ଓଡିଶାରେ ପୁଞ୍ଜିନିବେଶକୁ ଲକ୍ଷେ କୋଟି ଟଙ୍କାକୁ ବୃଦ୍ଧି କରିବ ଜେଏସପିଏଲ

0
11
advt
< a href= "#">

ଭୂବନେଶ୍ୱର, (ଓଟି): ଓଡିଶାବାସୀ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଦ୍ୱାରା ପ୍ରୋତ୍ସାହିତ ହୋଇ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପିଏଲ) ରାଜ୍ୟରେ ତାର ପୁଞ୍ଜି ନିବେଶ ୨୦୩୦ ସୁଦ୍ଧା ୪୫ ହଜାର କୋଟି ଟଙ୍କାରୁ ଏକ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବ । ମେକ୍ ଇନ୍ ଓଡିଶା କନକ୍ଲେଭର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାଗନେଇ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହା ଘୋଷଣା କରିଛନ୍ତି । ଅନୁଗୁଳ ସ୍ଥିତ ତାର ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୬ ନିୟୁତ ଟନ୍ରୁ ୨୦ ନିୟୁତ ଟନ୍କୁ ବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ୫୦ହଜାରରୁ ୧ଲକ୍ଷକୁ ବୃଦ୍ଧି ଘଟିବ ।

advt

ଓଡିଶାରେ ଜେଏସପିଏଲର ଯାତ୍ରା ସଂପର୍କରେ ଶ୍ରୀ ଜିନ୍ଦଲ କହିଲେ ଯେ, ଓଡିଶା ସହିତ ଜେଏସପିଏଲର ସଂପର୍କ ୩୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତା ଓପି ଜିନ୍ଦଲ ଓଡିଶାରେ ଏକ ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଠ ଇସ୍ପାତ କାରାଖାନା ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଥିଲେ । ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରି ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରାଖାନା ପ୍ରତିଷ୍ଟା କରିବା କାର୍ଯ୍ୟ ୨୦୦୩ରେ ଜେଏସପିଏଲ ଆରମ୍ଭ କରିଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ କୋଲ୍ ଗ୍ୟାସିଫିକେସନ ଦ୍ୱାରା ଇସ୍ପାତ ତିଆରି କରିବା ନିମନ୍ତେ ଜେଏସପିଏଲ କାରାଖାନା ପ୍ରତିଷ୍ଠା କରିଛି । କୋଲ୍ ଆବଣ୍ଟନ ରଦ୍ଦ ହେବା, ଜେଏସପିଏଲ ପାଇଁ ଆହ୍ୱାନପୂର୍ଣ୍ଣ ହୋଇଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଜେଏସପିଏଲ ଭାରତର ସର୍ବବୃହତ ଓ ଅତ୍ୟଧୁନିକ ବ୍ଲାଷ୍ଟ ପର୍ଣ୍ଣାସ, ସିଣ୍ଟର ପ୍ଲାଣ୍ଟ ଏବଂ କୋକ ଓଭନ ପ୍ରତିଷ୍ଠା କରିଥିଲା ।


ଯେତେ ବେଳେ ଆମ ପାଇଁ ଅନେକ ଆହ୍ୱାନ ଥିଲା, ସେତେବେଳେ ରାଜ୍ୟ ସରକାର, ଓଡିଶାର ଜନସାଧାରଣ ଏବଂ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆମେ ଅନେକ ସମର୍ଥନ ଓ ସହଯୋଗ ପାଇଥିଲୁ ବୋଲି ନବୀନ ଜିନ୍ଦଲ କହିଥିଲେ ।
ଅନୁଗୁଳଠାରେ ଓଡିଶାର ସର୍ବବୃହତ ଇସ୍ପାତ କାରଖାନା ସହିତ, ଜେଏସପିଏଲ କେନ୍ଦୁଝରର ବଡବିଲଠାରେ ଭାରତର ସର୍ବବୃହତ ପେଲେଟ୍ କାରଖାନା ପରିଚାଳନା କରୁଛି ।

ଏହା ସହିତ ଶ୍ରୀ ଜିନ୍ଦଲ ଘୋଷଣା କରିଥଲେ ଯେ, ରାଜ୍ୟସରକାର ଓ ମୂଖ୍ୟମନ୍ତ୍ରୀଙ୍କ ପ୍ରେରଣାକ୍ରମେ, ଜେଏସପିଏଲ ଅନୁଗୁଳଠାରେ ଏକ ଘରୋଇ ଶିଳ୍ପ ପାର୍କ (ଇଣ୍ଡଷ୍ଟ୍ରିଆଲ ପାର୍କ) ପ୍ରତିଷ୍ଠା କରିବ । ଏହି ପାର୍କରେ ନିବେଶକମାନଙ୍କୁ ଜମି, ଜଳ, ବିଦ୍ୟୁତ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯିବ ।
ଜେଏସପିଏଲର ସାମାଜିକ ଦାୟିତ୍ୱବୋଧକୁ ପୁନରାବୃତି କରି ଶ୍ରୀ ଜିନ୍ଦଲ କହିଲେ ଯେ, ଇସ୍ପାତ ତିଆରି ସାଙ୍ଗକୁ ଲୋକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ଆଦି ସାମାଜିକ ଦାୟିତ୍ୱ ପ୍ରତି ଜେଏସପିଏଲ ବିଷେସ ଭାବରେ ଯତ୍ନବାନ ।

ଆଗ୍ରହୀ ନିବେଶକମାନେ ଓଡିଶାର ଶିଳ୍ପୋନୁକୂଲ ଓ ସହାୟକ ବ୍ୟବସ୍ଥାର ଲାଭନେଇ ରାଜ୍ୟରେ ପୁଞ୍ଜିନିବେଶକ କରିବାକୁ ଆଗେଇ ଆସିବା ନିମନ୍ତେ ଶ୍ରୀ ଜିନ୍ଦଲ ଆହ୍ୱାନ ଦେଇଥିଲେ ।

advt
< a href= "#">