ବିଜୁଳି ଓ ବଜ୍ରପାତରୁ ରକ୍ଷା ପାଇବେ କେମିତି: ୧୭ରୁ ସୋଆ ବିଶ୍ଵବିଦ୍ୟାଳୟରେ ବିଶ୍ଵସ୍ତରୀୟ ଆଲୋଚନା

ଭୁବନେଶ୍ଵର, (ଓଟି): ପ୍ରାକୃତିକ ଦୁର୍ବିପାକ ଓଡ଼ିଶା ପାଇଁ ନୂଆ ନୁହେଁ। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା ଆଉ କେତେବେଳେ ମରୁଡ଼ି ଓଡ଼ିଶାର ସାମାଜିକ ଓ ଅର୍ଥନୀତିକ ଜୀବନକୁ ପ୍ରଭାବିତ କରିଛି। କିନ୍ତୁ ଏହିସବୁ ଦୁର୍ବିପାକଠୁ ସବୁଠାରୁ ହାନିକାରକ ହେଉଛି ବଜ୍ରପାତ। କାରଣ ବନ୍ୟା ବାତ୍ୟାରୁ ଲୋକଙ୍କ ଜୀବନକୁ ବଞ୍ଚାଇବା ପାଇଁ ସତର୍କ କରାଯାଇପାରୁଛି କିନ୍ତୁ ବଜ୍ରପାତ ବିଷୟରେ ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଆଜି ଯାଏ ଚ୍ୟାଲେଞ୍ଜ ହୋଇ ରହିଛି। ଓଡ଼ିଶା ପରି କୃଷି ପ୍ରଧାନ ଓ ବଜ୍ରପାତ ପ୍ରବଣ ରାଜ୍ୟରେ ଏଥିନେଇ ସତର୍କ ଓ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ଵର ୩୦୦ ଜଣ ବୈଜ୍ଞାନିକ, ଗବେଷକ ଆସନ୍ତା ୧୭ରୁ ୧୯ ତାରିଖ ଯାଏ ଏକାଠି ହେବାକୁ ଯାଉଛନ୍ତି। ସେମାନଙ୍‌କ ମାନସମନ୍ଥନରୁ ବାହାରିବାକୁ ଥିବା ନିଷ୍କର୍ଷ ଆଗକୁ ଆବଶ୍ୟକ ନୀତି ପ୍ରଣୟନ ପାଇଁ ସହାୟକ ହେବ ବୋଲି ଆଶା କରିଛନ୍ତି ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ।

ପ୍ରଥମଥର ପାଇଁ ଏପରି ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ବଜ୍ରପାତ ଏକ ଅନ୍ଧ ବିଶ୍ଵାସ ବୋଲି ଆଜିବି କିଛି ଲୋକଙ୍କ ମନରେ ବିଶ୍ଵାସ ରହିଛି। କିନ୍ତୁ ତାହା ନୁହେଁ। ଏ ବାବଦରେ ପୂର୍ବାନୁମାନ କରାଯାଇ ପାରୁଛି କିନ୍ତୁ ତାହା ମାତ୍ର ୪୫ ମିନିଟ୍‌ ପୂର୍ବରୁ ହିଁ ଜଣା ପଡ଼ୁଛି। ଏଣୁ ସେ ସୂଚନାକୁ ଲୋକଙ୍କ ପାଖଷର ପହ୍ୟଞ୍ଚାଇବା ଏଯାଏ ସମ୍ଭବ ହୋଇ ପାରି ନାହିଁ। ଆମେ ଭାବୁଛୁ ଏଭଳି ଆଲୋଚନା ଦ୍ଵାରା କିଛି ନିଷ୍କର୍ଷ ବାହାରିବ’।

ବିଷ୍ଣୁପଦ ସେଠୀ, ସ୍ଵତନ୍ତ୍ର ରିଲିଫ୍‌ କମିଶନର

ଏହି ଆନ୍ତର୍ଜାତୀୟ ସମ୍ମଳନୀକୁ ଆଇଆଇଟି ଭୁବନେଶ୍ଵର, ସୋଆ ବିଶ୍ଵବିଦ୍ୟାଳୟ, ଭାରତ ପାଣିପାଗ ବିଭାଗ ପକ୍ଷରୁ ଆୟୋଜନ କରାଯାଉଛି। ସମ୍ମିଳନୀ ପୂର୍ବରୁ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ସେଠୀ କହିଛନ୍ତି, ଓଡ଼ିଶାରେ ଦୈବୀ ଦୁର୍ବିପାକ ହେତୁ ଗଲା ତିନିବର୍ଷରେ ୪୬୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ବଜ୍ରପାତ ହେତୁ ସର୍ବାଧିକ ୧୨୫୬ଜଣଙ୍କ ପ୍ରାଣ ଯାଇଛି। ଏଣୁ ଏବିଷୟରେ ସତର୍କ ରହିବା ଆବଶ୍ୟକ।

