ମୁଁ ବି ମୁଖ୍ୟମନ୍ତ୍ରୀ ହେବି

0
538
advertisement
ଲାଲମୋହନ ପଣ୍ଡା
ସାମ୍ବାଦିକ

ଆସ୍କା ଲୋକସଭା ଆସନରୁ ପ୍ରମିଳି ବିଷୋୟୀଙ୍କ ନିର୍ବାଚନ ଜିତିବା ପ୍ରସଙ୍ଗ ଏକ ଚର୍ଚିତ ଅଧ୍ୟାୟ ହୋଇ ଏବେ ମିଡିଆରେ ରହିଛି । ଆଗକୁ ଏହା ଭାରତୀୟ ନିର୍ବାଚନ ଇତିହାସର ଏକ ଆଲୋଚ୍ୟ ବିଷୟ ହେବ । କୌଣସି ଶିକ୍ଷାଗତ ସାର୍ଟିଫିକେଟ୍‍ ବା ଭାବ ସଂଚାରଣ ପାଇଁ ଆବଶ୍ୟକ ଭାଷାଗତ ଦକ୍ଷତା ନଥିବା ଜଣେ ତୃଣମୂଳ ସ୍ତରର ମହିଳା ଗୋଷ୍ଠୀ ଆନ୍ଦୋଳନକାରୀ ଯେ ଭାରତର ସାଂସଦ ହୋଇପାରେ ତାହା ପିଏଚ୍‍ଡି ଗବେଷକଙ୍କ ପାଇଁ ବିଷୟ ବି ହେବ । ଅଜିର ସ୍ମାର୍ଟଫୋନ୍‍ ସୋଶାଲ୍‍ ମିଡିଆ ସଭ୍ୟତାରେ ଏଭଳି ଜଣେ ବ୍ୟକ୍ତି ଅନେକଙ୍କ ମନରେ ବି ଆଶଶ ସୃଷ୍ଟି କରିବ ଯେ ଖାଲି ଇଂରାଜୀ, ହିନ୍ଦୀରେ ଦକ୍ଷତା, ଦେଶ ବିଦେଶର ଜ୍ଞାନ, ରାଜନୀତିକ ବାକ୍‍ ପଟୁତା ରଖୁଥିବା ଜଣେ ବ୍ୟକ୍ତି ସାଂସଦ, ବିଧାୟକ ବା ନେତା ହେବ ତା’ ନୁହେଁ, ବି ମୁଖ୍ୟମନ୍ତ୍ରୀ ହୋଇପାରିବି!

ଭାରତୀୟ ଗଣତାନ୍ତ୍ରିକ ଗରିମାର ଆଉ ଏକ ଅଧ୍ୟାୟ ହେଉଛନ୍ତି ପ୍ରମିଳା ବିଷୋୟୀ । ସେ ହିନ୍ଦି ଜାଣନ୍ତି ନି କି ଇଂରାଜୀ । ଓଡ଼଼ିଆ ଭାଷାରେ ବି ଦକ୍ଷତା ସେମିତି ନାହିଁ । ଯେତିକି ରହିଛି ତାହା କଥା କହିବା ବା ନିଜର ଭାବକୁ ବ୍ୟକ୍ତି କରିବା ପାଇଁ ଯଥେଷ୍ଟ । ତାହା ଯେ ପ୍ରଭାବଶାଳୀ ନୁହେଁ ତାହା ନୁହେଁ । ସେଇ ପ୍ରଭାବରେ ସେ ଅନେକ ମହିଳାଙ୍କ ହୃଦୟ ଜିତିଛନ୍ତି । ଆଉ ସେହି ଜିତିବା ପ୍ରବୃତିରେ ପ୍ରଭାବିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦରେ ତାଙ୍କୁ ସେ ନମୁନା ଭାବେ ଉପସ୍ଥାପନ କରି ମହିଳା ସଶକ୍ତିକରଣ କଥା ଉଠାଇଛନ୍ତି । ଖାଲି ଯେ ଶିକ୍ଷିତ, ଦକ୍ଷ, ବାକ୍‍ ପଟୁ ମହିଳା ପ୍ରତିନିଧି ହେବେ ତା ନୁହେଁ, ସମାଜର ନିମ୍ନ ସ୍ତରର କର୍ମୀ ଯେ, ଉଚ୍ଚ ପଦବୀକୁ ଆସି ଅନ୍ୟକୁ ଅନୁପ୍ରାଣୀତ କରିପାରନ୍ତି ତାହାର ଏକ ମଉକା ସେ ଉନ୍ମୋଚନ କରିଛନ୍ତି ।
ଏଭଳି ଅସ୍ତିବାଚକ ଭାବନା ଭିତରେ କିନ୍ତୁ ଅନେକ ପ୍ରଶ୍ନ ପ୍ରହେଳିକା ସୃଷ୍ଟି କରିଛନ୍ତି । ପ୍ରଶ୍ନ ଉଠିଛି ପ୍ରମିଳା କ’ଣ ଆଇନ ନିର୍ମାଣର ସେଇ ପବିତ୍ର ଗୃହରେ ଆବଶ୍ୟକ ଭାଗିଦାରୀ ରକ୍ଷା କରିପାରିବେ? ସେ କ’ଣ ନିଜ ଭାବନାକୁ ବିତରଣ କରି ଅନ୍ୟକୁ ପ୍ରଭାବିତ କରିପାରିବେ? ତାଙ୍କ ମାଧ୍ୟମରେ କ’ଣ ଓଡ଼ିଶା ନିଜ କଥା କହିପାରିବ? ପୁଣି ତାଙ୍କ ଆଡ଼କୁ ଗୋଟିଏ ଆଙ୍ଗୁଳି ଉଠୁଥିବାବେଳେ ଆମ ଆଡ଼କୁ ଅନ୍ୟ ତିନି ଆଙ୍ଗୁଳି ଇଙ୍ଗିତ କରୁଛି ଯେ, ଆମେ ତାଙ୍କୁ ଭୋଟ୍‍ ଦେଇ କ’ଶ ସତର ମହାନ କାର୍ଯ୍ୟ କରିଛୁ? ଆମ ଗଣତନ୍ତ୍ରର ରକ୍ଷା ପାଇଁ ଏହା କ’ଣ ଠିକଣା ପ୍ରୟାସ?

