ମନୋକାମନା ପୂରଣ ହେବା ପାଇଁ ଜନ୍ମାଷ୍ମମୀରେ କରନ୍ତୁ ଏହି ଉପାୟ

୧- ବ୍ୟବସାୟ ଓ ଚାକିରୀରେ ଉନ୍ନତି ଚାହୁଁଥିଲେ ଜନ୍ମାଷ୍ଟମୀ ଦିନ ଗୋଟିଏ ମୟୂର ପର କିଣି ପୂଜା ସ୍ଥଳରେ ବିଷ୍ଣୁମୂର୍ତ୍ତ କିମ୍ବା ବାଳଗୋପାଳ ମୂର୍ତ୍ତି ପାଖରେ ରଖିଦିଅନ୍ତୁ । ବିଭିନ୍ନ ମିଷ୍ଠାନ୍ନ ଭୋଗ ଲଗାଇ ଛୋଟ ପିଲାଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ । ଜନ୍ମାଷ୍ମମୀ ପରଦିନ ନିତ୍ୟକର୍ମ ଓ ପୂଜା ସାରିବା ପରେ ସେହି ମୟୂର ପରକୁ ଆଣି ଆଲମାରୀ କିମ୍ବା ଟଙ୍କା ବାକ୍ସରେ ରଖନ୍ତୁ ।

୨- ସନ୍ତାନପ୍ରାପ୍ତି ପାଇଁ ଜନ୍ମାଷ୍ଟମୀର ବ୍ରତ ଓ ଉପବାସ ରଖି ସ୍ୱାମୀ ଓ ସ୍ତ୍ରୀ ପୂଜା ସଂକଳ୍ପ କରିବା ପରେ ଛୋଟ ଛୋଟ ପିଲାଙ୍କ ପାଇଁ ଭୋଜିର ଆୟୋଜନ କରନ୍ତୁ । ଏହା ସହିତ ଗରୀବ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ କରିବା ସହିତ ମନ୍ଦିରକୁ ଯାଇ ବାଳଗୋପାଳଙ୍କୁ ବସ୍ତ୍ର ଓ ଭୋଗ ଲଗାନ୍ତୁ ।

୩- ଶିକ୍ଷା କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ବାଳ ଗୋପାଳଙ୍କ ମୂର୍ତ୍ତି ସ୍ଥାପନା କରିବା ସହ ସବୁ ଦିନ ଗୋପାଳ ସହସ୍ରନାମ ପାଠ କରନ୍ତୁ ।

୪- କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଜନ୍ମାଷ୍ଟମୀରେ ବ୍ରତ ରଖି ଆପଣଙ୍କ ରାଶି ଅନୁଯାୟୀ ବ୍ରାହ୍ମଣଙ୍କ ଦ୍ୱାରା ବିଶେଷ ପୂଜାର୍ଚ୍ଚନା କରିବାକୁ ହେବ । ଏଥିପାଇଁ ୫ କିମ୍ବା ୭ ଜଣ ବ୍ରାହ୍ମଣଙ୍କୁ ଅନ୍ନ ବସ୍ତ୍ର ଦାନ ଦେବା ପାଇଁ ବିଧି ରହିଛି । ଏହା ସହିତ ଗାଇ ଓ ବାଛୁରୀକୁ ସବୁଜ ଚାରା ଦେବା ସହିତ ସେବା କରନ୍ତୁ ।

୫- ଧନଲାଭ ପାଇଁ ଜନ୍ମାଷ୍ଟମୀରେ ଆପଣ ଶ୍ରୀକୃଷ୍ଣଙ୍କ ପାଇଁ ଗୋଟିଏ ଝୁଲଣ କିଣି ଆଣନ୍ତୁ ଏବଂ ସେଥିରେ ବାଳଗୋପାଳଙ୍କୁ ରଖି ନୂଆ ବସ୍ତ୍ର, ଆଭୂଷଣ ଦ୍ୱାରା ସଜାନ୍ତୁ । ଏହା ସହିତ ବାଳଗୋପାଳଙ୍କ ସମସ୍ତ ପ୍ରିୟ ଜିନିଷକୁ ରଖି ପୂଜା କରନ୍ତୁ । ଏହାପରେ ସେସବୁ ଜିନିଷକୁ ଛୋଟ ପିଲାଙ୍କ ମଧ୍ୟରେ ବାଣ୍ଟିଦଅନ୍ତୁ ।

୬- ରୋଗବ୍ୟାଧି ଦୂର କରିବା ପାଇଁ ଜନ୍ମାଷ୍ଟମୀ ଦିନ ମୟୂର ପର ଓ ବଂଶୀ କିଣି ଆଣନ୍ତୁ । ପୂଜା କରିବା ପରଦିନ ପୂଜାସ୍ଥଳରେ ଥିବା ମୟୂର ପର ଓ ବଂଶୀକୁ ବେଡରୁମରେ ରଖିଦିଅନ୍ତୁ । ଶ୍ରାକୃଷ୍ଣଙ୍କୁ ସ୍ମରଣ କରି ଆରୋଗ୍ୟ ଲାଭ ପାଇଁ କାମନା କରନ୍ତୁ ।

Leave a Reply

Your email address will not be published.