ଚୀନ ସହିତ ସନ୍ତୁଳିତ ଆଭିମୂଖ୍ୟ : ଭାରତୀୟ କୂଟନୀତିର ପରୀକ୍ଷା

0
293
advertisement

 

ବିଭୂତି ପତି
ସଫ୍ଦରଜଙ୍ଗ୍ ଏନକ୍ଳେଭ, ନୂଆଦିଲ୍ଲୀ 
ଫୋନ- ୯୯୧୦୭୪୦୮୩୯
bibhujournalist@gmail.com

 

ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନର ରାଷ୍ଟ୍ରପତି ପୁଣି ସାମ୍ନାସାମ୍ନି ହେବେ । ସେଠାରେ ହିଁ ଭାରତୀୟ କୁଟନୀତିର ହେବ ପରୀକ୍ଷା ।

 

୦୧୮ ଅକ୍ଟୋବର ୪ ଓ ୫ତାରିଖରେ ଅନୁଷ୍ଠିତ ହୋଇଥିବା ୧୯ତମ ଭାରତ – ଋଷିଆ ବାର୍ଷିକ ଶିଖର ସମ୍ମିଳନୀ ନିକଟ ଅତୀତରେ ଅନୁଷ୍ଠିତ ଅନ୍ୟ ଶିଖର ସମ୍ମିଳନୀଗୁଡିକ ତୁଳନାରେ ଯଥେଷ୍ଟ ଅଧିକ ପ୍ରାଧାନ୍ୟ ପାଇଥିଲା । ଆଲୋଚନାର ପ୍ରସଙ୍ଗରେ ସେହିସବୁ ମୌଳିକ ସମସ୍ୟାମାନ ସ୍ଥାନ ପାଇଥିଲା ଯେଉଁଗୁଡିକ ଭାରତୀୟ ବୈଦେଶିକ ନୀତି କ୍ଷେତ୍ରରେ ଅନେକଗୁଡିଏ ମୌଳିକ ଦ୍ୱନ୍ଦ୍ୱରୂପେ ଦେଖାଦେଇଛି । ଏହି ଦ୍ୱନ୍ଦ୍ୱଗୁଡିକ ହେଲା ଭାରତ କିପରି ଭାବେ ଦ୍ୱିପାକ୍ଷିକ ତଥା ତ୍ରିପାକ୍ଷିକ ସମ୍ପର୍କକୁ ତୁଲାଇବ? ବର୍ତ୍ତମାନର ତଥା ଆଗାମୀ ଦିନର ସଂପର୍କ କ’ଣ ହେବ? ଆମେରିକା-ଋଷିଆ – ଚୀନ ମଧ୍ୟରେ ସଂପର୍କ କିପରି ରହିବ? ଅକ୍ଟୋବର ପ୍ରଥମ ସପ୍ତାହରେ ଆନୁଷ୍ଠିତ ସମ୍ମିଳନୀରେ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ଭାରତର ଋଷିଆଠାରୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଖରିଦ କରିବା । ଯୁକ୍ତରାଷ୍ଟ୍ର ଆମେରିକାର କେତେକ ଅଧିକାରୀ ସତର୍କ କରାଇଦେଇଥିଲେ ଯେ ଭାରତ ଯଦି ଏହି ପ୍ରତିରକ୍ଷା ପ୍ରଣାଳୀ ଖରିଦ୍ କରେ ତେବେ ଋଷିଆ, ଇରାନ୍ ଓ ଉତ୍ତରକୋରିଆ ଉପରେ ଲାଗୁ କରାଯାଇଥିôବା ବାସନ୍ଦ ବ୍ୟବସ୍ଥା ସି.ଏ.ଏ.ଟି.ଏସ୍.ଏ ଭାରତ ଉପରେ ମଧ୍ୟ ଲାଗୁ ହୋଇପାରେ । ତେବେ ଋଷିଆ ଠାରୁ ଏସ୍-୪୦୦ ପ୍ରତିରକ୍ଷା ବ୍ୟବସ୍ଥା କିଣିବା ସକାଶେ ନଷ୍ପତ୍ତି ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଜସ୍ୱ ଏବଂ ଏହାଦ୍ୱାରା ସେ ସୂଚନା ଦେଇଛନ୍ତି ଭାରତ ସ୍ୱତନ୍ତ୍ରଭାବେ ନିଜର ବୈଦେଶିକ ନୀତି ଅନୁସରଣ କରିବ ।


