ସେନାର ଏନକାଉଣ୍ଟର, ଟଳିଲେ ଆଉ ୩ ଆତଙ୍କବାଦୀ

ଜମ୍ମୁକାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ସଫଳତା ମିଳିଛି। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି।

ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା  । ସୂଚନା ଆଧାରରେ ପୋଲିସ, ସେନା ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା  । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ । ଏହାର ଉଚିତ ଜବାବ ଦେଇଥିଲେ ଯବାନ । ଫଳରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଏହାପୂର୍ବରୁ ଶୁକ୍ରବାର କୁଲଗାମରେ ମଧ୍ୟ ଜୈଶ-ଏ-ଅହମ୍ମଦର ୩ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । କାଶ୍ମୀର ଘାଟିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସେତେବେଳେ ଗୁଳି ବିନିମୟ ଘଟିଛି ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨ ଦିନିଆ କାଶ୍ମୀର ଗସ୍ତରେ ରହିଛନ୍ତି ।

Leave a Reply

Your email address will not be published.