କହିବା କଥା ହେଲା, କଳ୍ପନା ଯଦି ଏଭରେଷ୍ଟ ଚଢିପାରୁଛନ୍ତି, କେବଳ ଏଥିପାଇଁ ଚଢିପାରୁଛନ୍ତି କାହିଁକି ନା ଏଥିପାଇଁ ସେ ପ୍ରଶିକ୍ଷଣ ନେଇଛନ୍ତିା ଯେ କୌଣସି ମନପସନ୍ଦର ବ୍ୟକ୍ତିକୁ ନେଇ ଏଭରେଷ୍ଟ ଚଢିବା ପାଇଁ କହିଲେ ସେ କଣ ଚଢିପାରିବ? ଉତ୍ତର ନିଶ୍ଚିତ ଭାବେ ନା’ ବୋଲି ଆସିବ । କାହିଁକି ନା ସେ ବ୍ୟକ୍ତି ଜଣଙ୍କ ଉପଯୁକ୍ତ ପ୍ରଶିକ୍ଷଣ ନେଇନଥିବାରୁ ହୁଏତ ଚଢିବା ମୁସକିଲ ହୋଇଯିବ! ଯେ କେହି ବି ଅଭିନେତା କିମ୍ବା ଅଭିନେତ୍ରୀ ବନିପାରିବେ ନାହିଁ । କାହିଁକି ନା ଏଥିପାଇଁ ମଧ୍ୟ ପ୍ରଶିକ୍ଷଣ ଦରକାର । ବିନା ପ୍ରଶିକ୍ଷଣରେ କେବଳ ଜନସମର୍ଥନରେ ଯେ କେହିବି ଷ୍ଟାର ହୋଇପାରିବ ନାହିଁ ।
ଅନେକ ସିନେ ତାରକାଙ୍କ ପୁଅ ଝିଅ ମଧ୍ୟ ଫ୍ଲପ ମାରିବାର ନଜିର ରହିଛି । ଯଦି ଓ ସେମାନେ ପ୍ରଶିକ୍ଷଣ ନେଇ

