କୃଷି ଓ କୃଷକ ସଶକ୍ତକରଣ ନମୁନା ‘କାଳିଆ’

ଏହି ରିପୋର୍ଟଟି ଆଇଡିପି- ନ୍ୟୁଜ୍‌ଲଣ୍ଡ୍ରୀ ଫେଲୋସିପ୍‌-୨୦୨୧ଅଧୀନରେ ଇଣ୍ଡିଆ ଟେଟା ପୋର୍ଟାଲ୍‌ର ତଥ୍ୟକୁ ବ୍ୟବହାର କରି ଦୁର୍ଗାମାଧବ ମିଶ୍ରଙ୍କ ଦ୍ବାରା  ପ୍ରସ୍ତୁତ କରାଯାଇଛି।

‌This story was written as a part of the Newslaundry and India Data Portal Fellowship using visualisation from the India Data Portal, by Durgamadhab Mishra

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ। ରାଜ୍ୟର ଅର୍ଥନୀତିର ବଡ଼ ଅଂଶ ଆସିଥାଏ କୃଷି ଉତ୍ପାଦନରୁ। କେବଳ କୃଷି କ୍ଷେତ୍ରରେ ୬୨ ପ୍ରତିଶତ ଲୋକ ନିଯୁକ୍ତ ହୋଇଥାଆନ୍ତି। ରାଜ୍ୟରେ କୃଷକଙ୍କ ସଂଖ୍ୟା ଦେଖିଲେ ପାଖାପାଖି ୯୦ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ବିଗତ ବର୍ଷମାନଙ୍କ ମଧ୍ୟରେ ଓଡ଼ିଶା ସରକାର କୃଷି ଓ ତତ୍ସଂଲଗ୍ନ କ୍ଷେତ୍ରର ବିକାଶ ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୦୧୩-୧୪ ମସିହାଠାରୁ ଓଡ଼ିଶା ସରକାର କୃଷି କ୍ଷେତ୍ର ପାଇଁ ଏକ ସ୍ବତନ୍ତ୍ର ବଜେଟ୍ ପ୍ରସ୍ତୁତ କରି ଆସୁଛନ୍ତି। ୨୦୧୩-୧୪ରେ କୃଷି ବଜେଟ୍ର ପରିମାଣ ୭୧୬୨ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୧-୨୨ ଆଥିର୍କ ବର୍ଷରେ ଏହାର ପରିମାଣ ପହଞ୍ଚିଛି ୧୭୪୬୯ କୋଟି। ଏପରିକି ସରକାର କୃଷି ବିଭାଗର ନାମ ପରିବତ୍ତର୍ନ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାବେ ନାମିତ କରିଛନ୍ତି। କୃଷି ଓ କୃଷକଙ୍କ ପାଇଁ ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜାନ କାର୍ଯ୍ୟକାରୀ କରିବା ପାଇଁ କୃଷି କ୍ୟାବିନେଟ୍ କମିଟି ମଧ୍ୟ ଗଠନ କରିଛନ୍ତି।

