ଆଜି ଭାରତ ବନାମ ଓ୍ବେଷ୍ଟ ଇଣ୍ଡିଜ୍‌: କେଉଁଠି, କେତେବେଳେ, କେଉଁ ପ୍ଲାଟ୍‌ଫର୍ମରେ ଦେଖିହେବ ମ୍ୟାଚ୍‌

ଭୁବନେଶ୍ଵର, (ଓଟି): ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍‌ ଏକ ଦିବସୀୟ କ୍ରିକେଟ୍‌ ଶୃଙ୍ଖଳାର ଆଜି ତୃତୀୟ ତଥା ଫାଇନାଲ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯେହେତୁ ପ୍ରଥମ ଦୁଇଟି ମ୍ୟାଚ୍ ଭିତରୁ ଉଭୟ ଟିମ୍‌ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଛନ୍ତି, ଏହି ମ୍ୟାଚ୍‌ ଉଭୟଙ୍କ ପାଇଁ ଗୁରୁତ୍ଵପୂଣ୍ଣ ରହିଛି।  ଦ୍ଵିତୀୟ ମ୍ୟାଚ୍‌ଠି ଭାରତ ଜିତିଥିଲା। ଏହା ଭାଇଜାଗ୍‌ରେ ଖେଳାଯାଇଥିତଲା। ପ୍ରଥମରୁ ବ୍ୟାଟିଂ ସୁଦୃଢ଼ ରହିବା ହେତୁ ଏହି ମ୍ୟାଚ୍‌ରେ ବିଜୟ ଦେଖିବାକୁ ମିଳିଥିଲା। ଯେହେତୁ ହୋମ୍‌ ଗ୍ରାଉଣ୍ଡ ଭାରତର ଏହି ମ୍ୟାଚ୍‌ରେ ଅଧିକ ଫ୍ୟାନ୍‌ ରହିଛନ୍ତି ଏବଂ କ୍ରିମେଟ୍‌ ପ୍ରେମୀ ଭାରତର ବିଜୟକୁ ଆଶା କରିଛନ୍ତି।

କ୍ରିକେଟ୍‌ ଖେଳାଳିମାନେ ସକାଳ ୧୧ଟା ୧୫ରେ ଭୁବନେଶ୍ଵର ମେ’ ଫେୟାର୍‌ରୁ ବାହାରିଛନ୍ତି। ୪୫ ମିନିଟ୍‌ର ଯାତ୍ରା ଭିତରେ  ସୁରକ୍ଷିତ ଭାବେ ବାରବାଟୀ ଷ୍ଟାଡିୟମ୍‌ ପହଞ୍ଚିବା ବ୍ୟବସ୍ଥା କରିଛି ପୁଲି କମିଶନରେଟ୍‌। 

ଏହି ମ୍ୟାଚ୍‌ କେଉଁଠି ଖେଳାଯିବ?

କଟକର ବାରବାଟୀ ଷ୍ଟାଡିୟମ୍‌ରେ

କେଉଁଠି ସିଧା ପ୍ରସାରଣ ହେବ?

ଷ୍ଟାର୍‌ ସ୍ପୋର୍ଟସ୍‌ ନେଟ୍‌ୱର୍କ। 

କେତେବେଳେ ମ୍ୟାଚ୍‌ ଆରମ୍ଭ ହେବ?

ଭାରତୀୟ ସମୟ ସାରଣୀ ଅନୁସାରେ ଅପରାହ୍ଣ ସାଢ଼େ ଗୋଟାଏ ୧.୩୦ରେ ଖେଳ ଆରମ୍ଭ ହେବ। 

ଲାଇଭ୍‌ ଷ୍ଟ୍ରିମିଂ ହେବ କି?

ମୁଖ୍ୟତଃ ହଟ୍‌ଷ୍ଟାର୍‌ରେ ଲାଇଭ୍‌ ଷ୍ଟ୍ରିମିଂ ହେବ। କିନ୍ତୁ ଅନ୍ୟ କିଛି ଇଣ୍ଟରନେଟ୍‌ ପ୍ଲାଟ୍‌ଫର୍ମରେ ମଧ୍ୟ ଦେଖିବାକୁ ପାଇବେ। 

 

Leave a Reply

Your email address will not be published.