ବଢିଲା ଆୟକର ରିଟର୍ଣ୍ଣ ଦାଖଲର ଅବଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ୨୦୧୯-୨୦ ବର୍ଷ ପାଇଁ ଦାଖଲ ହେବାକୁ ଥିବା ଆୟକର ରିଟର୍ଣ୍ଣ (ଆଇଟିଆର) ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର । କରୋନା ଜନିତ ଲକଡାଉନକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆୟକର ରିଟର୍ଣ୍ଣର ଦାଖଲ ଅବଧିକୁ ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । କରଦାତାମାନଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସିବିଡିଟି ଏକ ବିଜ୍ଞପ୍ତିରେ କହିଥିଲେ ଯେ ୨୦୧୮-୧୯ ଲାଗି ଆଇଟିଆର ଦାଖଲର ସମୟସୀମା ୨୦୨୦ ମସିହା ଜୁଲାଇ ୩୧ ଯାଏଁ ବଢାଯାଇଥିଲା । ଏପରିକି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ୨୦୧୯-୨୦ ଆଇଟି ଟ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ ବିନିଯୋଗରୁ ଡିଡକ୍ସନ ଲାଗି ସମୟସୀମାକୁ ମଧ୍ୟ ଜୁଲାଇ ୩୧ ଯାଏଁ ବୃଦ୍ଧି କରାଯାଇଛି ।

ଭାରତ ଆୟକର ବିଭାଗ ପକ୍ଷରୁ ଶନିବାର ଦିନ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ଯେ ଆମେ ଏବେ କେଉଁ ସମୟ ଦେଇ ଗତି କରୁଛୁ, ସେନେଇ ଆମେ ଅବଗତ ଅଛୁ । ସେଥିପାଇଁ ଆମେ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟକୁ ୨୦୨୦ ମସିହା ନଭେମ୍ବର ୩୦ ଯାଏଁ ବଢାଇଛୁ ।

ଏହାସହିତ କେନ୍ଦ୍ର ସରକାର ଆଧାର କାର୍ଡକୁ ପାନ୍ କାର୍ଡ ସହ ଲିଙ୍କ କରିବାର ସମୟସୀମାକୁ ୨୦୨୧ ମସିହା ମାର୍ଚ୍ଚ ମାସ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି । ସେହିପରି ସରକାରଙ୍କ ପକ୍ଷରୁ ଟିକସ ଅଡିଟ ସମୟ ସୀମାକୁ ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ମାସ ୩୧ ତାରିଖ ଯାଏଁ ବଢାଇ ଦିଆଯାଇଛି ।

Leave a Reply

Your email address will not be published.