ବାରମ୍ବାର ପ୍ରତିକୂଳ କରିସ୍ଥିତିର ସାମ୍ନା କରୁଥିବା ଓଡ଼ିଶାର କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର ଅନେକ ଗରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୦୧୯ ମସିହାରେ ଓଡ଼ିଶା ସରକାର ଏକ ସ୍ବତନ୍ତ୍ର କୃଷିନୀତି ପ୍ରଣୟନ କରିଛନ୍ତି ଯଦି ୨୦୨୦-୨୧ ଆଥିର୍କ ବର୍ଷକ ଅନୁଶୀଳନ କରିବା ତେବେ କୃଷି ଅର୍ଥନୀତି ଭାବେ ପରିଗଣିତ ଆମ ରାଜ୍ୟରେ କେବଳ କୃଷି କ୍ଷେତ୍ରରୁ ୨୧.୨୭ ପ୍ରତିଶତ ଅଂଶ ରାଜ୍ୟ ଅର୍ଥନୀତିକୁ ଆସିଥାଏ। ଖାଦ୍ୟଶସ୍ୟରୁ ୧୩.୬୫ ପ୍ରତିଶତ, ପଶୁପାଳନରୁ ୨.୪୯ ପ୍ରତିଶତ, ମତ୍ସ୍ୟସଂପଦରୁ ୨.୪୩ ପ୍ରତିଶତ ଓ ଜଙ୍ଗଲ ସଂପଦରୁ ୨.୭୧ ପ୍ରତିଶତ ଅଂଶ ଆସିଥାଏ। ଗତବର୍ଷ କରୋନା ମହାମାରୀ ଓ ଅମ୍ଫନ ବାତ୍ୟା ପ୍ରଭାବ ଥାଇ ମଧ୍ୟ ଓଡ଼ିଶାର କୃଷି କ୍ଷେତ୍ରରେ ଅବିବୃଦ୍ଧି ହାର ଜାତୀୟ ସ୍ତର ଅପେକ୍ଷା ଭଲ ରହିଛି। ଏପରିକି ଏହି କ୍ଷେତ୍ର ୪୮ ପ୍ରତିଶତରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ କୃଷି ବିଭାଗର ତପିରତା ପାଇଁ ଓଡ଼ିଶାକୁ ୨୦୧୬ରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଫୁଡ୍ ଆଣ୍ଡ ଏଗ୍ରିକଲଚର ତରଫରୁ ଶ୍ରେଷ୍ଠ କୃଷି ରାଜ୍ୟର ମାନ୍ୟତା ମଧ୍ୟ ମିଳିଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଏବଂ ୨୦୧୬-୧୭ରେ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କରିଛନ୍ତି।

ଓଡ଼ିଶା ସରକାର ନିଜ ରାଜ୍ୟର କୃଷକ ଓ କୃଷି ଉପରେ ନିର୍ଭରଶୀଳ ପୁରା ପରିବାରକୁ ସଶକ୍ତ ପାଇଁ ଏକ ନୂଆ ଯୋଜନା ‘କାଳିଆ’ ୨୦୧୮ ମସିହାରେ ଆରମ୍ଭ କରିଛନ୍ତି। ଏବେ ନଜର ପକାଇବା କାଳିଆ ଯୋଜନା କ’ଣ ଓ ଏହା କିପରି ଓଡ଼ିଶାର ସମସ୍ତ ଚାଷୀ ଓ ସେମାନଙ୍କ ପରିବାରକୁ ମଜଭୁତ କରିପାରିବ।

ଆମ ରାଜ୍ୟର ଚାଷୀମାନେ ମୁଖ୍ୟତଃ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷୀ ହିସାବରେ କୃଷି କାର୍ଯ୍ୟ କରିଥାନ୍ତି। ଯଦିଓ ୨୦୧୯-୨୦ ମସିହାରେ ରାଜ୍ୟର ସମୁଦାୟ ଉପିାଦରେ କୃଷିର ମୂଲ୍ୟଯୋଗ  ହେଉଛି ୧୯.୯%। ଏବେବି ରାଜ୍ୟର ଅଧିକାଂଶ ଲୋକଙ୍କ ପାଇଁ କୃଷି କ୍ଷେତ୍ର ହିଁ ମୁଖ୍ୟ ଜୀବିକାର ଉସି ହୋଇ ରହିଛି। ପରିସଂଖ୍ୟାନରୁ ଜଣାପଡେ଼ ଆମ ରାଜ୍ୟରେ ସମୁଦାୟ ଚାଷ ଜମି ୫୪ ଲକ୍ଷ ହେକ୍ଟରରୁ ୧୩.୪୨ ଲକ୍ଷ ହେକ୍ଟର ଚାଷ ଜମି ପ୍ରାୟ ୨୭% ଜମି ନାମମାତ୍ର ଚାଷୀ, ୧୫.୮୮ ଲକ୍ଷ ହେକ୍ଟର ୩୨% ଜମି କ୍ଷୁଦ୍ର ଚାଷୀ, ୨୫% କ୍ଷୁଦ୍ର ଓ ମଧ୍ୟମ ଚାଷୀ ଓ ବାକି ୧୬% ମଧ୍ୟମ ଓ ବଡ଼ ଚାଷୀ। ୨୦୧୫-୧୬ କୃଷି ଗଣନା ଅନୁଯାୟୀ ଓଡ଼ିଶାର ୪୮.୬୬ ଲକ୍ଷ କାର୍ଯ୍ୟକ୍ଷମ ଚାଷଜୋତ ଅଛି। ଏଥିମଧ୍ୟରୁ ୯.୦୫ ଲକ୍ଷ ଚାଷ ଜୋତ ଭାଗ ଚାଷ ସ୍ଥିତିରେ ଅଛି। ସଂକ୍ଷେପରେ କହିଲେ ସମୁଦାୟ କାର୍ଯ୍ୟକ୍ଷମ ଚାଷ ଜୋତର ୧୮.୬% ଭାଗଚାଷ ସ୍ଥିତିରେ ଅଛି। ଏହି ଭାଗ ଚାଷୀମାନଙ୍କ ମଧ୍ୟରୁ ୯୩.୨% ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

