ଭିଡିଓ ଓ ଷ୍ଟ୍ରିମିଂ ପ୍ଳାଟ୍‍ଫର୍ମ “ଜିଓ ସାବନ୍‍” ଆରମ୍ଭ

0
1228

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଡେଟ୍‍ (ଆର୍‍ଆଇଏଲ୍‍)ର ଏକ ସହାୟକ କମ୍ପାନୀ ସାବନ୍‍ ମିଡ଼ିଆ ପ୍ରାଇଭେଟ୍‍ ଲିମିଟେଡ୍‍ ଦକ୍ଷିଣ ଏସିଆର କଳାକାରଙ୍କ ପାଇଁ ସର୍ବବୃହତ ଷ୍ଟ୍ରିମିଂ, ମନୋରଞ୍ଜନ ଆଧାରିତ ପ୍ଲାଟଫର୍ମ ଜିଓସାବନକୁ ବଜାରରେ ଉପଲବ୍ଧ କରାଇଛି । ଭାରତର ସର୍ବାଧିକ ଲୋକପ୍ରିୟ ମ୍ୟୁଜିକ୍‍ ଆପ୍‍ ଜିଓ ମ୍ୟୁଜିକ୍‍ ଏବଂ ବିଶ୍ୱସ୍ତରୀୟ ଓଭର-ଦି-ଟପ୍‍ ପ୍ଲାଟଫର୍ମ ସାବନ୍‍ର ଔପଚାରିକ ସମନ୍ୱୟ ହେଉଛି ଜିଓସାବନ । ଜିଓ ଫୋନ୍‍ରେ ଜିଓ ଆପ୍‍ ଷ୍ଟୋର୍‍ରେ ଏହା ଉପଲବ୍ଧ ହେବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ୨୦୧୮ ମାର୍ଚ୍ଚରେ ସାବନ୍‍କୁ ଅଧିଗ୍ରହଣ କରିବା ଅବସରରେ କରାଯାଇଥିବା ଘୋଷଣା ମତେ ପ୍ରାୟ ୧୦୦ କୋଟି ଡଲାର୍‍ର ଏହି ମିଳିତ ପ୍ଲାଟଫର୍ମ ଏହାକୁ ଦକ୍ଷିଣ ଏସିଆରେ ସର୍ବାଧିକ ମୂଲ୍ୟବାନ ମ୍ୟୁଜିକ୍‍ ଷ୍ଟ୍ରିମିଂ ପ୍ଲାଟଫର୍ମ ତଥା ଏହା ବିଶ୍ୱରେ ଅନ୍ୟତମ ସର୍ବାଧିକ ଲୋକପ୍ରିୟ । ସାବନର ଷ୍ଟ୍ରିମିଂ ମିଡିଆ ଉକ୍ରର୍ଷତା ସହିତ ଜିଓର ଡିଜିଟାଲ୍‍ ସେବା ପରିସଂସ୍ଥାର ସମନ୍ୱୟ ହେଉଛି ଜିଓସାବନ । ୨୫୨ ନିୟୁତରୁ ଅଧିକ ବ୍ୟବହାରକାରୀ ଥିବା ଭାରତର ସର୍ବବୃହତ୍‍ ଡିଜିଟାଲ୍‍ ସେବା ନେଟ୍‍ୱର୍କ ହେଉଛି ଜିଓ । ଭାରତରେ ଏବଂ ପ୍ରବାସୀ ଭାରତୀୟଙ୍କ ପାଇଁ ସମନ୍ମିତ ଆପ୍‍ର ଏକ ବୃହତ୍‍ ବ୍ୟାବହାରିକ ବଜାର ସୁଯୋଗ ରହିଛି ।

ଇଣ୍ଟିଗ୍ରେଟେଡ୍‍ ଜିଓ ସାବନ ଆପ୍‍ର ବ୍ୟବହାରକାରୀମାନଙ୍କ ପାଇଁ ଇଣ୍ଟରଆକ୍ଟିଭ୍‍ ଲିରିକ୍‍, ସ୍ଥାନୀୟ ଭାଷାଭିତ୍ତିକ ଡିସ୍‍ପ୍ଲେ, କନ୍ସର୍ଟ ଓ ଲାଇଭ୍‍ ଇଭେଣ୍ଟ ଇତ୍ୟାଦିର ସମନ୍ୱୟ ଆଗାମୀ କିଛି ମାସ ମଧ୍ୟରେ ସମ୍ଭବ ହେବ ବୋଲି ଜିଓ ପକ୍ଷରୁ କୁହାଯାଇଛି । ଏହି ସେବା ଦ୍ୱାରା ଜିଓ ଉପଭୋକ୍ତା ଜିଓ ସାବନ୍‍ ସମନ୍ୱିତ ଆପ୍‍ ସେବା ମୁକ୍ତ, ନିଶୁଳ୍କ ଓ ନିରବଚ୍ଛିନ ଭାବେ ପାଇବେ । ଏହା ସାଙ୍ଗକୁ ଜିଓ ସାବନ ବଜାର ପ୍ରବେଶ ପରେ ସମସ୍ତ ଜିଓ ବ୍ୟବହାରକାରୀ ଏହି ଷ୍ଟ୍ରିମିଂ ସେବାର ପ୍ରମିୟମ୍‍ ଉତ୍ପାଦ ‘ଜିଓସାବନ ପ୍ରୋ’ର ୯୦ ଦିନ ପର୍ଯ୍ୟନ୍ତ ପରିବର୍ଦ୍ଧିତ ମାଗଣା ସୁବିଧା ପାଇବେ ।

