ଜୁଏଲାରୀ ବକ୍ସ କିଣୁଥିଲେ ଜାଣିରଖନ୍ତୁ କିଛି ଟିପ୍ସ

0
30
advertisement

ଦଶହରା କିମ୍ବା ଦୀପାବଳୀ ସମୟରେ ଜୁଏଲାରୀ ବକ୍ସ କିଣିବା ଶୁଭ ବୋଲି କୁହାଯାଏ । ଏହା ବ୍ୟତୀତ ଫେଷ୍ଟିଭ୍ ସିଜିନରେ କାହାକୁ ଉପହାର ଦେବା ପାଇଁ କିମ୍ବା ନିଜ ପାଇଁ ପ୍ରାୟ ସମସ୍ତେ ଗହଣା ବାକ୍ସ କିଣିଥାନ୍ତି । ଏହାକୁ କିଣିବା ସମୟରେ କିଛି ଟିପ୍ସ ଜାଣିରଖନ୍ତୁ, ଯାହାକି ଆପଣଙ୍କ ପସନ୍ଦକୁ ପରଫେକ୍ଟ କରିବ । ତେବେ ଆସନ୍ତୁ ଜାଣିବା –

୧- ଲେଦର୍ ଅପେକ୍ଷା କାଠ ନିର୍ମିତ ଜୁଏଲାରୀ ବକ୍ସକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । କାରଣ ଲେଦର୍ ବକ୍ସ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇନଥାଏ । ଏହା ସହିତ ଲେଦର୍ ବକ୍ସରେ ଆପଣଙ୍କୁ ଅଧିକ ଡିଜାଇନ୍ ମଧ୍ୟ ମିଳିନଥାଏ ।

୨- କାଠ ନିର୍ମିତ ଜୁଏଲାରୀ ବକ୍ସ କିଣିବା ସମୟରେ ତାହାର ମସୃଣତା ଏବଂ ତା’ ଭିତରେ ଭେଲଭେଟ୍ କପଡ଼ା ରହିଛି କି ନାହିଁ ପରୀକ୍ଷା କରି ଦେଖନ୍ତୁ । କାଠର ହାଲକା ମୁନିଆ ଅଂଶ ମଧ୍ୟ ଜୁଏଲାରୀରେ ସ୍କ୍ରାଚ୍ କରାଇଥାଏ ।

୩- ବାକ୍ସ ଭିତରେ ଭେଲଭେଟ୍ କପଡ଼ା ପକାଇ ଗହଣା ଗୁଡ଼ିକୁ ରଖନ୍ତୁ ।

୪- ଉପହାର ଦେବା ପାଇଁ ବକ୍ସର ଡିଜାଇନ୍ ଓ ଅଧିକ ଥାକ ଥିବା ଜୁଏଲାରୀ ବକ୍ସକୁ ଗୁରୁତ୍ୱ ଦିଅନ୍ତୁ । କେବଳ ଇୟରିଂ ରଖିବା ପାଇଁ ମାର୍କେଟକୁ ଅନେକ ଡିଜାଇନର ଜୁଏଲାରୀ ବକ୍ସ ଆସୁଛି । ତାହାକୁ ଆପଣ ବିଶେଷ ଭାବେ ଝିଅମାନଙ୍କୁ ଉପହାର ଦେଇପାରିବେ ।

୫- ଘର ପାଇଁ ଜୁଏଲାରୀ ବକ୍ସ କିଣୁଥିଲେ ଲକ୍ ସିଷ୍ଟମ୍ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

୬- ପ୍ଲାଷ୍ଟିକ ଓ ମଜବୁତ୍ କାର୍ଡ଼ ବୋର୍ଡ଼ ନିର୍ମିତ ଜୁଏଲାରୀ ବକ୍ସଗୁଡ଼ିକ ଦେଖିବା ପାଇଁ ଖୁବ୍ ସୁନ୍ଦର ଲାଗୁଥିଲେ ମଧ୍ୟ, ସେଗୁଡ଼ିକ ଠାରୁ ଦୂରେଇ ରହନ୍ତୁ । କାରଣ ଏହା ଖୁବ୍ କମ୍ ଦିନ ପରେ ନଷ୍ଠ ହୋଇଯାଏ ।