କୃଷି କ୍ଷେତ୍ରରେ ନିବେଶ ପାଇଁ ଅଧିକ ପୁଞ୍ଜି ଦରକାର। କୃଷି ଉପିାଦର ସଠିକ୍ ମୂଲ୍ୟ କୃଷକ ପାଏ ନାହିଁ । କୃଷି ବିକ୍ରିବଟା ଓ ବଜାର ବ୍ୟବସ୍ଥା ଆମ ରାଜ୍ୟରେ ଏତେଟା ଆଖିଦୃଷ୍ଟିଆ ହୋଇନାହିଁ। ଏଥିପାଇଁ କୃଷି ଏକ ଲାଭଜନକ ବ୍ୟବସାୟ ଭାବରେ ଚାଷୀମାନଙ୍କ ପାଖରେ ଆଦୃତ ହୋଇପାରୁନାହିଁ। ଏହି ସବୁ କାରଣରୁ ଆମର ଅଧିକାଂଶ ଚାଷୀଭାଇମାନେ କୃଷି କ୍ଷେତ୍ରରୁ ମୁହଁ ଫେରାଇ ନେଉଛନ୍ତି।

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର କୃଷି କାର୍ଯ୍ୟ କରିବାରେ ମୁଖ୍ୟ ଅସୁବିଧା ଗୁଡ଼ିକ ହେଉଛି- ପ୍ରାଥମିକ ଚାଷ ଯଥା ଜମି ପ୍ରସ୍ତୁତି, ଉନ୍ନତମାନର ବିହନ କ୍ରୟ, ସାର ଓ କୀଟନାଶକ କ୍ରୟ, ଆବଶ୍ୟକୀୟ ଶ୍ରମିକ ମଜୁରୀ ପାଇଁ ସୀମିତ ମୂଳ ଧନ। ସେଥିପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସାହୁକାରଙ୍କ ଠାରୁ ଋଣ ଗ୍ରସ୍ତ ହୋଇଯାନ୍ତି। କାରଣ ବ୍ୟାଙ୍କ କିମ୍ବା ସୋସାଇଟିରୁ ଋଣ କରିବା ନିମନ୍ତେ ସେମାନଙ୍କ ପାଖରେ ବନ୍ଧକ ପାଇଁ କିଛି ନଥାଏ।

ବେୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ଆବଶ୍ୟକ ଜ୍ଞାନକେୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ବହୁ ଚାଷୀଙ୍କୁ ଜଣାନାହିଁ। ଚାଷ ଜମିର ଉନ୍ନତିକରଣ ଓ ଏକ ଚକିଆ ଚାଷ ପାଇଁ ଖଣ୍ଡବିଖଣ୍ଡିତ ଚାଷଜୋତର ଏକତ୍ରିକରଣ ବ୍ୟବସ୍ଥା ନାହିଁ। ବର୍ଷସାରା ଆବଶ୍ୟକ ଜଳସେଚନର ବ୍ୟବସ୍ଥା ନାହିଁ। ସ୍ବଳ୍ପ ଜମିରୁ ଅଧିକ ଆୟ ପାଇଁ ସମନ୍ଵିତ କୃଷି ପ୍ରଣାଳୀର ଆବଶ୍ୟକତା, ସଘନ ଚାଷ ଓ ବର୍ଷସାରା ଫସଲ ପର୍ଯ୍ୟାୟ ଅନୁସରଣ କରିବା ଦେଖାଯାଏ ନାହିଁ। ତତ୍କ୍ଷଣାତ ଋଣ ବ୍ୟବସ୍ଥା, ବିକ୍ରିବଟା ଓ ବଜାର ସୁବିଧା ସାଧାରଣତଃ ଚାଷୀଙ୍କ ପାଇଁ ମୁଖ୍ୟ ସମସ୍ୟା।