ଆଇଆଇଟି, ଭୁବନେଶ୍ଵରର ବୈଜ୍ଞାନିକ ପ୍ରଫେସର ଉମାଚରଣ ମହାନ୍ତି କହିଛନ୍ତି, ୧୯୯୯ ମସିହାରେ ମହାବାତ୍ୟା ଓ ଫାଇଲିନ୍‌ ସମୟର ପବନ ପାଖାପାଖି ସମାନ ବିପଜ୍ଜନକ ଥିଲା। କିନ୍ତୁ ଆବଶ୍ୟକ ସତର୍କ ରକ୍ଷା ହେତୁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମି ପାରିଥିଲା। ସେତେବେଳେ ୧୦ ହଜାର ଲୋକଙ୍କ ପ୍ରାଣ ଯାଇଥିବାବେଳେ ଫାଇଲିନ ମୃତ୍ୟୁ ସଂଖ୍ୟା ୨୦

ଏବେ ଆମ ରାଜ୍ୟର ୧୩ଟି ସ୍ଥାନରେ ବଜ୍ରପାତ ପୂର୍ବସୂଚନା ସଂଗ୍ରହ ପାଇଁ ସେନ୍ସର ଲଗାଯାଇଛି। ପ୍ରତିଟି ସେନ୍ସର ୨୦୦ କିଲୋମିଟର ବ୍ୟାସାର୍ଦ୍ଧ ଯାଏ ବଜ୍ରପାତ ପୂର୍ବାନୁମାନ କରିପାରିବ। କିନ୍ତୁ ଏହି ପୂର୍ବାନୁମାନ ୩୦ ମିନିଟ୍ରୁ ୪୫ ମିନିଟ୍‌ ଭିତରେ ହୋଇପାରିବ। ଏଣୁ ଅବାଶ୍ୟକ ଏହି ସମୟ ଭିତରେ ଲୋକଙ୍କ ପାଖରେ କିପରି ସୂଚନା ପହଞ୍ଚାଯାଇ ସତର୍କ କରାଯିବ। ଏହା ହୋଇପାରିଲେ ଆମେ ମୃତ୍ୟୁ ସଂଖ୍ୟା କମାଇ ପାରିବ। ଏଥିନେଇ ୧୨ଟି ଦେଶର ପାଣିପାଗ ବିଶେଷଜ୍ଞ ଯୋଗ ଦେବାକୁ ଯାଉଛନ୍ତି।

ଉମାଚରଣ ମହାନ୍ତି, ପାଣିପାଗ ବିଶେଷଜ୍ଞ

ଭାରତ ପାଣିପାଗ ବିଭାଗର ପୂର୍ବତନ ମହାନିର୍ଦେଶକ ଏଏସ୍‌ ତ୍ୟାଗୀ ବର୍ତ୍ତମାନର ଆହ୍ବାନ ସମ୍ପର୍କରେ ସୂଚନା ଦେଇଥିଲେ। ସେ କିଛନ୍ତି ଆମର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ। ସେମାନେ ବଜ୍ରପାତ ସମୟରେ ଚାଷ କ୍ଷେତ୍ରରେ କାମ କରୁଥାଆନ୍ତି। ଅନେକ ଲୋକ ଏହି ସମୟରେ ଖୋଲା ସ୍ଥାନରେ ରହିଥରଆନ୍ତି। ସ୍ଵଳ୍ପ ସମୟ ଭିତରେ ସେମାନଙ୍କୁ ସତର୍କ କରାଇବା ଏବଂ ନିରାପଦ ସ୍ଥାନକୁ ଆଣିବା ହେଉଛି ବର୍ତ୍ତମାନର ଆହ୍ବାନ ବୋଲି ଶ୍ରୀ ତ୍ୟାଗୀ କହିଥିଲେ।

ଗୋଟିଏ ଦିନରେ ବଜ୍ରପାତ ନେଲା ୧୫ ଜୀବନ: ବାଲେଶ୍ୱରରେ ସର୍ବାଧିକ

https://odishatime.com/lightening-death-2/

Leave a Reply