ଆଇଆଇଟି ଦିଲ୍ଲୀ ପରେ ଖଡ଼ଗ୍‌ପୁରର କମାଲ୍

କୋଲକାତା (ଓଟି): ଆଇଆଇଟି ଦିଲ୍ଲୀ ନିକଟରେ ବଡ଼ ସଫଳତା ପାଇଥିଲା। କମ୍‌ ଖର୍ଚ୍ଚରେ କୋବିଡ୍‌-୧୯ ତଥା କରୋନା ସଂକ୍ରମଣ ସଂକ୍ରାନ୍ତରେ ପରୀକ୍ଷା କରିବା ପାଇଁ କିଟ୍‌ ପ୍ରସ୍ତୁତ କରିଥିଲା। ସେହିପରି ଆଇଆଇଟି ଖଡ଼ଗ୍‌ପୁରର ବିଶେଷଜ୍ଞମାନେ ଦୁଇ ପ୍ରକାରର ଆଲକହଲ ଯୁକ୍ତ ସାନିଟାଇଜର ତିଆରି କରିବାରେ ସଫଳ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଡଭାଇଜାରୀ ଅନୁଯାୟୀ କରୋନା ରୋକିବା ପାଇଁ ଏହି ସାନିଟାଇଜର ଉପଯୁକ୍ତ।

ସୂଚନା ଅନୁସାରେ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଫ ଇନଷ୍ଟିଚ୍ୟୁଟର ଏକ ଟିମ୍ ନୂଆ ସାନିଟାଇଜର ତିଆରି କରିଛନ୍ତି। ସେଥିରେ ଇସୋପ୍ରୋପାଇଲ ଆଲକହଲ, ହାଇଡ୍ରୋଜେନ ପେରକ୍ସାଇଡ, ଗ୍ଲିସେରଲ ଓ ପାଣି ଅନ୍ତର୍ଭୁକ୍ତ ରହିଛି। ଏହି ଟିମରେ ଫାର୍ମାକ୍ୟୁଟିକାଲ ବିଦ୍ୟାର୍ଥୀ ଅତୁଲ କୁମାର ଓଝା, ଅୟାନ ଗୋପ, ଅନୁରୂପ ମୁଖୋପାଧ୍ୟାୟ, ଲୋପାମୁଦ୍ରା ଦାସ, ଏକସଲୀନା ବାସୁ ପ୍ରମୁଖ ରହିଛନ୍ତି। ଅନୁରୂପ ଭାବେ ମେକାନିକାଲ ଇଞ୍ଜିନିୟରିଂ ପ୍ରଫେସର ମିହିର ଷଡ଼ଙ୍ଗୀଙ୍କ ଆଉ ଏକ ଟିମ୍ ମଧ୍ୟ ସାନିଟାଇଜର ତିଆରି କରିଛନ୍ତି। ଏଥିରେ ୭୦ ପ୍ରତିଶତ ଏଥାନଲ ଓ ୩୦ ପ୍ରତିଶତ ଆଲୋବେରା ଜେଲ ରହିଛି। ତେବେ ଏହା ଅଣବ୍ୟବସାୟିକ କ୍ଷେତ୍ର ପାଇଁ ପ୍ରସ୍ତୁତ ହୋଇଥିବା ଗବେଷକ ଶ୍ରୀ ଓଝା ସୂଚନା ଦେଇଛନ୍ତି।

Leave a Reply

Your email address will not be published.