ବିଗତ ବର୍ଷମାନଙ୍କରେ ଓଡ଼ିଶା ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯଥା- ବିଭିନ୍ନ ଫସଲର ପ୍ରଦର୍ଶନ କ୍ଷେତ୍ର, ଚାଷୀ ତାଲିମ, ଚାଷୀ ପରିଭ୍ରମଣ, ବିହନ , ସାର ଓ କୀଟନାଶକରେ ଆର୍ଥିକ ରିହାତି ବ୍ୟବସ୍ଥା, ଚାଷୀମାନଙ୍କର ସ୍ବାସ୍ଥ୍ୟରକ୍ଷା ପାଇଁ ବିଜୁ କୃଷକ କଲ୍ୟାଣ ଯୋଜନା, ନୂତନ କୃଷି ନୀତି, କୃଷି କ୍ୟାବିନଟ, ସ୍ବତନ୍ତ୍ର କୃଷି ବଜଟ, ମଣ୍ଡି ସହାୟତାରେ ଚାଷୀମାନଙ୍କର ଫସଲ ଉପିାଦ କ୍ରୟ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜଳସେଚନ ଉସି ସୃଷ୍ଟି, କୃଷି ଯାନ୍ତ୍ରିକରଣରେ ରିହାତି ଓ ସହାୟତା, ବିହନ ବିତରଣରେ ରିହାତି ଓ ସହାୟତା ଆଦି ଅନେକ ଯୋଜନା ପ୍ରଣୟନ କରି ରାଜ୍ୟକୁ କୃଷି କ୍ଷେତ୍ରରେ ଅନେକ ଆଗେଇ ନେଇଛନ୍ତି। ଯାହା ଫଳରେ ଆମେ ଧାନ ଉପିାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ରୂପେ ଉଭାହୋଇଛୁ।

ଏହି ସବୁ ସେତ୍ତ୍ଵ ଆମ ରାଜ୍ୟ ସରକାରଙ୍କର ମୂଳ ଲକ୍ଷ୍ୟ ହେଲା ଚାଷ କ୍ଷେତ୍ରରେ ଚାଷୀମାନଙ୍କ ପାଇଁ ପ୍ରାଥମିକ ପୁଞ୍ଜି ନିବେଶ ଓ ଚାଷୀଙ୍କର ଆୟ ବହୁଗୁଣିତ କରିବା। ଯାହାକୁ ଆଖିଆଗରେ ରଖି ଓଡ଼ିଶା ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ କୃଷକଙ୍କ ଉନ୍ନତି ନିମନ୍ତେ KALIA  ବା କାଳିଆ (ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ କୃଷକଙ୍କୁ ସହାୟତା) ଯୋଜନା ପ୍ରବତ୍ତର୍ନ କରିଥିଲେ। ମୂଳଲକ୍ଷ୍ୟ ଥିଲା ଋଣୀ, ଅଣଋଣୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭାଗଚାଷୀ ଏବଂ ଭୂମିହୀନ ଚାଷୀଙ୍କ ଦାରିଦ୍ର୍ୟ ଦୂରୀକରଣ କରିବା ଓ କୃଷିର ପ୍ରଗତିକୁ ତ୍ଵରାନ୍ଵିତ କରିବା। ଏଥିାଇଁ ରାଜ୍ୟ କ୍ୟାବିନେଟ ୨୧.୧୨.୨୦୧୮ ତାରିଖରେ ଅନୁଷ୍ଠିତ ତାଙ୍କର ୬୫ ତମ ବେୈଠକରେ କୃଷକ କଲ୍ୟାଣ ପାଇଁ କାଳିଆ କାର୍ଯ୍ୟକ୍ରମକୁ ଅନୁମୋଦନ କରିଥିଲେ।

