କଳ୍ପତରୁ ଓଝାଙ୍କୁ ବହିଷ୍କାର, ଦଳ ବିରୋଧି କାର୍ଯ୍ୟ ପାଇଁ ଆକ୍ସନ ନେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଳ୍ପତରଙ୍କୁ ବହିଷ୍କାର କଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ନିକଟରେ ଯୁବ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଥିଲା ।

ତେବେ ବହିଷ୍କାର ହେବା ପୂର୍ବରୁ କଳ୍ପତରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଥିଲା। ଇସ୍ତଫା ପରେ ତାଙ୍କୁ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ। ସେ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିବାକୁ ରବିବାର ଠାରୁ ସୁପାରିସ କରାଯାଇଥିଲା। ଏ ବାବଦରେ ପୁର୍ବରୁ ସୁଚନା ପାଇ କଲ୍ପତରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୄଙ୍ଖଳିତ ଆଚରଣକୁ ଦଳ କେବେ ବରଦାସ୍ତ କରିବ ନାହିଁ।

ସୂଚନାଯୋଗ୍ୟ, କଳ୍ପତରୁ ଓଝା ଅଭିଯୋଗ କରିଥିଲେ ଯେ, ନେତୃତ୍ବ ଓ ଚୟନ ପ୍ରକ୍ରିୟା ସଠିକ ଢଙ୍ଗରେ ହୋଇନାହିଁ ।  ଅନଭିଜ୍ଞ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published.