ରାଜ୍ୟର ୧୪୬ ଆସନରୁ ମିଳିବ ବଡ଼ ଫଳ: ଶଙ୍କା, ଆଶଙ୍କାରେ୧୧୩୭ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ୧୪୬ଟି ଆସନରେ ଆଜି ଫଳାଫଳ ସ୍ପଷ୍ଟ ହେବ। କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରତିନିଧି ହେବେ. ଆସନ୍ତା ୫ ବର୍ଷ ପାଇଁ ବିଧାନସଭାରେ କିଏ ସେମାନଙ୍କ ସମସମ୍ୟା ଉପସ୍ଥାପନ କରି ତାହାର ସମାଧାନ କରିବେ ତାହାକୁ ପେକ୍ଷା କରିଛନ୍ତି ସାରା ରାଜ୍ୟର ଭୋଟର। ଦୋକାନ ବଜାର, ସହର, ଗଳି ଏବଂ ପାର୍କରେ ଏଥିଲାଗି ଆଲୋଚନା ଆରମ୍ବ ହୋଇଛି। ବିଡିଏ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜ୍ୟର କିଛି ଜନଗହଳି ସ୍ଥାନ ଓ ପାର୍କରେ ଗଣତିର ସିଧାସଳଖ ବିବରଣୀ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

ତ୍ରିସ୍ତରୀୟ ସୁରକ୍ଷା

ରାଜ୍ୟର ୬୩ଟି ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉଭୟ ଗଣତି କେନ୍ଦ୍ର ଓ ଷ୍ଟ୍ରଙ୍ଗ୍‌ରୁମ୍‌ରେ ତଅିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ପ୍ରଥମ ସୁରକ୍ଷା ବ୍ୟବସ୍ଥା ୩୬କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ରବଳ ହାତରେ ନ୍ୟସ୍ତ ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨୫୦ ରାଜ୍ୟ ସଶସ୍ତ୍ର ବଳ ସୁରକ୍ଷା ଦା୍ୟିତ୍ଵରେ ରହିବେ। ତୃତୀୟ ସ୍ତରର ସୁରକ୍ଷା ଜିଲ୍ଲା ପୁଲିସ ଏବଂ ହୋମ୍‌ଗାର୍ଡ଼ ହାତରେ ନ୍ୟସ୍ତ ରହିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।

ଇଭିଏମ୍‌ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଆବଶ୍ୟକ ପରିମାଣରେ ସିସିଟିଭି ଲଗାଯାଇଛି। ସେହି ସିସିଟିଭିକୁ ଆବଶ୍ୟକ ପୁଲିସ ବାହିନୀ ଅହରହ ନଜରରେ ରଖିବେ। ସେଠାରେ ୩ ସିଫ୍ଟରେ ଭିଏଚ୍‌ଏଫ୍‌ ଯୋଗେ କର୍ମଚାରୀ ଯୋଗାଯୋଗ ପାଇଁ ମୁତ୍ତୟନ ରହିବେ। ପ୍ରତି ପ୍ରବେଶ ଏବଂ ପ୍ରସ୍ଥାନ ଦ୍ଵାରରେ ଭିଡିଓ କ୍ୟାମେରା ଲଗାଯାଇ ପ୍ରତିଟି ଆଗନ୍ତୁକଙ୍କ ବିବରଣୀ ରଖାଯିବ। ଜିଲ୍ଲା ଏସ୍‌ପି ମାନେ ନିୟମିତ ଭାବେ ଷ୍ଟ୍ରଙ୍ଗ୍‌ରୁମ୍‌ ବୁଲି ପୁଲିସ ମୁତ୍ତୟନ ଯାଞ୍ଚ କରିବାକୁ ଆଦେଶ ଦିଆଯାଇଛି।

ଠିକ୍‌ ସେହିପରି ଅଭିଜ୍ଞ ମହିଳା ଏବଂ ପୁରୁଷ ପୁଲିସ ଅଧିକାରୀଙ୍କୁ ଗଣତି କେନ୍ଦ୍ରରେ ମୁତ୍ତୟନ କରାଯାଇଛି। କୌଣସି ପ୍ରକାର ଇଲେକ୍‌ଟ୍ରୋନିକ ସାମଗ୍ରୀକୁ ଏହି ଗଣତି କେନ୍ଦ୍ରକୁ ନେବା ଏବଂ ସନ୍ଦେହ ଜନକ ଲୋକଙ୍କୁ ଅଟକ ରଖିବା ବ୍ୟବସ୍ଥା ହୋଇଛି।

ସତର୍କ ସୂଚନା

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭୋଟ୍‌ ଗଣତି ଦିନ ହିଂସା, ଉତ୍ତେଜନା, ସାମ୍ପ୍ରଦା୍ରିକ ଉତ୍ତେଜନା ବା ଅନ୍ୟ କୌଣସି ଅଘଟଣା ଘଟିବାର ଆଶଙ୍କା କରାଯାଇଛି। ଏଣୁ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସତର୍କ କରାଯାଇଛି। ପ୍ରତିଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଡିଜି ପୁଲିସଙ୍କୁ ଗୃହ ମନ୍ତ୍ରଣାଳୟ ଏହିପରି ସତର୍କବାଣୀ ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ, କୌଣସି ମୁହୂର୍ତ୍ତରେ ବି ବିଶୃଙ୍ଖଳା ଉପୁଜିପାରେ। ହିଂସା, ଉତ୍ତେଜନା ହୋଇପାରେ। ଏଣୁ କୌଣସି ବି ମୁହୂର୍ତ୍ତରେ ଶାନ୍ତି, ସୌହାର୍ଦ୍ୟବଜାୟ ରଖିବାକୁ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରୁ।

ଏହି ଚିଠି ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସତର୍କ କରାଇବା ସହ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published.