କାଳିଆ ଯୋଜନା

କାଳିଆ ଯୋଜନାରେ କୃଷକ କଲ୍ୟାଣ ସହିତ ଜଡିତ ୫ଗୋଟି ଉଦ୍ଦେଶ୍ୟକୁ ପୂରଣ କରିବା ନେଇ ଆରମ୍ଭ କରାଯାଇଛି। ସେଗୁଡ଼ିକ ହେଲା- ଚାଷ ପାଇଁ ଚାଷୀକୁ ସହାୟତା, ଭୂମିହୀନ କୃଷି ପରିବାରଙ୍କୁ ଜୀବନ ଜୀବିକା ସହାୟତା, ଦୁର୍ବଳ ବା ଅସମର୍ଥ କୃଷି ପରିବାରଙ୍କୁ ଆର୍ଥିକ ସହାୟତା, କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଜୀବନ ବୀମା ସହାୟତା, ବିନା ସୁଧରେ ଫସଲ ଋଣ ଆଦି ଏହାର ଅର୍ନ୍ତଭୁକ୍ତ।

ଚାଷପାଇଁ ଚାଷୀକୁ ସହାୟତା:ଥିପାଇଁ ଆର୍ଥିକ ଭାବେ ଅନଗ୍ରସର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ପ୍ରତ୍ୟେକ ଫସଲ ଋତୁରେ ଆବଶ୍ରକ ହେଉଥିବା ଚାହିଦା ମୁତାବକ କୃଷି ସାମଗ୍ରୀ ଯଥା ବିହନ ସାର, ରୋଗ ପୋକମରା ଔଷଧ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟ ନିମନ୍ତେ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ତେଣୁ ପ୍ରତ୍ୟେକ ବର୍ଷ ୩୦.୧୭୬ ଲକ୍ଷ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ୍ ଓ ରବି ଋତୁ ପାଇଁ ୧୦୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଆଗାମୀ ୫ଟି ଋତୁ ପର୍ଯ୍ୟନ୍ତ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ଭୂମିହୀନ କୃଷି ପରିବାରଙ୍କୁ ଜୀବନ ଜୀବିକା ସହାୟତା : ଆମ ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଛାଡ଼ି ଅନେକ ଭୂମୀହୀନ କୃଷି ପରିବାର ଅଛନ୍ତି ଯେଉଁମାନେ ୬ମାସରୁ ଅଧିକ ସମୟ କୃଷି କାର୍ଯ୍ରକରେ ନିୟୋଜି ହୋଇ ନିଜର ଜୀବନ ନିର୍ବାହ କରୁଛନ୍ତି। ଗ୍ରାମାଞ୍ଚଳରେ ଥିବା ଏହି ରି କୃଷି ପରିବାରର ଆର୍ଥିକ ବୃଦ୍ଧି ନିମନ୍ତେ କୃଷି ତଥା ଆନୁଷଙ୍ଗିକ କୃଷି ଯଥା ଛେଳି, ମେଣ୍ଢା, କୁକୁଡ଼ା, ଛତୁ, ମହୁ ଓ ମସି୍ୟ ଚାଷ ଆଦି କାର୍ଯ୍ୟକ୍ରମ ଆପଣେଇବା ପାଇଁ ପ୍ରତ୍ୟେକ ଭୂମିହୀନ କୃଷି ପରିବାରଙ୍କୁ ୧୨୫୦୦ ଟଙ୍କା ସହାୟତା ରାଶି ତିନୋଟି ପର୍ଯ୍ୟାୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ରକ୍ରମରେ ଆଗାମୀ ୩ବର୍ଷରେ ୧୦ ଲକ୍ଷ ପର୍ଯ୍ୟନ୍ତ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ବ୍ୟବସାୟ ତଥା କ୍ଷୁଦ୍ର ଛେଳି ପାଳନ ୟୁନିଟ୍, କ୍ଷୁଦ୍ର ଅଣ୍ଡାଦିଆ କୁକୁଡ଼ା ୟୁନିଟ୍, ଡୁଆଲ ପରପୋଜ ଲୋ-ଇନପୁଟ ଟେକନୋଲୋଜି ବାର୍ଡ କିିଂ, ବତକ ପାଳନ, ଗୋ’ପାଳନ, ମସି୍ୟଜୀବିଙ୍କ ପାଇଁ ମାଛଧରା ଉପକରଣ, ଛତୁଚାଷ, ମହୁମାଛି ଚାଷ, ରେଶମ ଚାଷ ଇତ୍ୟାଦି। ଭୂମୀହୀନ କୃଷି ପରିବାରଙ୍କୁ ଉପରୋକ୍ତ ଚାଷ ମଧ୍ୟରେ ଯେକେୌଣସି ଗୋଟିଏ ଚାଷ ବାଛିପାରିବେ। ଏହି ବ୍ୟବସାୟ ୟୁନିଟ୍ ନିମନ୍ତେ ପ୍ରତ୍ୟେକ ଭୂମିହୀନ ପରିବାରଙ୍କୁ ୧୨୫୦୦ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ। ଏହିରି ୧୦ଲକ୍ଷ ଭୂମିହୀନ ପରିବାରଙ୍କୁ ଆଗାମୀ ୩ବର୍ଷ ପାଇଁ ୧୨୫୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାପାଇଁ ବ୍ୟବସ୍ଥା ରହିଛି।

ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗାକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ ନିମନ୍ତେ ଅସମର୍ଥ ସେମାନଙ୍କ ଜୀବିକା ନିର୍ବାହ ପାଇଁ ଏକକାଳୀନ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ପ୍ରାୟ ୧୦ ଲକ୍ଷ ଚାଷୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଜଣେ ହିତାଧିକାରୀ ଯୋଗ୍ୟତା ଭିତିରେ ଏହି ତିନୋଟି ଆର୍ଥିକ ସହାୟତା ମଧ୍ୟରୁ ଗୋଟିଏ ପାଇପାରିବେ । କୃଷକର ମୃତ୍ୟୁ ପରେ ସେମାନଙ୍କ ପରିବାର ସମ୍ମୁଖୀନ ହେଉଥିବା ଆର୍ଥିକ ଦୂରାବସ୍ଥା ଓ ଅନିଶ୍ଚିତତା ଦୂର କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଅଧିନରେ ଜୀବନବୀମା ସହାୟତାର ବ୍ୟବସ୍ଥା ରହିଛି । ୧୮ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଂଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମରେ ୨ଲକ୍ଷ ଟଙ୍କାର ଜୀବନବୀମା ସୁବିଧା ଓ ବାର୍ଷିକ ୧୨ ଟଙ୍କା ପ୍ରିମିୟମରେ ୨ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ସୁବିଧା ରହିଛି । ଏଥିପାଇଁ ଧାର୍ଯ୍ୟ ପ୍ରିମିୟମ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ରାଜ୍ୟ ସରକାର ୧୬୫ଟଙ୍କା ପ୍ରଦାନ କରିବେ । ଏହାବ୍ୟତୀତ ୫୧ରୁ ୭୦ ବର୍ଷ ବୟସ୍କଙ୍କ ପାଇଁ ସମସ୍ତ ପ୍ରିମିୟମ ଦେୟ ରାଜ୍ୟ ସରକାର ବହନ କରିବେ । ରାଜ୍ୟର ୫୭ଲକ୍ଷ ଚାଷୀ ଏହି ବୀମା ଯୋଜାନରେ ଅନ୍ତର୍ଭୁକ୍ତ ହେବେ । କାଳିଆ ଯୋଜନାରେ ଥିବା ୫ଟି ଉପାଦାନକୁ ଛାଡ଼ି ଆଉ ଏକ କାର୍ଯ୍ୟକ୍ରମ କାଳିଆ ଛାତ୍ରବୃତ୍ତି ଯୋଜନା କାର୍ଯ୍ୟକାରି କରାଯାଇଛି। କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟରେ ଥିବା ସରକାର ଶିକ୍ଷାନୁଷ୍ଠାନମାନଙ୍କରେ ବୃତ୍ତିଗତ ବା  ବୈଷୟିକ ଶିକ୍ଷା ଯଦି ଗ୍ରହଣ କରୁଥିବେ ସେମାନଙ୍କ ପାଇଁ ଏହି ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି। କାଳିଆ ଛାତ୍ରବୃତି ଯୋଜନାରେ ଜଣେ ଛାତ୍ର/ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଫି, ହଷ୍ଟେଲ ଫି ଓ ମେସ ଖର୍ଚ୍ଚ ପାଇଁ ଆବଶ୍ୟକ ପଡୁଥିବା ଅର୍ଥରାଶି ପ୍ରଦାନ କରାଯିବ । ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ।
ବତ୍ତର୍ମାନସୁଦ୍ଧା ଏହି ଯୋଜନା ଅଧିନରେ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ନାମ ପଞ୍ଜିକରଣ କରିଛନ୍ତି ।

