ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ କାଏମ

0
26

ଭୁବନେଶ୍ୱର,(ଓଟି):  ହାଇକୋର୍ଟଙ୍କ ରାୟ ପରେ ବିଧାୟକ ପଦ ହରାଇଥିବା ଯୋଗେଶ ସିଂହଙ୍କ ସଭ୍ୟ ପଦ କାଏମ ରହିଛି । ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି  । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣୀ ହୋଇଥିଲା  । ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ପୀତାମ୍ବର ଆଚାର୍ଯ୍ୟ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିଲେ  ।

ସୂଚନାଯୋଗ୍ୟଯେ, ୨୦୧୪ ସାଧାରଣ ନିର୍ବାଚନରେ ସେ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିଲେ ବୋଲି ଅଭିଯୋଗ ଆଣି ବିଜେପି ପ୍ରାର୍ଥୀ ସହଦେବ ଖାଖା ଓ ଅନ୍ୟ ଜଣେ ଭୋଟର ଅଜୟ ପଟେଲ ତାଙ୍କ ବିରୋଧରେ ପୃଥକ ପୃଥକ ମାମଲା ଦାୟର କରିଥିଲେ  । ସମସ୍ତ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣପତ୍ରକୁ ଅନୁଧ୍ୟାନ କରିବା ପରେ ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ ରଦ୍ଧ କରିଥିଲେ  ।