ସୋନି ଏଣ୍ଟରଟେନମେଣ୍ଟର ନୂଆ ଶୋ’ ‘ଇସାରୋଁ ଇସାରୋଁ ମେ’

ଆସନ୍ତା ୧୫ ତାରିଖରୁ ସୋନି ଚ୍ୟାନେଲ ଦର୍ଶକଙ୍କ ପାଇଁ ନେଇଆସୁଛି ଏକ ନିଆରା ପ୍ରେମ କାହାଣୀ ‘ଇସାରୋଁ ଇସାରୋଁ ମେ’ । ଏହାର ନାୟକ ଯୋଗୀ କିଛି କହି ପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ । ଅର୍ଥାତ୍ କାହାଣୀର ନାୟକ ଯୋଗୀ ମୁକ ଓ ବଧିର । ଦିଲ୍ଲୀର ଛୋଟ ଛୋଟ ଗଳିଗୁଡ଼ିକରେ ଏହାର ସୁଟିଂ କରାଯାଇଛି । ଏହାର ଏକ ସର୍ଟ ଭିଡିଓ ଏବେ ସୋସିଆଲ ମିଡିଆକୁ ଆସିଛି । କାହାଣୀ ଅନୁଯାୟୀ ମୁଦିତ୍ ଓରଫ୍ ଯୋଗୀଙ୍କ ପିତା କିରଣ କର୍ମକାର ଓରଫ୍ ପ୍ରକାଶ ଶ୍ରାବାସ୍ତବ ତାଙ୍କର ପିଛା କରୁଛନ୍ତି । ଯୋଗୀ ଏକ ସାଇକେଲ୍ ଚଲାଇ ଯାଉଛନ୍ତି ଏବଂ ସେ ପିତାଙ୍କ ଡାକ ଶୁଣିପାରୁନାହାନ୍ତି । ଏହା ସୁଟିଂ ସମୟର କିଛି ଦୃଶ୍ୟ ଥିଲା । କିନ୍ତୁ ଗଳିର ଭିଡ଼ ଭିତରେ ଉପସ୍ଥିତ ଲୋକ ଏହାକୁ ସତ ବୋଲି ଭାବିଥିଲେ ଏବଂ ଯୋଗୀଙ୍କୁ କୌଣସି ଚୋର ବୋଲି ଭାବି ମାଡ଼ ମଧ୍ୟ ମାରିଥିଲେ । ସୁଟିଂ ସେଟର କ୍ରୁ ମେମ୍ବରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହି ଶୋ’ ଆସନ୍ତା ୧୫ ତାରିଖ ଠାରୁ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରାତି ୮ରେ ପ୍ରସାରିତ ହେବ ।

Leave a Reply

Your email address will not be published.