ସମୁଦାୟ ଯୋଗ୍ୟ ହିତାଧିକାରୀ ୫୬,୧୪,୭୦୭, କ୍ଷୁଦ୍ର ଓ ନାମମାତ୍ର କୃଷକ ପରିବାର ୩୬,୫୦,୮୭୩, ଭୂମିହୀନ କୃଷକ ପରିବାର ୧୭, ୦୪,୭୩୩, କାଳିଆ ଯୋଜନାରେ ସାମିଲ ହୋଇଛନ୍ତି।

ଏହି ଯୋଜନା ଅଧିନରେ ବତ୍ତର୍ମାନସୁଦ୍ଧା ସରକାର ବିଭିନ୍ନ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିବା ରାଶିର ପରିମାଣ ହେଉଛି:

ବର୍ଷ ଅର୍ଥରାଶି ଟଙ୍କା (କୋଟିରେ)
୨୦୧୮-୨୦୧୯ ୨୧୭୫.୬୬ କୋଟି
୨୦୧୯-୨୦୨୦ ୩,୨୪୩.୦୧ କୋଟି
୨୦୨୦-୨୦୨୧ଫେବୃଆରୀ ସୁଦ୍ଧା ୧,୨୭୨.୧୯ କୋଟି
୧ ଏପ୍ରିଲ ୨୦୨୧ ୬୯୩.୯୪ କୋଟି
୧୫ ମେ’ ୨୦୨୧ ୯୨୦ କୋଟି

ଓଡ଼ିଶାର କାଳିଆ ଯୋଜନାର ସଫଳ ରୂପାୟନ ଏବେ ସାରା ଦେଶର କୃଷିକ୍ଷେତ୍ର ଓ କୃଷକମାନଙ୍କ ପାଇଁ ମାର୍ଗଦଶିର୍କା ପାଲଟିଛି। ଏହାକୁ ବୁଝିବା ପରେ କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ଏଥିରେ ସମସ୍ତ ଚାଷୀଙ୍କୁ ଅର୍ନ୍ତଭୁକ୍ତ କରାଯାଇ ପାରିନାହିଁ। ଯେଉଁଥିପାଇଁ ଓଡ଼ିଶାର ଏହି ଯୋଜନାକୁ ଏବେ ମଧ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ କୃଷି ଓ କୃଷକ ସଶକ୍ତକରଣ ସବୁଠାରୁ ଶ୍ରେଷ୍ଠ ଯୋଜନା ଭାବେ ଗଣାହେଉଛି। ଜାତୀୟସ୍ତରର ଗଣମାଧ୍ୟମ, କୃଷି ଅର୍ଥନୀତି ବିଶେଷଜ୍ଞମାନେ ଓଡ଼ିଶାର ଏହି ଯୋଜନାକୁ ସବୁଠାରୁ ଶ୍ରେଷ୍ଠ ବୋଲି କହିଛନ୍ତି। ତେଲେଙ୍ଗାନା ସରକାରଙ୍କ ‘ରୟତବନ୍ଧୁ’ ସ୍କିମ୍ ଭଳି ଓଡ଼ିଶାର ‘କାଳିଆ’ ଯୋଜନା ହୋଇଥିଲେ ମଧ୍ୟ ଏହି ଯୋଜନାର ବଡ଼ କଳେବର ଓ କୃଷକ ପରିବାର ପାଇଁ ଏକାଧିକ ସ୍କିମ୍ର ସୁବିଧା ଏବେ ସାରାଦେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୃଷିକ୍ଷେତ୍ରକୁ ସଶକ୍ତ କରିବାରେ ଏକ ବଳିଷ୍ଠ ଓ ସମୟପୋଯୋଗୀ ପଦକ୍ଷେପ ଭାବେ ସ୍ଥାନିତ କରିଛି।

Leave a Reply

Your email address will not be published.