କୋର୍ଟରେ ଦୋଷୀ ସାବ୍ୟସ୍ତ ଆଇଏଏସ୍‌, ଆଇପିଏସ୍ ଅଧିକାରୀଙ୍କ ନିଲମ୍ବନ ନିୟମରେ କୌଣସି ସମୀକ୍ଷା ହେବ ନାହିଁ

ଭାରତ ସରକାରଙ୍କ ପର୍ସନାଲ ଆଣ୍ଡ ଟ୍ରେନିଂ ମନ୍ତ୍ରାଳୟର ସମସ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ପୁଣି ଚାକିରୀକୁ ଫେରିବାକୁ ଅନୁମତି ନଦେବା ପାଇଁ ସେବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏକ ପ୍ରମୁଖ ପଦକ୍ଷେପରେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ଅଧିକାରୀଙ୍କୁ ଦୁର୍ନୀତି ଏବଂ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ନିଲମ୍ବନ ଆଦେଶର ସମୀକ୍ଷା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କେନ୍ଦ୍ର ପ୍ରସ୍ତାବ ଦେଇଛି ।

ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (ଡିଓପିଟି) ଅଲ ଇଣ୍ଡିଆ ସର୍ଭିସେସ୍ (ଅନୁଶାସନ ଏବଂ ଅପିଲ୍) ନିୟମ, ୧୯୬୯ ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଭାରତୀୟ ବନ ସେବା (ଆଇଏଫଏସ୍) ଅଧିକାରୀଙ୍କ ପାଇଁ ଥିବା ନିୟମରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଚଳିତ ନିୟମରେ ଏକ ଧାରା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ଅନୁଯାୟୀ ଯଦି ଅପରାଧିକ ତଥା ଦୁର୍ନୀତି ଅଭିଯୋଗରେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଚୂଡ଼ାନ୍ତ ଆଦେଶ ନହେବା ପର୍ଯ୍ୟନ୍ତ କୌଣସି ସମୀକ୍ଷା କରାଯିବ ନାହିଁ । ସେ କହିଛନ୍ତି ଯେ ଭାରତୀୟ ସେବାର ସମସ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାରଙ୍କ ନିକଟକୁ ଫେରିବାକୁ ଅନୁମତି ନଦେବା ପାଇଁ ଡିଓପିଟି ମନ୍ତ୍ରାଳୟରେ ସେବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି ।

ସେ କହିଛନ୍ତି ଯେ ପ୍ରସ୍ତାବ ଅନୁଯାୟୀ ଯଦି କୋର୍ଟ ଅଧିକାରମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି ଏଭଳି ଅଧିକାରୀଙ୍କ ମାମଲା ସମୀକ୍ଷା କମିଟିଦ୍ୱାରା ସମୀକ୍ଷା କରାଯିବ ନାହିଁ । ଏହାର ଅର୍ଥ ହେଉଛି ଯେ ଉପର କୋର୍ଟର ଅନ୍ୟ ଏକ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହିପରି ବାବୁଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ।

ଡିଓପିଟି ଗୃହ ମନ୍ତ୍ରାଳୟ ବ୍ୟତୀତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖିଛି ଏବଂ ନିୟମରେ ପ୍ରସ୍ତାବିତ ପରିବର୍ତ୍ତନ ଉପରେ ମତାମତ ଲୋଡ଼ିଛି ।

ଏକ ଡିଓପିଟିର ସୂଚନା ଅନୁଯାୟୀ, ୧୫ମଇ ୨୦୨୦ ସୁଦ୍ଧା ପ୍ରସ୍ତାବିତ ସଂଶୋଧନ ଉପରେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି ।

Leave a Reply

Your email address will not be published.