ମୁମ୍ବାଇରେ ପୁରୁଣା ଦିଲ୍ଲୀ, ବଜେଟ୍ ୧୦କୋଟି

ମାୟା ନଗରୀ ମୁମ୍ବାଇରେ ପୁରୁଣା ଦିଲ୍ଲୀ ସହରର ଏକ ସେଟ୍ ନିର୍ମାଣ କରାଯାଇଥିଲା । ବଲିଉଡ୍ର ଆଗାମୀ ଫିଲ୍ମରେ ଦର୍ଶକ ଏହାର ଝଲକ ଦେଖିବାକୁ ପାଇବେ । ଅବିକଳ ଭାବେ ପୁରୁଣା ଦିଲ୍ଲୀ ସହରର ଏହି ସେଟ୍ ନିର୍ମାଣ କରିବା ପାଇଁ ୧ ମାସରୁ ଊଦ୍ଧ୍ୱର୍ ସମୟ ଲାଗିଥିବାବେଳେ ଏଥିରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୧୦କୋଟି ଟଙ୍କା । ତେବେ ଏତେସବୁ ଜାଣିବା ପରେ ଆପଣମାନଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ବଲିଉଡ୍ର ସେହି ଆଗାମୀ ଫିଲ୍ମର ନାଁ କ’ଣ ହୋଇପାରେ? । କହିରଖୁଛୁ ସେ ପିଲ୍ମଟିର ନାଁ ହେଉଛି ‘କଳଙ୍କ’ ।

କରଣ ଜୋହରଙ୍କ ଡ୍ରିମ୍ ପୋଜେକ୍ଟ ‘କଳଙ୍କ’ର କାହାଣୀ ୧୯୪୦ର ଏକ ପିରିୟଡ୍ ଡ୍ରାମା ଉପରେ ଆଧାରିତ । ସେହି ସମୟରେ ଦିଲ୍ଲୀର ଅବିକଳ ନକ୍ସା ନିର୍ମାଣ କରିବା କାଠିକର ପାଠ । ତଥାପି ଫିଲ୍ମ ନିର୍ମାଣ କ୍ଷେତ୍ରରେ କରଣ କୌଣସି ଭୁଲ୍ କରିବାକୁ ଚାହୁଁନାହାନ୍ତି । ତେଣୁ କରଣ ଟିକିନିଖି କଥାକୁ ଧ୍ୟାନରେ ରଖି ଦିଲ୍ଲୀ ସହରର ଏକ ସେଟ୍ ନିର୍ମାଣ କରାଇଥିଲେ ଏବଂ ସେଥିରେ ଫିଲ୍ମର ସୁଟିଂ ହୋଇଥିଲା । ଫିଲ୍ମର ଟିଜର୍ରେ ଏହାର କିଛି ଝଲକ ଦେଖିବାକୁ ମିଳିଥିଲା । କରଣ ଜୋହର୍ ଓ ପିତା ୟଶ୍ ଜୋହର୍ ଏହି ପ୍ରୋଜେକ୍ଟ ପାଇଁ ଦିର୍ଘ ୧୫ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଖବର ମିଳିଛି । କରଣ ପ୍ରଥମେ ଏହି ଫିଲ୍ମରେ ଶାହରୁଖ୍, କାଜୋଲ୍, ଅଜୟ ଦେବଗନ୍ ଓ ରାଣୀ ମୁଖାର୍ଜଙ୍କୁ ସାଇନ୍ କରିବେ ବୋଲି ଭାବିଥିଲେ । କିନ୍ତୁ ବଜେଟ୍ ଅଭାବରୁ ଏହା ସମ୍ଭବ ହୋଇପାରିନଥିଲା । ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ରିଲିଜ୍ ହେବାକୁ ଥିବା ‘କଳଙ୍କ’ରେ ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷିତ, ଆଲିଆ ଭଟ୍ଟ, ବରୁଣ ଧୱନ୍, ଆଦିତ୍ୟ ରାୟ କାପୁର୍ ଓ ସୋନାକ୍ଷୀ ସିହ୍ନାଙ୍କ ଭଳି ନାମୀଦାମୀ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ ।

‘କଳଙ୍କ’ର ଟିଜର୍କୁ ନେଇ ସୋସିଆଲ୍ ମିଡିଆରେ ବଢିଚାଲିଛି ମଜାଦାର ମିମ୍ସ୍

ଫେରିଲେ ଡ୍ୟାନ୍ସିଙ୍ଗ୍ ଅଙ୍କଲ, ନୂଆ ଭିଡିଓ ଭାଇରାଲ୍

୫୪ତମ ଜନ୍ମଦିନରେ ସିକ୍ରେଟ୍ ସେୟାର୍ କଲେ ଅମୀର୍

Leave a Reply

Your email address will not be published.