ମୋଦୀ ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ନଷ୍ପତ୍ତି ନେଲେ । ଏ କଥା ବେଶ୍ ସ୍ପଷ୍ଟ ଯେ ଭାରତ ତାହାର ଇଚ୍ଛା ମୁତାବକ ବାଛିବାର ଅଧିକାରକୁ ସୀମିତ କରିବାକୁ କିମ୍ବା ବୈଦେଶିକ ଶକ୍ତିମାନଙ୍କର ନିଜସ୍ୱ ବିବାଦ ଯୋଗୁଁ ଏହାର ପସନ୍ଦକୁ ସିମୀତ କରିବାକୁ ଅସ୍ୱୀକାର କରିଦେଲା । ନେହରୁଙ୍କ ଠାରୁ ଆରମ୍ଭ କରି ମୋଦୀଙ୍କର ପୂର୍ବ ସୁରୀମାନେ ନିଜ ନିଜର ହୃଦୟର ଡାକ ଅନୁଯାୟୀ ଏପରି ନିଷ୍ପତ୍ତିମାନ ଗ୍ରହଣ କରିଥିଲେ । ତେବେ ବର୍ତ୍ତମାନର ବିବାଦିତ ରଜନୈତିକ ପରିସ୍ଥିତିରେ ଏ କଥାକୁ କେହି ସହଜରେ ସ୍ୱୀକାର କରିବାର ସମ୍ଭାବନା ଖୁବ୍ କମ୍ । ଶୀତଳଯୁଦ୍ଧ ଯୁଗରେ ଦୁଇ ମେରୁ ବିଶିଷ୍ଟ ବିଶ୍ୱରେ ବୈଦେଶିକ ନୀତି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ ଅତ୍ୟନ୍ତ ଜଟିଳ ଥିଲା । ମାତ୍ର ଏବେ ଯେତେବେଳେ ବିଭିନ୍ନ ରାଷ୍ଟ୍ରକୁ ନେଇଥିôବା କ୍ଷମତା ସମୀକରଣ କ୍ଷେତ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି ଏବଂ ବିଶ୍ୱର ବ୍ୟବସ୍ଥାକୁ ଚଳାଉଥିବା ନୟମଗୁଡ଼ିକ ବାରମ୍ବାର ଆହ୍ୱାନର ସମ୍ମୁଖୀନ ହେଉଛି, ସେପରି କ୍ଷେତ୍ରରେ ବୈଦେଶିକ ନୀତି ସମ୍ପର୍କିତ ନିଷ୍ପତ୍ତି ନେବା କାଠିକର ପାଠ ହୋଇଯାଇଛି । ଏହାବ୍ୟତୀତ ମୋଦୀଙ୍କର କାର୍ଯ୍ୟ ଆହୁରି କେତୋଟି କାରଣ ଯୋଗୁଁ ଅତ୍ୟଧିକ କଷ୍ଟସାଧ୍ୟ ହୋଇପଡ଼ିଛି । ଏକ ପକ୍ଷରେ ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ହୋଇ ଉଭା ହେବାକୁ ଯାଉଥିôବାବେଳେ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ସଂଗଠିତ ହୋଇଛି । ଅନ୍ୟପକ୍ଷରେ ଦେଶର ଘରୋଇ ଆଦର୍ଶଗତ ମତପାର୍ଥକ୍ୟ ସାଙ୍ଗକୁ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ମଧ୍ୟ ରହିଛି ।

ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଅଟେ ଏବଂ ଭବିଷ୍ୟତରେ ମଧ୍ୟ ତାହା ହିଁ ରହିବ । ଟ୍ରମ୍ପ୍ଙ୍କର “”ପ୍ରଥମେ ଆମେରିକା” ଆଭିମୂଖ୍ୟ ସତ୍ତେ୍ୱ ଭାରତ- ଆମେରିକା ସମ୍ପର୍କ ସକରାତ୍ମକ ଭାବେ ଆଗକୁ ବଢ଼ିଲେ ଭାରତ ତା’ଦ୍ୱାରା ଅନେକ ଲାଭବାନ ହୋଇପାରିବା । ଜି.ଜିନ୍ପିଙ୍ଗ୍ଙ୍କ ନେତୃତ୍ୱରେ ଚୀନ ନିଜର ଶକ୍ତି ଜାହିର କିରିବାକୁ ଚାହୁଁଛି ଏବଂ ବିଶ୍ୱର ନୀତିନିୟମ ତଥା ଅନ୍ୟ ରାଷ୍ଟ୍ରଗୁଡ଼ିକର ସମ୍ବେଦନଶୀଳତାକୁ ନେଇ ବେଶ୍ ଅଧର୍ଯ୍ୟ ହୋଇପଡ଼ିଛି । ବିଶ୍ୱ ସ୍ତରରେ କ୍ଷମତାଶାଳୀ ହେବା ରାସ୍ତାରେ ଭାରତ ଠିଆହେଲେ ମଧ୍ୟ ଚୀନ ତାର ଆଧିପତ୍ୟ ଦେଖାଇବ । ଚୀନ ନିଜକୁ ଆମେରିକାର ମୂଖ୍ୟ ପ୍ରତିଦ୍ୱନ୍ଦୀ ବୋଲି ବିଚାରୁଛି ଏବଂ ତାହାର ଏହି ଭାବନା କ୍ରମଗତ ଭାବେ ଦିନକୁ ଦିନ ବଢ଼ିଚାଲିଛି । ଯଦିଓ ଦୁଇଦେଶ ମଧ୍ୟରେ ସହଯୋଗ ପାଇଁ ଅନେକ ଅବସର ରହିଛି, ତଥାପି ଭାରତ-ଚୀନ୍ ସମ୍ପର୍କରେ ରହିଥିôବା ପ୍ରତିଦ୍ୱନ୍ଦିତା ତଥା ଅସମାହିତ ବିବାଦଗୁଡ଼ିକୁ ଅସ୍ୱୀକାର କରିହେବ ନାହିଁ । ଏବେମଧ୍ୟ ଋଷିଆ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଶକ୍ତି ହୋଇ ରହିଛି ଏବଂ ବିଶ୍ୱସ୍ତରରେ ଅନେକଗୁଡ଼ିଏ ଘଟଣାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏହାର ଦକ୍ଷତା ବହୁ ପରିକ୍ଷିତ ଏବଂ ଆଜିବି ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ଭାରତର ଋଷିଆ ଉପରେ ନିର୍ଭରଶୀଳତା, ବିଶେଷକରି ନିରାପତ୍ତା ଓ ପ୍ରତିରକ୍ଷା କ୍ଷେତ୍ରରେ ଯଥେଷ୍ଟ ବେଶୀ ଏବଂ ଆଗାମୀ ଦିନରେ ମଧ୍ୟ ଏହା ଅପରିବର୍ତ୍ତିତ ରହିବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ କେତେକ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ବିରୋଧ କରିବା ସକାଶେ ଋଷିଆ ଓ ଚୀନ୍ ପରିସ୍ପର ସହ ତାଳମେଳ ରଖି କାର୍ଯ୍ୟ କରୁଛନ୍ତି । ଏହା ହିଁ ହେଉଛି ଭୌଗଳିକ – ରାଜନୈତିକ ଦୃଶ୍ୟପଟ ଯେଉଁଥିରେ ନିଜର ସ୍ୱାର୍ଥର ସୁରକ୍ଷା ପାଇଁ ଭାରତକୁ ଆଗାମୀ ଦିନରେ ତାର କୂଟନୈତିକ ଗୋଟି ଚାଳନା ଯଥେଷ୍ଟ ସତର୍କତାର ସହିତ କରିବାକୁ ପଡ଼ିବ ।

