ଜିଓ ନ୍ୟୁଜ: ୧୨ଟି ଭାଷାରେ ନ୍ୟୁଜ୍‍ କଣ୍ଟେଣ୍ଟ ପାଇଁ ଏକକ ମୋବାଇଲ୍‍ ଆପ୍‍

ଜିଓ ପକ୍ଷରୁ ଜିଓନ୍ୟୁଜ ନାମରେ ଏକ ନୂତନ ପରିବର୍ତନ ଅ ।ଣିବା ଭଳି ଡିଜିଟାଲ ଉତ୍ପାଦ ଉଭୟ ମୋବାଇଲ ଆପ୍ଲିକେସନ ସହିତ ୱେବ ଆଧାରିତ ସେବା ( www.jionews.com ) ରୂପରେ ଉନ୍ମୋଚନ କରାଯାଇଛି । ଏହି ଆପ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋରରେ ଗ୍ରାହକଙ୍କ ବ୍ୟବହାର ପାଇଁ ଡାଉନଲୋଡ କରିବା ନିମନ୍ତେ ଉପଲବ୍ଧ ହୋଇଛି।

ଜିଓ ନିଉଜର ଆରମ୍ଭ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଦେଶର ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୧୯, ଆଇପିଏଲ ୨୦୧୯, କ୍ରିକେଟ ବିଶ୍ୱକପ ୨୦୧୯ଏବଂ ଭାରତ ଓ ସାରା ଦୁନିଆରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ତାଜା ସୂଚନା ପାଇବା ପାଇଁ ସବୁ ବେଳେ ଉତ୍ସୁକତା ରହିଛି। ଏଭଳି ସମୟରେ ଗ୍ରାହକମାନେ ଯାତାୟାତ କରୁଥିବା ସମୟରେ ସବୁ ଘଟଣାର ତାଜା ସୂଚନାକୁ ଜିଓ ନ୍ୟୁଜ୍‍ ଜରିଆରେ ପାଇପାରିବେ। ଜିଓ ନ୍ୟୁଜ୍‍ ହେଉଛି ଏକ ୱାନ ଷ୍ଟପ ସମାଧାନ ଯାହା ଜରିଆରେ ବ୍ୟବହାରକାରୀମାନେ ତାଜା ଖବର, ଲାଇଭ ଟିଭି, ଭିଡିଓ, ପତ୍ରିକା, ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ପାଇପାରିବେ। ଅନ୍ୟ ସମସ୍ତଙ୍କ ଠାରୁ ଆଗରେ ରହିବା ପାଇଁ ଜିଓ ନିଉଜ ହେଉଛି ଏକ ନୂତନ ଯୁଗର ବା ମିଲେନିଆଲ ରାସ୍ତା।

ଜିଓ ନିଉଜ ନିଜ ବ୍ୟବହାରକାରୀମାନଙ୍କୁ ୧୨ରୁ ଅଧିକ ଭାରତୀୟ ଭାଷାରୁ ପ୍ରାଥମିକତା ଚୟନ କରି ତାହାକୁ ପଢ଼ିବାର ନିଜସ୍ୱ ଅନୁଭବ ପ୍ରଦାନ କରିବାର ସଠିକ କ୍ଷମତା ପ୍ରଦାନ କରୁଛି। ପ୍ରତିଟି କ୍ଷଣ ତାଜା ଖବର (ବ୍ରେକିଂ ନ୍ୟୁଜ) ସହିତ , ୧୫୦ରୁ ଅଧିକ ଲାଇଭ ଚ୍ୟାନେଲ, ୮୦୦ରୁ ଅଧିକ ପତ୍ରିକା, ୨୫୦ରୁ ଅଧିକ ସମ୍ବାଦପତ୍ର, ଲୋକପ୍ରିୟ ବ୍ଲଗ ଓ ଭାରତ ଏବଂ ଦୁନିଆ ସାରାର ଖବର ୱେବସାଇଟ ଜିଓ ନିଉଜରେ ଉପଲବ୍ଧ ହେବ ଏବଂ ଖୁବଶୀଘ୍ର ବହୁତ ଭଲ ବିଷୟବସ୍ତୁ (କଣ୍ଟେଣ୍ଟ) ପ୍ରଦାନ କରାଯିବ।

ବ୍ୟବହାରକାରୀମାନେ ରାଜନୀତି, ଖେଳ ମନୋରଞ୍ଜନ, ବ୍ୟବସାୟ, ଉଦ୍ୟୋଗ, ଜୀବନଶୈଳୀ, ଫେସନ, କ୍ୟାରିୟର, ସ୍ୱାସ୍ଥ୍ୟ, ଜ୍ୟୋତିଷ, ଆର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ନିଜ ପସନ୍ଦର କ୍ଷେତ୍ର ଚୟନ କରି ହୋମ ପେଜକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସୁହାଇବା ଭଳି କରିପାରିବେ।