ଛନ୍ତି, କିନ୍ତୁ ଲୋକଙ୍କ ଆଶାକୁ ସେମାନେ ପୂରଣ କରିପାରିନାହାନ୍ତି ଆଉ ସେଥିପାଇଁ ସଫଳ ଷ୍ଟାର ହୋଇପାରିନାହାନ୍ତି । ଏସବୁ ଭିତରେ ମୁଖ୍ୟ କଥା ହେଉଛି ପ୍ରମିଳା ବିଷୋୟୀ କିପରି ଓଡିଶାକୁ ଉପସ୍ଥାପନ କରିବେ? ପ୍ରମିଳା ବିଷୋୟୀ ଓଡିଶାର ରାଜନୀତିକୁ କେତେ ବୁଝନ୍ତି? ରାଜ୍ୟର ମୌଳିକ ସମସ୍ୟା ସହିତ ସେ କେତେ ଜଡିତ । ଶିକ୍ଷା ହେଉ ଅବା ସ୍ୱାସ୍ଥ୍ୟ ହେଉ ରାଜ୍ୟର ଅଭାବ ଅସୁବିଧାକୁ କେତେ ବୁଝିଛନ୍ତି ପ୍ରମିଳା? ସ୍ୱତନ୍ତ୍ର ପାହ୍ୟା ନବୀନଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପ୍ରମିଳା ଏହି ପ୍ରସଙ୍ଗକୁ ବୁଝିଛନ୍ତି ତ? ଯଦି ପ୍ରମିଳା ଏହାକୁ ବୁଝିପାରିନାହାନ୍ତି ତେବେ ଦିଲ୍ଲୀରେ କେମିତି ଶୁଭିବ ଓଡିଶାର ସ୍ୱର? ଯଦି ସ୍ୱର ନଶୁଭିବ ଆମେ ଏମିତି ଜଣେ ପ୍ରାର୍ଥୀଙ୍କୁ କାହିଁକି ନିର୍ବାଚିତ କରିଛେ?

ନବୀନ ହାୱାରେ ହେଉ ଅବା ଏସଏଚଜି ଗ୍ରୁପର ସମର୍ଥନ ହେଉ ଅବା ଟଙ୍କିଆ ଚାଉଳ କି କାଳିଆ ଟଙ୍କାର ପ୍ରଭାବ, ଏସବୁ ହୁଏତ ପ୍ରମିଳାଙ୍କୁ ଜିତାଇଥାଇପାରେ କିନ୍ତୁ ଜଣେ ଜନ ପ୍ରତିନିଧି ତିଆରି କରିବା ହୁଏତ ସମ୍ଭବ ହେବନି । ଆଉ ପ୍ରମିଳା ଜଣେ ଜନ ପ୍ରତିନିଧି ଭାବେ ନିର୍ବାଚିତ ହେବା ପରେ ଅଧିକାଂଶ ଓଡିଆ ଯେ ନିଜକୁ ଜଣେ ଜଣେ ନେତା ହେବା ପାଇଁ ସ୍ୱପ୍ନ ନଦେଖିବେ ଏକଥାକୁ ବି ଅସ୍ୱୀକାର କରିହେବନି । ସରପଞ୍ଚ ହେବେ, ବିଧାୟକ ହେବେ, ମୁଖ୍ୟମନ୍ତ୍ରୀ ବି ହେବାର ସ୍ୱପ୍ନ ଦେଖିବେ । କାହିଁକି ନା ପ୍ରମିଳାଙ୍କ କ୍ଷେତ୍ରରେ ସେମାନେ ଦେଖିଲେ, ନେତା ହେବା ପାଇଁ ମୌଳିକ ଆବଶ୍ୟକତା ନଥାଇ ମଧ୍ୟ ଏହା ସମ୍ଭବ ହୋଇପାରୁଛି । ତେଣୁ ନିଜ ଭିତରେ ଏବେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବା ଅସମ୍ଭବ ହୋଇ ନାହିଁ । ଏଥିଲାଗି ପ୍ରମୁଖ ଆବଶ୍ୟକ ହେଉଛଇ ନବୀନଙ୍କ ଆଶୀର୍ବାଦ, ନୁହେଁକି?

ଏହା ଭାରତୀୟ ଗଣତାନ୍ତ୍ରିକ ମୁଲ୍ୟବୋଧର ସବୁଠୁ ବଡ ଗରିମା । ଯେ କୌଣସି ପୃଷ୍ଠଭୂମିରେ ଥିବା ଲୋକ ଜନ ପ୍ରତିନିଧି ହୋଇପାରିବେ । ଅର୍ଥାତ ସବୁ ଲୋକଙ୍କ ମଧ୍ୟରେ ଜଣେ ଜଣେ ଜନ ପ୍ରତିନିଧି ହୋଇପାରିବା ନେଇ ଆତ୍ମ ବିଶ୍ୱାସ ବଢିବ। ଏହା ଏକ ନିର୍ଦ୍ଦିଷ୍ଟ ବର୍ଗର ଜାଗିର ବୋଲି ଥିବା ବିଶ୍ୱାସ ଭାଙ୍ଗିବ । ଏହା ପରେ ହିଁ ପ୍ରକୃତ ଗଣତନ୍ତ୍ର ପ୍ରସ୍ଫୁଟିତ ହେବ ।

ବିଦ୍ର: ଏହା ଲେଖକଙ୍କ ନିଜସ୍ଵ ଅନୁଶୀଳନ।