ମୁଁ କାଠରେ ତିଆରି ନୁହେଁ ଯେ ସହଜରେ ଜଳିଯିବି: ମେହବୁବା ମୁଫ୍‌ତି

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ବିଜେପି ନେତାଙ୍କ ଆକ୍ଷେପକୁ କଡ଼ା ଜବାବ ଦେଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ଏତଲା ଦାୟର କରାଯିବା ଉଚିତ ବୋଲି ବିଜେପି ମୁଖପାତ୍ରଙ୍କ ଦାବିକୁ ଚ୍ୟାଲେଞ୍ଜ କରି ମେହବୁବା କହିଛନ୍ତି, ମୁଁ କାଠରେ ଗଢ଼ା ନୁହେଁ, ଯେ ସହଜରେ ଜଳିଯିବି। ଏମିତି ଧମକକୁ ମୁଁ ଡରେ ନାହିଁ ଏବଂ ମୁଁ ପଛକୁ ହଟିବାର ନାହିଁ ବୋଲି କହିଛନ୍ତି ମୁଫ୍‌ତି।

ମୁଫତିଙ୍କର ଏହି ବୟାନ ତାଙ୍କ ଧୈର୍ଯ୍ୟକୁ ବର୍ଣନା କରୁଛି। ସଙ୍ଗେ ସଙ୍ଗେ ସେ ଉତ୍‌କ୍ଷୀପ୍ତ ହୁଅନ୍ତି ନାହିଁ ଓ ଧୀରସ୍ଥିର ଭାବେ ନିଜ କାମ କରନ୍ତି ବୋଲି ସ୍ପଷ୍ଟ କରୁଛି।

କଶ୍ମୀର-ଜମ୍ମୁ ଜାତୀୟ ରାଜପଥରେ ବୁଧବାର ଓ ଶୁକ୍ରବାର ସାଧାରଣ ଯାନବାହାନ ଚଳାଚଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ମୁଫ୍‌ତି ସ୍ଥାନୀୟ ଲୋକଙ୍କୁ ଉସ୍‌କାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ଏପରି କରାଯାଇଛି ଏଣୁ ଏହାକୁ ସମ୍ମାନ ବଦଳରେ ଲୋକଙ୍କୁ ଏହି ନିୟମକୁ ନବମାନିବା ଲାଗି ଯେଉଁ ଉଦ୍ୟମ ସେ କରୁଛନ୍ତି ତାହା ବିରୋଧରେ ଥାନାରେ ଏତାଲା ଦିଆଯିବା ଆବଶ୍ୟକ ବୋଲି ବିଜେପିର ରାଜ୍ୟ ମୁଖପାତ୍ର ସୁନୀଲ୍‌ ସେଠୀ କହିଥିଲେ।

ଏହାର ପ୍ରତିକ୍ରିୟା ରଖି ମୁଫ୍‌ତି ବିଜେପିର ଏହି ଉଦ୍ୟମକୁ ତାଙ୍କ ଉପରେ ଧମକ ବୋଲି ବର୍ଣନା କରିଛନ୍ତି।

Leave a Reply

Your email address will not be published.