କାସିମ୍‌ ସୋଲୋମାନି ଶେଷକୃତ୍ୟରେ ଦଳାଚକଟା, ୩୫ ମୃତ

ନୂଆଦିଲ୍ଲୀ, (ଓଟି): ଆମେରିକାର ରକେଟ ମାଡ଼ରେ ନହତ ହୋଇଥିବା ଇରାନ୍‌ କୁଦ୍‌ସ ବାହିନୀ ପ୍ରମୁଖ କମାଣ୍ଡର ମେଜର ଜେନେରାଲ୍‌ କାସିମ୍‌  ଶେଷକୃତ୍ୟରେ ଦଳା ଚକଟା ହୋଇଛି । ଏହାଫଳରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇବା ଲାଗି ଆସିଥିବା ଲୋକଙ୍କ ଭିତରୁ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାରଦିନ ହେହେରାନ୍‌ର କର୍ମାନ୍‌ଠାରେ ତାଙ୍କ ଶେଷକୃତ୍ୟ ହେବାକୁ ଯିବା ବେଳେ ଏହିପରି ଅଘଟଣ ଘଟିଛି। ପାଖାପାଖି ୧୦ ଲକ୍ଷ ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ଆସିଥିବା ଖବର ମିଳିଛି। ଏହି ଦଳା ଚକଟାରେ ଆହୁରି ୫୦ ଜଣ ଆହତ ହୋଇଥିବା ଖବର ମିଳିଛି। 

ସୁଲେମାନୀଙ୍କୁ ଇରାନ୍‌ ସରକାର ଦେଶଭକ୍ତ ତଥା ସହୀଦ ଆଖ୍ୟା ଦେଇଛନ୍ତି। ଏହି ପୁତ୍ର୍କୁ ହତ୍ୟା କରିଥିବା ଆମେରିକା ବିରୋଧରେ ଇରାନ୍‌ କାର୍ଯୃାନୁଷ୍ଠାନ ନେବେ ବୋଲି କହିଛନ୍ତି। ଯେଉଁ ସମାଗମ ହୋଇଥିଲା ସେହିଠାରେ ଇସ୍ରାଏଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା। 

 

 

Leave a Reply

Your email address will not be published.