ପୁଣି କରୋନା ନେଲା ପ୍ରାଣ, ସଂଖ୍ୟା ୭କୁ ବୃଦ୍ଧି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି। ସମ୍ପ୍ରତି ଜନତା କର୍ଫ୍ୟୁରେ ରହିଥିବାବଳେ ଆଜି ଆଉଜଣେ ସଂକ୍ରମିତଙ୍କ ପ୍ରାଣ ଚାଲିଯାଇଥିବା ସୂଚନା ମିଳିଛି। ଫଳରେ ଦେଶରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ଘଟିଛି।

ସୂଚନା ଅନୁସାରେ ଶେଷ ମୃତକ ହେଉଛନ୍ତି ଜଣେ ବୟସ୍କ ଓ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ଗୁଜରାଟର ସୁରାଟରୁ ଏହି କେସ୍‌ ଜଣାପଡ଼ିଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି ଏବଂ ଗୁଜରାଟରେ ଏହା ପ୍ରଥମ କରୋନା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ସୁରାଟର ଏକ ଘରୋଇ ମେଡିକାଲରେ ସମ୍ପୃକ୍ତ ୬୭ ବୟସ୍କ ବ୍ୟକ୍ତି ଚିକିତ୍ସିତ ହେଉଥିଲେ। କରୋନାରେ ପୀଡ଼ିତ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଟ୍ରେନ୍ ଯୋଗେ ଦିଲ୍ଲୀ ଓ ଜୟପୁରରୁ ସୁରଟକୁ ଆସିଥିଲେ ବୋଲି ଜଣାପଡ଼ିଛି।

କରୋନା ଭାଇରସରେ ଦେଶରେ ୩୪୬ଜଣ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ୨ଜଣ ରହିଥିବା ସୂଚନା ରହିଛି ।

Leave a Reply

Your email address will not be published.