ଏଆଇ ଓ ଏମଏଲ ପ୍ରଯୁକ୍ତି ସହିତ ସମନ୍ୱିତ କରାଯିବା ସହିତ ଜିଓ ନିଉଜ ହଜାର ହଜାର ଉତ୍ସକୁ ଖୋଜି ନିଜ ବ୍ୟବହାରକାରୀଙ୍କ ଉପଯୋଗ ଲାଗି ସବୁଠୁ ଉପଯୋଗୀ ବିଷୟବସ୍ତୁ ପ୍ରସ୍ତୁତ କରୁଛି ।

ବ୍ୟବହାରକାରୀମାନେ ୧୫୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଯାତ୍ରାର ଆନନ୍ଦ ଉଠାଇ ପାରିବେ। ଯେଉଁଥିରେ ସାରା ଦେଶର ସମସ୍ତ ପ୍ରମୁଖ ଏବଂ ଲୋକପ୍ରିୟ ଟିଭି ନିଉଜ ଚ୍ୟାନେଲ ସାମିଲ ରହିଛି। ଯେକୌଣସି ବଲିଉଡ, ଫେସନ, ସ୍ୱାସ୍ଥ୍ୟ, ମୋଟରଯାନ, ଉଦ୍ୟୋଗ, ଖେଳ ଏବଂ ସୂଚୀରେ ନୂଆ ଟ୍ରେଣ୍ଡିଂ ଭିଡିଓର ମଜା ଉଠାଇ ହେବ। ପଢ଼ିବାରେ ରୁଚି ରଖୁଥିବା ଜିଓ ଉପଭୋକ୍ତାମାନେ ଏବେ ୮୦୦ରୁ ଅଧିକ ବିଭିନ୍ନ ପ୍ରକାରର ପତ୍ରିକା ଏବଂ ସାରା ଦେଶର ପ୍ରମୁଖ ସମ୍ବାଦପତ୍ର ପଢ଼ିପାରିବେ।

ଜିଓ ନିଉଜ ହେଉଛି ଜିଓ ଏକ୍ସପ୍ରେସ ନିଉଜ, ଜିଓମ୍ୟାଗସ, ଏବଂ ଜିଓ ନିଉଜପେପର୍ସର ଏକ ସମ୍ମିଳିତ ଉପସ୍ଥାପନା ଯାହା ସହିତ ଏବେ ଲାଇଭ ଟିଭି ଏବଂ ଭିଡିଓର ଅତିରିକ୍ତ ଉପସ୍ଥାପନ ରହିଛି । ଏହି ଆପଗୁଡ଼ିକର ସମସ୍ତ ବ୍ୟବହାରକାରୀ ମାନଙ୍କୁ ଜିଓ ନିଉଜକୁ ସ୍ଥାନାନ୍ତରିତ କରାଯିବ ଏବଂ ସେମାନେ ଜିଓ ନିଉଜ ସହିତ କଣ୍ଟେଣ୍ଟ ବ୍ୟବହାର ଜାରି ରଖିପାରିବେ। ଜିଓ ବ୍ୟବହାରକାରୀଙ୍କ ପାଇଁ ଜିଓ ନ୍ୟୁଜ ଆପର ସମସ୍ତ ସୁବିଧାକୁ ହାସଲ କରିବାର ପ୍ରାଥମିକତା ରହିବ। ଅଣ ଜିଓ ଗ୍ରାହକମାନେ ପରୀକ୍ଷଣ ସମୟରେ କେବଳ ଲଗ ଇନ କରି ଆପର ସମସ୍ତ ସୁବିଧା ଏବଂ ବେଶିଷ୍ଟ୍ୟର ବ୍ୟବହାର କରିପାରିବେ।

ଏତେ ସବୁ କଣ୍ଟେଣ୍ଟ ସହିତ ଏକ ସହଜ ଏବଂ ସ୍ୱଚ୍ଛ ଇଣ୍ଟରଫେସ ସହ ଜିଓ ନିଉଜ ଲୋକଙ୍କୁ ନିଜର ଡିଭାଇସ (ଉପକରଣ)ରେ କଣ୍ଟେଣ୍ଟ ଉପଯୋଗ କରିବାର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବ । ଏହା “ଅ।ପଣଙ୍କ ଖବର, ଅ।ପଣଙ୍କ ଭାଷା’ର ଭରସା ସହିତ ବ୍ୟବହାରକାରୀଙ୍କ ସହିତ ସବୁ ବେଳେ ରହିବ ।

କରୁଣ ମୋଡ଼ରେ କଂଗ୍ରେସ କାହାଣୀ

ଗଜପତି-ନବରଙ୍ଗପୁରରେ ୩ ଗ୍ରାମବାସୀଙ୍କ ଭୋଟ ବର୍ଜନ

Leave a Reply

Your email address will not be published.