ଜିଓସାବନର ବଜାର ପ୍ରବେଶ ଅବସରରେ ରିଲାଏନ୍ସ ଜିଓର ନିର୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି, ‘ଦେଶ ତ୍ୱରିତ ପ୍ରଯୁକ୍ତିବିଦ୍ୟା ନବୀକରଣ, ଡିଜିଟାଲ୍‍ ସେବାର ଦ୍ରୁତ ଉପଯୋଗ ଏବଂ ବିଶ୍ୱସ୍ତରୀୟ ଶ୍ରେଷ୍ଠ ସଂସ୍ଥାର ସମକକ୍ଷ ହେବା ପଥରେ ଥିବାରୁ ଜିଓସାବନ ଭାରତରେ ମ୍ୟୁଜିକ୍‍ ଷ୍ଟ୍ରିମିଂ ଶିଳ୍ପ କ୍ଷେତ୍ରରେ ଏକ ପରିବର୍ତ୍ତନମୁଖି ବ୍ୟବସ୍ଥା । ଜିଓ ଆଡଭାନ୍ସଡ୍‍ ଡିଜିଟାଲ୍‍ ସେବା ଭିତ୍ତିଭୂମି ବଳରେ ଏବଂ ଏହାର ବ୍ୟାପକ ବ୍ୟବହାରକାରୀଙ୍କ ସହଯୋଗରେ ଜିଓ ସାବନ ଭାରତରେ ସର୍ବବୃହତ୍‍ ଷ୍ଟ୍ରିମିଂ ପ୍ଲାଟ୍‍ଫର୍ମ ହେବ ।

ଭାରତର ସର୍ବାଧିକ ଶକ୍ତିଶାଳୀ ଡିଜିଟାଲ୍‍ ସେବା ନେଟ୍‍ୱର୍କର ସମ୍ବଳ ଏବଂ ସଂଯୋଗ ବ୍ୟବସ୍ଥା ସହାୟତାରେ ଜିଓସାବନ ଏବେ ସାବନ୍‍ର ସର୍ବୋନ୍ନତ ମୌଳିକ ପ୍ରୋଗ୍ରାମିଂ ତଥା ଶିଳ୍ପୀ ବିକାଶ ପ୍ଳାଟଫର୍ମ ‘ଆର୍ଟିଷ୍ଟ ଅରିଜିନାଲ୍‍’ ବିକଶିତ କରିବ । ମୌଳିକ ଅଡ଼ିଓ ମନୋରଞ୍ଜନର ବିକାଶ, ବଜାରୀକରଣ ଏବଂ ବିତରଣକୁ ନୂଆ ସ୍ୱରୂପ ଦେଇଥିବା ସାବନର ମୌଳିକ ପ୍ରୋଗ୍ରାମିଂ ଭାରତର କେତେକ ସର୍ବାଧିକ ଲୋକପ୍ରିୟ ଅଡ଼ିଓ ପଡ୍‍କାଷ୍ଟ ଯଥା: ‘ ନୋ ଫିଲଟର୍‍ ନେହା’, ‘ଥ୍ୟାଙ୍କ ୟୁ ଫର୍‍ ସେୟାରିଂ’, ‘ଟେକ୍‍ ଟୁ ୱିଥ୍‍ ଅନୁପମା ଆଣ୍ଡ ରାଜୀବ’, ‘ଟକିଂ ମ୍ୟୁଜିକ୍‍’ ଏବଂ ‘କାହାଣୀ ଏକ୍ସପ୍ରେସ୍‍ ୱିଥ୍‍ ନୀଲେଶ ମିଶ୍ର’ ପ୍ରସ୍ତୁତ କରି ସ୍ୱତନ୍ତ୍ର ଭାବେ ବିତରଣ କରାଇଥାଏ । ସାବନ୍‍ର ସହ ପ୍ରତିଷ୍ଠାତା ରିଷି ମାଲହୋତ୍ରା, ପରମଦୀପ ସିଂହ, ଏବଂ ବିନୋଦ ଭଟ୍ଟ କମ୍ପାନୀର ଅଭିବୃଦ୍ଧିକୁ ଗତିଶୀଳ କରାଇବାକୁ ସୋମନଙ୍କ ନେତୃତ୍ୱ ବଜାୟ ରଖିଛନ୍ତି । ଜିଓସାବନର ବିଶ୍ୱବ୍ୟାପୀ ୫ଟି ଅଫିସ୍‍ ଯଥା- ମାଉଣ୍ଟେନ୍‍ ଭ୍ୟୁ, ଆମେରିକାର ନ୍ୟୁୟର୍କ ସମେତ ବେଙ୍ଗାଲୁରୁ, ଗୁରୁଗ୍ରାମ ଏବଂ ମୁମ୍ବଇରେ ୨୦୦ରୁ ଅଧିକ କର୍ମଚାରୀ ଥିବା ଜିଓସାବନ୍‍ ଟିମ୍‍ କାର୍ଯ୍ୟ ଜାରି ରଖିଛନ୍ତି ।