୨୦୧୮ ଅକ୍ଟୋବର ୪ତାରିଖ ଦିନ ଟ୍ରମ୍ପ୍ ପ୍ରଶାସନ ନିଜର ପ୍ରଥମ ବିସ୍ତୃତ ଚୀନ୍ ନୀତି ସମ୍ପର୍କରେ ଏକ ମନଖୋଲା ଭାଷଣ ଦେବାବେଳେ ଉପ-ରାଷ୍ଟ୍ରପତି ପେନ୍ସ ଆମେରିକାର ପ୍ରଭୂତ୍ୱପ୍ରତି ବିପଦ ସୃଷ୍ଟି କରୁଥିବା ଚୀନର ବ୍ୟବସାୟିକ ତଥା ଭୌଗଳିକ ଗୁରୁତ୍ୱ ଆହ୍ୱାନର ମୁକାବିଲା ସକାଶେ ତାଙ୍କ ଦେଶର ପ୍ରତିବଦ୍ଧତା ସଂପର୍କରେ କହିଥିଲେ । ଏକଥା ସ୍ପଷ୍ଟ ଯେ ଏବେ ଆମେରିକା ଚୀନକୁ ହିଁ ତା’ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀରୂପେ ବିଚାର କରୁଛି ଏବଂ ଏକଥାର ସଙ୍କେତ ଦେଉଛି ଯେ ଯେଉଁ କ୍ଷେତ୍ରରେ ଆବଶ୍ୟକ ସେ କ୍ଷେତ୍ରରେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବାଣିଜ୍ୟ କ୍ଷେତ୍ରରେ ଆମେରିକା ଏହା କରି ସାରିଛି । ଚୀନକୁ ନିୟନ୍ତ୍ରଣ କରିବା ସକାଶେ ଆମେରିକା ଏହାର ସାମର୍ଥ୍ୟ ବଢାଇବା ପାଇଁ ଭାରତକୁ ସାଙ୍ଗରେ ନେବାକୁ ଚାହୁଁଛି । ଏ କ୍ଷେତ୍ରରେ ମୋଦୀଙ୍କୁ ଆମେରିକାର ଚୀନକୁ ନିୟନ୍ତ୍ରଣ କରିବା ଯୋଜନାରେ ଭାରତ କେତେଦୂର ସଂପୃକ୍ତ ହେବ ତାହା ଭବିଷ୍ୟତରେ ଜଣାପଡ଼ିବ । ଏକଥା ନିଶ୍ଚିତ ଭାରତ ଆମେରିକା ସହିତ ଏକ ଘନିଷ୍ଠ ତଥା ବ୍ୟାପକ ଦ୍ୱିପାକ୍ଷିକ ସଂପର୍କ ଚାହୁଁଛି ।


ଏଯାବତ ମୋଦୀ ଚୀନ୍ କୁ ସଙ୍କେତ ଦେଇଛନ୍ତି ଯେ ସୀମା ବିବାଦ ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ସମସ୍ୟାଗୁଡିକ ସତ୍ତେ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଚୀନ୍ କୁ ନିୟନ୍ତ୍ରଣ କରିବାର କାର୍ଯ୍ୟ ସକାଶେ ଭାରତ ଏକ ଖୋଲା ମଇଦାନ ହେବ ନାହିଁ । ଏପରି ଆଭିମୁଖ୍ୟ ଗ୍ରହଣ କରି ଭାରତ – ଚୀନ୍ କୁ ପରୋକ୍ଷ ଭାବରେ ଜଣାଇ ଦେଇଛି ଯେ ଡୋକଲାମ୍ ପରି କାର୍ଯ୍ୟକଳାପ ଦ୍ୱାରା ସୀମାରେ ଉତ୍ତେଜନା ସୃଷ୍ଟି କରିବାରୁ ବିରତ ରହିବା ଆବଶ୍ୟକ । ଏହା ସଙ୍ଗେ ଚୀନ୍ ଭାରତ ସ୍ୱାର୍ଥପ୍ରତି ମଧ୍ୟ ସମ୍ବେଦନଶୀଳ ହେବା ଦରକାର । ଯେପରିକି ଏନ୍ଏସ୍.ଜିର ସଦଶ୍ୟତା ଏବଂ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଦିଗରେ ଚୀନ୍ ଭାରତକୁ ସାହାଯ୍ୟ କରିବ । ପାକିସ୍ତାନ ଦ୍ୱାରା ସୃଷ୍ଟି କରାଯାଉଥିବା ଆତଙ୍କବାଦକୁ ସମର୍ଥନ କରିବା ଏବଂ ଭାରତର ପଡୋଶୀ ରାଷ୍ଟ୍ରଗୁଡିକରେ ଅଧିକ ଉଗ୍ର ହେବାକୁ ଚୀନ୍ କ୍ଷାନ୍ତ ରହିବା ୍ୱଧ୍ୟ ଜରୁରୀ । ତେବେ ପ୍ରଶ୍ନ ଉଠୁଛି ଯେ ୟୁହାନ୍ ଶିଖର ସମ୍ମିଳନୀର ସକାରତ୍ମକ ଭାବନା ସତ୍ତେ୍ୱ ବିଶ୍ୱ ଓ ଆଞ୍ଚଳିକ ସ୍ତରରେ ନିଜର ସ୍ୱାର୍ଥକୁ ଆଗକୁ ବଢାଇବାର ପ୍ରୟାସରେ ଚୀନ୍ କେତେଦୂର ଭାରତର ସ୍ୱାର୍ଥକୁ ସୁରକ୍ଷିତ ରଖିପାରିବ? ଚୀନ୍ ସି.ପି.ଇ.ସି. ସକାଶେ ପାକ୍-ଚୀନ୍ ସମ୍ପର୍କର କାୟାକଳ୍ପ ସଙ୍ଗେ ସଙ୍ଗେ ମାଲଡିଭିସ୍ ଘଟଣା ଉପରେ ଭାରତର ଧୈର୍ଯ୍ୟର ପରୀକ୍ଷା ନେଇସାରିଛି । ନେପାଳ ଓ ଶ୍ରୀଲଙ୍କାରେ ଚୀନ୍ ର ପଦକ୍ଷେପ ଭାରତ ସକାଶେ ନିଶ୍ଚିନ୍ତ ରୂପେ ଚିନ୍ତାର କାରଣ, ଯାହା ସମ୍ପର୍କରେ ସାର୍ବଜନିନ ଭାବେ ବିଶେଷ କିଛି କୁହାଯାଇ ପାରିନାହିଁ । କିନ୍ତୁ ଏହାକୁ ଏକ ଯୁକ୍ତି ରୂପେ ଉପସ୍ଥାପିତ କରାଯାଇ ପାରିବ ।


