ଖୁବ୍ ଶୀଘ୍ର ଆସିବ ‘ଇଣ୍ଡିଆନ୍ ଆଇଡଲ୍ ୧୧’, ପ୍ରୋମୋ ଜାରି କଲା ସୋନି

ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଏଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ୧୧’ ଖୁବ୍ ଶୀଘ୍ର ଅନଏୟାର୍ ହେବ ବୋଲି ଖବର ଆସିଛି । ଅଡିସନ୍ ପ୍ରକିୟା ସରିଯାଇଛି ବୋଲି ସୂଚନା ମିଳିବା ସହ ସୋନି ଟିଭି ପକ୍ଷରୁ ଏହାର ପ୍ରୋମୋ ରିଲଜ୍ କରାଯାଇଛି । ୩ଟି ପ୍ରୋମୋରେ ପ୍ରତିଯୋଗୀଙ୍କ ସ୍ୱର ଶୁଣିବାକୁ ମିଳିଥିଲେ ମଧ୍ୟ ସେମାନଙ୍କ ଚେହେରା ଦେଖାଯାଇନାହିଁ । କିନ୍ତୁ ସେମାନଙ୍କର ନାଁ ଜଣାପଡ଼ିଛି । ପ୍ରଥମ ପ୍ରୋମୋରେ ଥିବା ପ୍ରତିଯୋଗୀ ହେଉଛନ୍ତି ସନି । ଏହାର କ୍ୟାପସନରେ ଲେଖାଯାଇଛି- ‘ସମସ୍ତଙ୍କ ଜୋତା ଚମକାଉଥିବା ସନି ଇଣ୍ଡିଆନ୍ ଆଇଡଲ୍ ମାଧ୍ୟମରେ ନିଜକୁ ଦେଶର ସ୍ୱର ବୋଲାଇ ପାରିବେ କି?’ ଦ୍ୱିତୀୟ ପ୍ରତିଯୋଗୀ ହେଉଛନ୍ତି ରୋହିତ ରୌତ୍, ଯିଏକି ଦାଦା ସାହେବ୍ ଫାଲକେ ଆୱାର୍ଡ଼ରେ ସମ୍ମାନିତ ହୋଇଛନ୍ତି । ଦ୍ୱିତୀୟ ପ୍ରୋମୋ ତାଙ୍କ ପାଇଁ ରହିଛି ଏବଂ କ୍ୟାପସନ୍ ଅଛି – ‘ଦାଦା ସାହେବ୍ ଫାଲକେ ଆୱାର୍ଡ଼ ଜିତିଥିବା ରୋହିତ୍ ଇଣ୍ଡିଆନ୍ ଆଇଡଲ୍ ମଞ୍ଚ ମାଧ୍ୟମରେ ଦର୍ଶକଙ୍କ ସାମନାକୁ ଆସୁଛନ୍ତି ।

ତୃତୀୟ ପ୍ରୋମୋରେ ଅଛନ୍ତି ରୋହିତ ଖରେ ନାମକ ପ୍ରତିଯୋଗୀ । ରୋହିତଙ୍କ ପାଇଁ କ୍ୟାପସନ୍ କରାଯାଇଛି ଯେ – ସଙ୍ଗୀତକୁ ଅଭିଶାପ ବୋଲି ମାନୁଥିବା ଜଣେ ଚାଷୀ ସମସ୍ତଙ୍କ ସହିତ ଲଢ଼ି ଦେଶର ସ୍ୱର ହୋଇପାରିବେ କି? ପ୍ରୋମୋ ଦେଖିବା ପରେ ହିଁ ଶୋ’ ପ୍ରତି ଦର୍ଶକ ଉତ୍ସାହିତ ଜଣାପଡ଼ୁଛନ୍ତି । ଆଗାମୀ ଅକ୍ଟୋବର ୧୨ ତାରିଖରୁ ଏହି ଶୋ’ ଅନଏୟାର୍ ହେବାକୁ ଯାଉଛି । ପ୍ରତି ୱିକଏଣ୍ଡରେ ଏହା ରାତି ୮ଟାରେ ପ୍ରସାରିତ କରାଯିବ ।

Leave a Reply

Your email address will not be published.