‘ଆମେ ଦେଶରେ ସର୍ବାଧିକ ଉପଯୋଗୀ ତଥା ସୁଦକ୍ଷ ମିଡ଼ିଆ ପ୍ଲାଟଫର୍ମ, ଅପ୍ରତିଦ୍ୱନ୍ଦ୍ୱୀ ସୂଚୀ କାଟଲଗ୍‍ ଆଧାରିତ, ଆଞ୍ଚଳିତ ସମ୍ପାଦନା ତଥା ମୌଳିକ ପ୍ରୋଗ୍ରାମିଂ ବିଶିଷ୍ଟ ହେବା ସହ ବିଶ୍ୱବ୍ୟାପୀ ଶ୍ରୋତା ତଥା ସ୍ରଷ୍ଟାଙ୍କ ପାଖରେ କଳାକାରଙ୍କୁ ସିଧାସଳଖ ପରିଚିତ କରାଇବାର ଉପକ୍ରମ’ ବୋଲି ଜିଓସାବନ୍‍ର ସହ-ପ୍ରତିଷ୍ଠାତା ତଥା ସିଇଓ ରିଷି ମାଲହୋତ୍ରା ପ୍ରକାଶ କରିଛନ୍ତି ।

‘ଜିଓସାବନର ବଜାର ପ୍ରବେଶ ଭାରତରେ ମ୍ୟୁଜିକ୍‍ ଷ୍ଟ୍ରିମିଂ ପାଇଁ ତଥା ବ୍ୟାପକ ଅର୍ଥରେ ବିଶ୍ୱ ସଙ୍ଗୀତ ଶିଳ୍ପ ପାଇଁ ଏକ ନୂଆ ଯୁଗ । ଜିଓସାବନ୍‍ ପର୍ଯ୍ୟାୟକ୍ରମେ ଗତିଶୀଳ ହୋଇ ଲେବଲ ପାର୍ଟନର୍‍, ବ୍ରାଣ୍ଡ ଆଡ୍‍ଭଟାଇଜର୍‍ ଏବଂ ଏକକ କଳାକାରଙ୍କ ପାଇଁ ବିଷୟବସ୍ତୁ, ବ୍ୟବସାୟ ତଥା ସଂସ୍କୃତି କ୍ଷେତ୍ରରେ ଫଳପ୍ରଦ ହେବ’ ବୋଲି ଜିଓସାବନ୍‍ର ସହ-ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଉପସଭାପତି ପରମଦୀପ ସିଂହ ପ୍ରକାଶ କରିଛନ୍ତି ।

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଜିଓ -ୱାନପ୍ଲସ 6T ଅନଲକ ଦି ସ୍ପିଡ଼ ଅଫର : ମିଳିବ ୫୪୦୦ ଟଙ୍କାର ତତକ୍ଷଣାତ କ୍ୟାସବ୍ୟାକ ସୁବିଧା

ଜିଓ -ୱାନପ୍ଲସ 6T ଅନଲକ ଦି ସ୍ପିଡ଼ ଅଫର : ମିଳିବ ୫୪୦୦ ଟଙ୍କାର ତତକ୍ଷଣାତ କ୍ୟାସବ୍ୟାକ ସୁବିଧା

ଏବେ ଜିଓ ଫୋନରେ ବି ହ୍ୱାଟ୍ସଆପ୍

ଏବେ ଜିଓ ଫୋନରେ ବି ହ୍ୱାଟ୍ସଆପ୍

୧୬୦ ଶିକ୍ଷାନୁଷ୍ଠାନରେ ଜିଓ ଡିଜିଟାଲ୍ ଲାଇଫ୍

୧୬୦ ଶିକ୍ଷାନୁଷ୍ଠାନରେ ଜିଓ ଡିଜିଟାଲ୍ ଲାଇଫ୍