ୁର ପୂର୍ବତନ ସିଏମ୍ ସ୍ୱର୍ଗୀୟା ଜୟଲଳିତାଙ୍କ ବାୟୋପିକ୍ ‘ତଲାଇଭି’ ପାଇଁ ଏବେ କଙ୍ଗନା ଜୋରଦାର୍ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଜୟ ଲଳିତାଙ୍କ ଭୂମିକାରେ ନିଜକୁ ଦକ୍ଷ ପ୍ରମାଣିତ କରିବା ପାଇଁ କଙ୍ଗନା ତାମିଲ୍ ଭାଷା ଓ ଭାରତନାଟ୍ୟମ୍ ଶିଖୁଛନ୍ତି ବୋଲି ଶୁଣିବାକୁ ମିଳିଥିଲା । ଏବେ କଙ୍ଗନାଙ୍କ ଲୁକ୍ ଟେଷ୍ଟର ପାଳି । କଙ୍ଗନାଙ୍କୁ ଜୟଲଳିତାଙ୍କ ରୂପ ଦେବେ ହଲିଉଡର ପ୍ରଖ୍ୟାତ ମେକଅପ୍ ଆର୍ଟିଷ୍ଟ୍ ଜେସନ୍ କଲିନ୍ସ । ତେଣୁ ଲୁକ୍ ଟେଷ୍ଟ୍ ପାଇଁ କଙ୍ଗନା ଓ ତାଙ୍କର ଟିମ୍ ଆସନ୍ତା ୧୯ ତାରିଖରେ ଲସ୍ ଆଞ୍ଜେଲସ୍ ଗସ୍ତ କରିବେ । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ସେୟାର୍ କରିଥିଲେ ।

ଜୟ ଲଲିତାଙ୍କ ବାୟୋପିକରେ ତାଙ୍କ ଜୀବନର ଦୁଇଟି ଭାଗ ପ୍ରଦର୍ଶିତ କରାଯିବ ଅଭିନେତ୍ରୀ ଓ ରାଜାନେତ୍ରୀ । ଏହି ଦୁଇଟି ଦିଗ ପାଇଁ କଙ୍ଗନାଙ୍କର ୪ଟି ଲୁକ୍ ଦେଖିବାକୁ ମିଳିବ । କଙ୍ଗନାଙ୍କ ଚେହେରାରେ ଅବିକଳ ଜୟଲଳିତା ଭଳି ଲୁକ୍ ଆଣିବା ପାଇଁ ହଲିଉଡର ମେକଅପ୍ ଆର୍ଟିଷ୍ଟଙ୍କୁ ସଫଳ ହୋଇପାରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏହି ଲୁକ୍ ଟେଷ୍ଟ୍ ପ୍ରକ୍ରିୟା କରାଯାଉଛି । ଏଏଲ୍ ବିଜୟଙ୍କ ନିର୍ଦ୍ଦେଶିତ ଏହି ବାୟୋପିକ୍ ତାମିଲ୍, ତେଲୁଗୁ ଓ ହିନ୍ଦି ଭାଷାରେ ରିଲିଜ୍ ହେବ । ବିଷ୍ଣୁ ଇନ୍ଦୁରିଙ୍କ ପ୍ରଯୋଜିତ ଏବଂ କେଭି ବିଜୟ ପ୍ରସାଦଙ୍କ ଲିଖିତ ଏହି ଫିଲ୍ମର ସୁଟିଂ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହୋଇପାରେ ।

LEAVE A REPLY

Please enter your comment!
Please enter your name here