ଭାରତ ଓ ଆମେରିକା ମଧ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ସାମରିକ ସମ୍ପର୍କ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ପରିଲକ୍ଷିତ, ମୌଳିକ ଚୁକ୍ତିକୁ ଭାରତ ଗ୍ରହଣ କରିବା ଦୁଇ ରାଷ୍ଟ୍ର ମଧ୍ୟରେ ଅଧିକ ଘନିଷ୍ଠ ଦୁଇପାକ୍ଷିକ ସମ୍ପର୍କର ସୂଚନା ଦେଉଛି । ମାତ୍ର ଏହାର ଅର୍ଥ ନୁହେଁ ଯେ ଯେଉଁ କ୍ଷେତ୍ରରେ ଭାରତର ସ୍ୱାର୍ଥ ଠାରୁ ଏହା ଦୂରେଇ ଯାଉଛି, ସେ କ୍ଷେତ୍ରରେ ମଧ୍ୟ ଆମେରିକାର ଉଦ୍ଦେଶ୍ୟ ସାଧନ ସକାଶେ ଭାରତ କାର୍ଯ୍ୟ କରିବ ବୋଲି ସହମତି ପ୍ରକାଶ କରୁଛି । କେନ୍ଦ୍ରିୟ ଏସିଆ ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସକାଶେ ମୋଦୀଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ । ଭାରତ ସଂଘାଇ କୋପରେସନ୍ କାଉନ୍ସିଲରେ ଯୋଗ ଦେଇଛି । ଏହା ଏକ ହେଉଛି କେନ୍ଦ୍ରିୟ ଏସିଆରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଦୂରେଇ ରଖିବା ସକାଶେ ଋଷିଆ ଓ ଚୀନ୍ ର ଏକ ପ୍ରୟାସ । ଏହା ସଙ୍ଗେ ସଙ୍ଗେ ଭାରତ ଜାପାନ ସହିତ ଏକ ଦ୍ୱିପାକ୍ଷିକ ସହଯୋଗ ସ୍ଥାପନ କରୁଛି ଏବଂ ଭାରତ – ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ବହୁ ପାକ୍ଷିକ ବ୍ୟବସ୍ଥା ସୃଷ୍ଟି କରିବା ସକାଶେ ସହମତି ପ୍ରକାଶ କରୁଛି । ଏହି ଉଦ୍ୟମ ଚୀନ୍ ର ସମ୍ପ୍ରସାରଣ ବାଦୀ ମାନସିକତା ବିରୋଦ୍ଧରେ ଶକ୍ତି ପ୍ରଦର୍ଶନର ପ୍ରୟାସ ।
ଋଷ ସହିତ ଭାରତର ପ୍ରତିରକ୍ଷା ଚୁକ୍ତି ଦୀର୍ଘସମୟ ଧରି ପରିକ୍ଷିତ । ମୋଦୀ ସଙ୍କେତ ଦେଇଛନ୍ତି ଯେ ଏହା ଅବ୍ୟାହତ ରହିବ । କିନ୍ତୁ ଏଥିପାଇଁ ଅପ୍ରକାଶିତ ପରିଣତି ହେଲା ଯେ ଯଦି ସି.ଏ.ଏ.ଟି.ଏସ୍. ଲାଗୁ କରାଗଲା ତେବେ ଭାରତ- ଆମେରିକା ଚୁକ୍ତି ଗୁଡିକୁ ଏହି ଅପରିହାର୍ଯ୍ୟ ବୋଝ ମୁଣ୍ଡାଇବାକୁ ପଡିବ । ଚୀନ୍ ବିପକ୍ଷରେ ଭାରତୀୟ ପ୍ରତିରକ୍ଷା କ୍ଷମତା ବଢାଇବା ସକାଶେ ଭାରତକୁ କୌଣସି ଅବ୍ୟାହତି ଦିଆଯିବ କି ନାଇଁ ସେକଥା ନିଶ୍ଚୟ କରିବାର କ୍ଷମତା ଆମେରିକାର ରହିବ । ତେଣୁ ଏହାର ପ୍ରତିବଦଳରେ ଟ୍ରମ୍ପ କିଛି ଚାହିଁ ପାରନ୍ତି ଏବଂ ଏ ସମ୍ପର୍କରେ କଥା ବାର୍ତ୍ତା କରିବା ସକାଶେ ମୂଲଚାଲ ହୋଇପାରେ । ଇରାନ୍ରୁ ତୈଳ ଆମଦାନୀ ସକ୍ରାନ୍ତରେ ମଧ୍ୟ ଏକ ଅନୁରୂପ ମୂଲଚାଲ ହୋଇପାରେ । ମାତ୍ର ଚାବାହାର ବନ୍ଦର ଦେଇ ସଂଯୋଗ ହାସଲ କରିବା ଅପେକ୍ଷା ମଧ୍ୟ ଏହା ଅଧିକ କଷ୍ଟ ସାଧ୍ୟ ହେବ । ଯୁକ୍ତରାଷ୍ଟ୍ର ଆମେରିକା କେତେକ ବିଶ୍ୱସ୍ତରୀୟ ପ୍ରସଙ୍ଗ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ (ଜଳବାୟୁ ପରିବର୍ତ୍ତନ ସମେତ) ଏହା ଅବଶ୍ୟମ୍ଭାବୀ ଯେ ଭାରତର ଆଭିମୁଖ୍ୟ ଋଷ ଓ ଚୀନ୍ ର ଆଭିମୁଖ୍ୟ ଅନୁରୂପ ହେବ । ତେବେ ଏହି ପ୍ରସଙ୍ଗଗୁଡିକ ଭାରତ- ଆମେରିକା ଚୁକ୍ତିଗୁଡିକୁ ପ୍ରଭାବିତ କରିବାର ସମ୍ଭାବନା କମ୍ ।

