ଜିଓ ଫୋନ୍‍୨: ଅଧିକ ମେମୋରୀ ସହ କ୍ୟାମେରା ଓ ଲମ୍ବା ସମୟର ବ୍ୟାକ୍‍ଅପ୍‍ ବ୍ୟବସ୍ଥା

0
514
advertisement

ଭୁବନେଶ୍ୱର, ( ହିମାଂଶୁ ଭୂଷଣ ପଣ୍ଡା):  ଆଜିର ଦିନରେ ରିଲାଏନସ୍‍ କମ୍ପାନୀର ଜିଓର ଗାହକଙ୍କ ସଖ୍ୟା ଆକାଶଛୁଆର୍ଁ ହୋଇପାରିଛି କାରଣ ହେଉଛି ଏହାର ଆକର୍ଷଣୀୟ ଅଫର୍‍ । ଜିଓର ଅଫର ଭଳି ଅନ୍ୟ ମୋବାଇଲ ନେଟୱର୍କ କମ୍ପାନୀ ମାନଙ୍କର ସେଭଳି କିଛି ଅଫର ଆସୁନାହିଁ । କୌଣସି ପର୍ବପର୍ବାଣୀ ହେଉ କିମ୍ବା ଯେ କୌଣସି ଉତ୍ସବର ହେଉ ଜିଓ ନିଶ୍ଚିତ କିଛିନା କିଛି ଅଫର ଦେବ ବୋଲି ତାର ଗ୍ରାହକ ମାନଙ୍କର ମନରେ ଏକ ଧାରଣା ଥାଏ । ସେହିଧାରାରେ ଦେଶ ତାର ୭୨ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ଅବସରରେ ଜିଓ ନିଜକୁ ପଛରେ ନପକାଇ ଗ୍ରାହକ ମାନଙ୍କ ପାଇଁ ଏକ ନୁଆ ଅଫର ଭେଟିଦେଉଛି ।

ସ୍ୱାଧୀନତା ଦିବସରେ ଜିଓର ଅଫର 

ସାରା ଦେଶର ଅନେକ ଲୋକ ରିଲାଏନସ୍‍ ଜିଓର ସବୁଠାରୁ କମ୍‍ ଦାମର ଫୋନକୁ ବ୍ୟବହାର କରିସାରିବା ପରେ ଏବେ କମ୍ପାନୀ ଆଉଥରେ ନୁଆକରି ଏକ କମ୍‍ ଦାମର ଫୋନ ବଜାରକୁ ଛାଡିବାପାଇଁ ଚିନ୍ତା କରିଛି । ପୁରୁଣା ଫୋନ ଅପେକ୍ଷା ନୁଆ ଜିଓ ଫୋନରେ ବ୍ୟବହାରକାରୀମାନେ କେତେକ ନୂଆ ନୂଆ ଫିଚର ର ବ୍ୟବହାର କରିପରିବେ । ପୁରୁଣା ଫୋନ ର ମୁଲ୍ୟ ୧୫୦୦/- ଟଙ୍କା ଥିବାବେଳେ ଏହି ନୁଆ ଫୋନର ମୁଲ୍ୟ ରହିଛି ୨୯୯୯ ଟଙ୍କା । ପୁରୁଣା ଜିଓ ଫୋନର ବଦଳରେ ଏହି ନୁଆ ଫୋନ ପାଇପାରିବେ ଏଥିପାଇଁ ଗ୍ରାହକଙ୍କୁ ମାତ୍ର ୫୦୧/- ଟଙ୍କା ଦେବାକୁ ପଡିବ ।

 

ଫିଚର୍ସ 

ପୁରୁଣା ଫୋନ ଅପେକ୍ଷା ନୁଆ ଫୋନର ଡସପ୍ଲେ ବଡ କରାଯାଇଛି ଏବଂ ପୁରୁଣା ଫୋନର ରାମ ୫୧୨ ଏମବି ଥିବାବେଳେ ଇଣ୍ଟରନାଲ ମେମୋରୀ ମାତ୍ର ୪ ଜିବି ରଖାଯାଇଥିଲା ଜାହାକୁ କି ଆଉ ଅଧିକ କରିବା ସମ୍ଭବ ନଥିଲା । କିନ୍ତୁ ନୁଆ ଫୋନରେ ସେହି ୫୧୨ ଏମବି ୧୨ମ ଥିବାବେଳେ ଇଣ୍ଟରନାଲ ମେମୋରୀକୁ ୧୨୮ ଜିବି ପର୍ଯ୍ୟନ୍ତ ବଢାଯାଇପାରିବାର ସୁବିଧା ମଧ୍ୟ ରହିଛି । ଆହୁରି ମଧ୍ୟ ଏହି ଫୋନର ମଡେଲ ବ୍ଲାକବେରୀ ଫୋନର ମଡେଲ ଭଳି ଦେଖାଯାଉଛି । ଏଥିରେ ପୁରୁଣା ଫୋନଠାରୁ ଗୋଟିଏ ଅଧିକା ଫିଚର ରହିଛି ତାହା ହେଲା “କ୍ୟାମେରା’ । ଏହି ଫୋନର ବ୍ୟାକ କ୍ୟାମେରା ୨ ମେଗାପକ୍ସେଲ ଥିବାବେଳେ ସାମନା ପଟର କ୍ୟାମେରା ୦.୩ ମେଗାପିକ୍ସେଲ ରହିଛି ପୁଣି ଏଲିଡି ଫ୍ଲାସ୍‍ ସହିତ । ଯାହାକି ଭିଡିଓ କଲଓ ସେଲ୍‍ଫି ପାଇଁ ମଧ୍ୟ ସୁବିଧା ହେବ ଏହି ଫିଚର ଜିଓର ପୁରୁଣା ଫୋନରେ ନଥିଲା । ଏହି ଫୋନରେ ୨୦୦୦ ଏମଏଏଚ୍‍ ର ଲିଥିୟମ ବ୍ୟାଟେରୀ ରହିଛି ଯାହାକି ପାଖାପାଖି ୧୪ ଘଣ୍ଟାର ବ୍ୟାକଅପ୍‍ ଦେଇଥାଏ ।

ପ୍ରି ବୁକିଙ୍ଗ 

ଜିଓ ତାର ଏହିଫୋନକୁ ବକ୍ରିକରିବା ପାଇଁ ଆଜି ୧୫.ଅଗଷ୍ଟ ୨୦୧୮ଠାରୁ ପ୍ରି ବୁକିଙ୍ଗ ଆରମ୍ଭ କରିଛି । ଏହି ବୁକିଙ୍ଗ ମଧ୍ୟ ଜିଓର ଆପ ମାଇଁ ଜିଓ ମାଧ୍ୟମରେ କରିପାରିବେ । ମାଇଁ ଜିଓ ଆପକୁ ଓପନ୍‍ କରି ଜିଓ ଫୋନ୍‍ ୨ କୁ ବୁକିଙ୍ଗ କରିବାକୁ ପଡିବ ସେଠାରେ ଏବ ପେଜ ଓପନ ହେବ ଯେଉଁଥିରେ କିଛି ଜରୁରି ତଥ୍ୟ ଦେବାକୁ ପଡିବ ।