ସଙ୍କଟରେ ସମ୍ବଲପୁରୀ ବସ୍ତ୍ର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କଲେ ବୁଣାକାର ବିଶେଷଜ୍ଞ

1
102
advertisement

ସମ୍ବଲପୁର, ( ପ୍ରଫୁଲ୍ଲ କୁମାର ଦାଶ): ଓଡ଼ିଶା ଇତିହାସ ଓ ସଂସ୍କୃତିର ପରିଚୟ ’ସମ୍ବଲପୁରୀ ଶାଢ଼ୀ’ ସଙ୍କଟରେ ଗତି କରୁଛି।  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ଅସାଧୁ ଓ ଅସ୍ଵୀୟାସମ୍ପନ୍ନ ଗୋଷ୍ଠୀ ଏହି କୃତ୍ରିମ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାନ୍ଧଶିଳ୍ପୀ ଓ ଖ୍ୟାତିସମ୍ପନ୍ନ ଡିଜାଇନର ରାମକୃଷ୍ଟ ମେହେର ଏବଂ ସୁରେନ୍ଦ୍ର ମେହେର। 

ସୁରେନ୍ଦ୍ର ମେହେର
advertisement

ସମ୍ବଲପୁରଠାରେ ଆୟୋଜିତ ଜାତୀୟ ସମ୍ବଲପୁର ସମ୍ମେଳନ ଅବସରରେ ଅନୁଷ୍ଠିତ ସମ୍ବଲପୁରୀ ବସ୍ତ୍ରର ବିପଣନ ଆହ୍ବାନ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଏହି ଦୁଇ ପ୍ରତିଭା କ୍ଷୋଭ ପ୍ରକାଶ କରିଛନ୍ତି। 

ରାମକୃଷ୍ଣ କହିଛନ୍ତି, ଆନ୍ଧ୍ର ଓ ସୁରାଟ୍‌ରେ କିଛି ଅସାଧୁ ବ୍ୟବସାୟୀ ସମ୍ବଲପୁରୀ ବାନ୍ଧ ଭଳି ଦେଖାଯାଉଥିବା ଛାପା ଶାଢ଼ି ପ୍ରସ୍ତୁତ କରୁଛନ୍ତି। ତାହାକୁ ସମ୍ବଲପୁରୀ ଶାଢ଼ି ନାଁରେ ବଜାରରେ ବିକ୍ରି କରୁଛନ୍ତି। ଏହିଭଳି ବିକ୍ରି ବେଆଇନ ହୋଇଥିଲେ ମଧ୍ୟ ସରକାରୀ କର୍ତ୍ତୃପକ୍ଷ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି। 

୨୦୧୦ ମସିହାରେ ସମ୍ବଲପୁରୀଶାଢ଼ୀ ଜିଆଇ ମାନ୍ୟତା ହାସଲ କରିଛି। ଜିଆଇ ଟ୍ୟାଗ୍‌ରେ ନାଁ ରହିଛି ସମ୍ବଲପୁରୀ ବାନ୍ଧଶାଢ଼ୀ  ଏବଂ ପ୍ୟାବ୍ରିକ୍ସ। ହେଲେ ଏଯାଏ ରାଜ୍ୟ ସରକାର ସମ୍ବଲପୁରୀ ବୟନ କଳା ଣୈଳୀର ପ୍ୟାଟେଣ୍ଟ ପାଇଁ ଧ୍ୟାନ ଦେଇ ନାହାନ୍ତି। ଏହାର ସୁଯୋଗ ନେଇ ଖଳ କିସମର ଲୋକ ଛାପା ଶାଢ଼ିକୁ ବାନ୍ଧ ବୋଲି ଆଖ୍ୟାଦେଇ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଛନ୍ତି। 

ଆଲୋଚନାରେ ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର  କହିଛନ୍ତି, ଜିଏସ୍‌ଟି ଲାଗୁ ପରେ ଏହି ବାନ୍ଧଶିଳ୍ପୀମାନଙ୍କ ଦୁର୍ଦଶା ବଢ଼ିଛି। ବସ୍ତ୍ର ପ୍ରସ୍ତୁତି ପୂର୍ବରୁ ବୁଣାକାର ସୁତା, ରଙ୍ଗ ଓ ରାସାୟନିକ ସାମଗ୍ରୀ ଉପରେ ଯଥାକ୍ରମେ ୫ ପ୍ରତିଶତ, ୧୮ ପ୍ରତିଶତ ଓ ୧୨ ପ୍ରତିଶତ ଜିଏସ୍‌ଟି ଦେଉଛନ୍ତି। ଏହାପରେ ଯେତେେବେଳ ଶାଢ଼ି ପ୍ରସ୍ତୁତ ହେଉଛି ତହିଁରୁ ମଧ୍ୟ ଜିଏସ୍‌ଟି ଅସୁଲ କରାଯାଉଛି। ଏ ସଂକ୍ରାନ୍ତରେ ବାରମ୍ବାର ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ସୁରେନ୍ଦ୍ର ଅଭିଯୋଗ କରିଛନ୍ତି। 

ରାମକୃଷ୍ଣ ମେହେର

ବାନ୍ଧକଳା କ୍ଷେତ୍ରରେ ସରକାରଙ୍କ ପ୍ରୋତ୍ସାହନ ଅଭାବର ଆଉ ଏକ ଦୃଷ୍ଟାନ୍ତ ଦେଇ ଶ୍ରୀ ମେହେର କହିଛନ୍ତି, କେନ୍ଦ୍ର ସରକାର ବରଗଡ଼ଠାରେ ଏକ ସ୍ଵତନ୍ତ୍ର ବୟନ ଅନୁଷ୍ଠାନ ଘେଶଷଣା କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ଆନ୍ତରିକତା ରହିଲା ନାହିଁ। ଫଳରେ ତାହା ଏଯାଏ ବାସ୍ତବ ରୂପ ନେଇ ପାରି ନାହିଁ। ଏ ଅଞ୍ଚଳରେ ଯୁବାବର୍ଗ ବାନ୍ଧକଳା ଜ୍ଞାନ ଆହରଣ କରିବା ଆବଶ୍ୟକ ରହିଛି ବୋଲି ଦର୍ଶାଇ ସେ ସ୍କୁଲ୍‌ ସ୍ତରରେ ଏକ ସ୍ଵତନ୍ତ୍ର ବାନ୍ଧକଳା ଶ୍ରେଣୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।  

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

କେନ୍ଦ୍ରମନ୍ତ୍ରୀଙ୍କୁ ଜାବୁଡ଼ା!

କେନ୍ଦ୍ରମନ୍ତ୍ରୀଙ୍କୁ ଜାବୁଡ଼ା!

୫ ମିନିଟ୍‌ରେ ଡବା ଫୁଲ୍‌: ଦୂର ହେବ ରେଳରେ ପାଣି ସମସ୍ୟା

୫ ମିନିଟ୍‌ରେ ଡବା ଫୁଲ୍‌: ଦୂର ହେବ ରେଳରେ ପାଣି ସମସ୍ୟା

କଂଗ୍ରେସର ସବୁ ଦାୟିତ୍ଵରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ ଶ୍ରୀକାନ୍ତ ଜେନା

କଂଗ୍ରେସର ସବୁ ଦାୟିତ୍ଵରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ ଶ୍ରୀକାନ୍ତ ଜେନା