ମୋଦୀଙ୍କର ବ୍ୟାପକ ରଣ କୌଶଳ ଯୁକ୍ତରାଷ୍ଟ୍ର ଆମେରିକା ସହିତ ବିସ୍ତୃତ ଚୁକ୍ତି ସମ୍ପାଦିତ କରିବା, ଋଷିଆ ସହିତ ସମ୍ପର୍କକୁ ବଳବତ୍ତର ରଖିବା ଏବଂ ଚୀନ୍ ସହିତ ଏକ ସନ୍ତୁଳିତ ଆମୁଖ୍ୟ ଗ୍ରହଣ କରିବା ପାଇଁ ଅଭିପ୍ରେତ । ତେବେ ଶେଷ ପ୍ରସଙ୍ଗର କାର୍ଯ୍ୟଟି ସବୁଠାରୁ କଷ୍ଟ ସାଧ୍ୟ ଏବଂ ଏହା ହିଁ ମୋଦୀଙ୍କ କୁଟନୂତିର ସାମର୍ଥ୍ୟ ପରୀକ୍ଷା କରିବ ।

ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଆଇନ, ବୈଦଶିକ ବ୍ୟାପାର ଓ କୁଟନୀତି ସମ୍ପର୍କରେ ଅନୁଶୀଳନମୂଳକ ରିପୋର୍ଟ ଲେଖନ୍ତି ।