ବଡ଼ ସାଂଘାତିକ ଗାଡ଼ି ଚାଳକ: ଲକ୍‌ଡାଉନ୍‌ ବେଳେ ବଙ୍ଗଳାରୁ ଓଡ଼ିଶା ଆଣିଲେ କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସ୍ଵଳ୍ପ ଫାଇଦା ହେଉ ବା କାହାକୁ ସାହାଯ୍ୟ କରିବାର ମନୋବୃତ୍ତିରେ ଲକ୍‌ଡାଉନ୍‌ ନିୟମ ଫୁ ହୋଇଛି। ଫଳରେ ପଡ଼ୋଶୀ ରାଜ୍ୟରୁ କରୋନା ରୋଗୀ ପ୍ରବେଶ କରିଛନ୍ତି ଓଡ଼ିଶାର ଗ୍ରାମାଞ୍ଚଳରେ। ସେମାନଙ୍କୁ ଖୋଜି ପାଇବା ଏବେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଭଦ୍ରକରୁ ଚିହ୍ନିତ ଜଣେ ରୋଗୀଙ୍କ ଯାତ୍ରା ବିବରଣୀକୁ ଅନୁଧ୍ୟାନ କରି ଯାଜପୁର ଜିଲ୍ଲା ପ୍ରଶାସନ ଏବେ ସତର୍କ ଘଣ୍ଟି ବଜାଇଛନ୍ତି। ଜିଲ୍ଲାର ଷଠିପୁର ଅଞ୍ଚଳରରେ କୌଣସି ଏକ ଗାଁକୁ ଆସିଥିବାେ ୬ ଜଣ ଶ୍ରମିକ ଏବେ କରୋନା ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଇଛି। ଏମାନଙ୍କୁ ଚିହ୍ନଟ କରିବା ପାଇଁ ଗାଁ କମିଟିଙ୍କ ସହାୟତା ଲୋଡ଼ିଛନ୍ତି ଯାଜପୁର ଜିଲ୍ଲାପାଳ।

ମିଳିଥିବା ସୂଚନା ଅନୁସାରେ ଏହି ୬ଜଣ ଶ୍ରମିକ କୋଲକତାରୁ ୨୯ ତାରିଖ ଦିନ ଏକ ଭ୍ୟାନ୍‌ରେ ଆସିଥିଲେ। ଏହି ଭ୍ୟାନ୍‌ରେ ଆସିଥିବା ଅନ୍ୟଜଣେ ଭଦ୍ରକ ଜିଲ୍ଲାର ଥିଲେ। ଯାହାଙ୍କଠାରେ ଆଜି କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ତାଙ୍କୁ ପଚାରିବା ପରେ ଯେଉଁ ତଥ୍ୟ ମିଳିଛି ସେଥିରୁ ସ୍ପଷ୍ଟ ଯେ, ଏହି ଭ୍ୟାନ୍‌ରେ ଆସିଥିବା ଅନ୍ୟ ୬ ଜଣ ଯାଜପୁରର ଥିଲେ। ସେମାନେ ୨୯ ତାରିଖ ଦିନ କୋଲକତା ଛାଡ଼ି ଓଡ଼ିଶା ଅଭିମୁଖେ ଆସିଥିଲେ। ୩୦ ତାରିଖ ଦିନ ସେମାନେ ଓଡ଼ିଶାରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି।

 

 

ଅଧିକ କରୋନା ସମ୍ପର୍କିତ ଖବର ପାଇଁ ନିମ୍ନରେ କ୍ଲିକ୍‌ କରନ୍ତୁ

#OdishaFightsCorona: ଗ୍ରାମାଞ୍ଚଳରେ କରୋନା ପଦଧ୍ବନୀ, ବଢ଼ିଲା ବାଲେଶ୍ଵର ଓ ଭଦ୍ରକରେ କରୋନା ଆତଙ୍କ

ଓଡ଼ିଶାରେ ଆଉ ୭ #Corona ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୮

#covid19 ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଥାନା ଅଧିକାରୀ ନିଲମ୍ବିତ

ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍‌, ୧୭ ହଜାର ୬୧୫ ପଜିଟିଭ୍‌

Leave a Reply

Your email address will not be published.