ମା’ ହେବେ କଲକି କୋଚଲିନ୍

ବଲିଉଡ୍ ସହିତ ହଲିଉଡ୍ ଦର୍ଶକଙ୍କ ମନ ଜିତିଥିବା ଦକ୍ଷ ଅଭିନେତ୍ରୀ କଲକି କୋଚଲିନ୍ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ନିକଟରେ ଏକ ମିଡିଆ ସାକ୍ଷାତକାରରେ ନିଜେ କଲକି ଏହି ଖୁସି ଖବର ଦେଇଥିଲେ । କଲକି କହିଥିଲେ ଯେ ସେ ଏବେ ୫ମାସର ପ୍ରେଗନେଣ୍ଟ୍ ଅଛନ୍ତି ଏବଂ ତାଙ୍କର ବୟଫ୍ରେଣ୍ଡ୍ ହର୍ଷବର୍ଗ ସହିତ ଲିଭଇନରେ ରହୁଛନ୍ତି । ପ୍ରେଗନେଣ୍ଟ୍ ହେବା ପରେ ସେ ପୂର୍ବ ଅପେକ୍ଷା ଖୁବ୍ ଶାନ୍ତ ହୋଇଯାଇଛନ୍ତି ଏବଂ ପ୍ରୋଫେସନ୍ ଲାଇଫ୍ ଅପେକ୍ଷା ସେ ତାଙ୍କର ସନ୍ତାନକୁ ହିଁ ପ୍ରାଥମିକତା ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ସନ୍ତାନକୁ ଏଭଳି ଏକ ନାଁ ଦେବେ ଯେଉଁଥିରେ ଜେଣ୍ଡର୍ ଡିଫାଇନ୍ ହେବ ନାହିଁ ।

କହିରଖୁଛୁ ପ୍ରଥମେ କଲକି ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ସହିତ ବିବାହ କରିଥିଲେ । କିଛି ବର୍ଷ ପରେ ୨୦୧୫ରେ ସେମାନେ ଡିଭୋର୍ସ ନେଇଥିଲେ । ଡିଭୋର୍ସର କିଛି ଦିନ ପରେ ମଧ୍ୟ କଲକି ଓ ଅନୁରାଗ ତାଙ୍କର ଭଲ ସମ୍ପର୍କକୁ ନେଇ ଚର୍ଚ୍ଚିତ ହୋଇଥିଲେ । କଲକିଙ୍କ ବୟଫ୍ରେଣ୍ଡ୍ ହର୍ଷବର୍ଗ ଜଣେ ଭଲ କ୍ଲାସିକାଲ୍ ପେଣ୍ଟର୍ । କଲକି ମା’ ହେବାର ଖୁସି ଖବର ପାଇବା ପରେ ପ୍ରଶଂସକଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଛି । 

Advertisements

Leave a Reply