ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ଜଗତସିଂହପୁର ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା

ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ପ୍ରାୟ ୧୦ ଜଣ ଯୁବକ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସେହିପରି ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ଘର ଆଗରେ ଅସନ୍ତୁଷ୍ଟ ନେତାମାନେ ପ୍ରଦର୍ଶନ କରିବା ସହିତ ହୋହାଲ୍ଲା କରିଛନ୍ତି।

ରିପୋର୍ଟ ଅନୁସାର ଜଗତସିଂହପୁର ବିଧାନସଭା ଆନସ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ମିଳିବା ପରେ ସ୍ଥାନୀୟ ନେତାମାନେ ଉତ୍ତେଜିତ ହୋଇ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। କାରଣ ଏହି ଆସନରୁ ଅମରେନ୍ଦ୍ର ଦାସ ଆଶାୟୀ ପ୍ରାର୍ଥୀ ଥିଲେ। ସ୍ଥାନୀୟ ନେତାମାନେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ ରାଜରାସ୍ତାରେ ନିଆଁ ଜାଳିଛନ୍ତି। କାର୍ଯ୍ୟାଳୟ ଆଗରେ ଲାଗିଥିବା ବୋର୍ଡ ଭାଙ୍ଗିବା ସହିତ ହୋର୍ଡିଂ ଚିରି ପକାଇଛନ୍ତି। ଏପରିକି କାର୍ଯ୍ୟାଳୟ ଆଗରେ ଲାଗିଥିବା ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ମଧ୍ୟ ଚିରି ପକାଇଛନ୍ତି। ସେହିପରି ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ପୁଲିସ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୯ଟି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ। ଏହି ତାଲିକାରେ ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ମିଳିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

ଟିକଟ ଦାବିରେ ଗେଟରେ ତାଲା ପକାଇଲା ମହିଳା କଂଗ୍ରେସ

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

Leave a Reply

Your email address will not be published.