ଭାରତକୁ ଆମେରିକାର ସେନା ସହାୟତା !

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ବିବାଦରେ ଭାରତ ସହ ଆମେରିକାର ସେନା ଛିଡା ହୋଇଛି ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।

ଏଭଳି ତିକ୍ତତା ମଧ୍ୟରେ ଆମେରିକାର ନୌସେନା ଦକ୍ଷିଣ ଚୀନ୍ ସାଗରରେ ଦୁଇଟି ଯୁଦ୍ଧ ଜାହାଜ ନିୟୋଜିତ କରିବା ବିଷୟରେ ହ୍ୱାଇଟ୍ ହାଉସର ଅଧିକାରୀ ଚିଫ୍ ଅଫ୍ ଷ୍ଟାଫ୍ ମିଡୋଜ୍ କହିଛନ୍ତି ଯେ ଆମ ସେନା ଶକ୍ତିଶାଳୀ । ଆମେ ଆମ ଯାଗାକୁ ଚୀନ୍ କିମ୍ବା ଅନ୍ୟ କାହାକୁ ଦେବୁ ନାହିଁ । ଭାରତ ସହ ହେଉ କି ଅନ୍ୟ ଦେଶ ସହ ବିବାଦ ହେଲେ ଚୀନ ବିରୋଧରେ ଦୃଢ ହୋଇ ଠିଆ ହେବ ଆମେରିକା ।

ଏହାଛଡା ଦକ୍ଷିଣ ସାଗରକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଥିବା ଚୀନ୍ ଯଦି କିଛି ଭୁଲ୍ ପଦକ୍ଷେପ ନିଏ ତାହେଲେ ଆମେରିକା ଭାରତକୁ ସହଯୋଗ କରିବ ବୋଲି ମିଡୋଜ୍ କହିଛନ୍ତି । ଦକ୍ଷିଣ ଚୀନ୍ ସାଗରରେ ମୁତୟନ ହୋଇଥିବା ଆମେରିକାର ଯୁଦ୍ଧ ଜାହାଜ ଚୀନକୁ ମାତ ଦେବାକୁ ସକ୍ଷମ ବୋଲି ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଅନେକ ସମୟରେ ଭାରତ ଓ ଚୀନ ମଧ୍ୟରେ ଲଦାଖର ପାଙ୍ଗୋଙ୍ଗ ସୋ, ଗଲୱାନ ଭ୍ୟାଲି ଓ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ପରି ଅଞ୍ଚଳରେ ବିବାଦ ସୃଷ୍ଟି ହୋଇଛି । ନିକଟରେ ଦୁଇ ଦେଶର ସେନା ମଧ୍ୟରେ ଗଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ଭାରତର ପ୍ରାୟ ୨୦ ଯବାନ ସହିଦ ହୋଇଥିଲେ । ଯାହା ଫଳରେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

Leave a Reply

Your email address will not be published.