ରାଜଧାନୀରେ ଶିଶୁ ଚୋରାଚାଲାଣ ଘଟଣା ; ବ୍ରେଡ ଫ୍ଯାକ୍ଟ୍ରିରୁ ୪ ଶିଶୁ ଉଦ୍ଧାର

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରେ ଚାଇଲ୍ଡଲାଇନର ବଡ ଖୁଲାସା । ଚୋରା ଚାଲାଣ ବେଳେ ୪ ଜଣ ଶିଶୁକୁ ଉଦ୍ଧାର କରାଯାଇଛି । କମିଶନରେଟ ପୋଲିସ ସହାୟତାରେ ଏକ ପଳାଶପଲ୍ଲୀ ପାଉଁରୁଟି ଫ୍ୟାକ୍ଟ୍ରିରୁ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶିଶୁଙ୍କଙ୍କ ବୟସ ୧୪ ରୁ ୧୫ ବର୍ଷ ହେବ । ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଶିଶୁ ସୁରକ୍ଷା ଅଧିକାରୀ ଜାଣିବାକୁ ପାଇଛନ୍ତି ।

ବ୍ରେଡ ଫ୍ୟାକ୍ଟ୍ରିର ମାଲିକ ମନୋଜ ଗୌଡ ନିଜ ଗାଁରୁ ଶିଶୁ ଚୋରି କରି ଆଣି ନିଜ ଫ୍ୟାକ୍ଟ୍ରିରେ ନିୟୋଜିତ କରିଥିଲା ବୋଲି ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ, ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ସେମାନଙ୍କୁ ଆଣି ଏଠାରେ କାମରେ ଲଗାଇଥିଲା । ଏଥିପାଇଁ ସେମାନଙ୍କୁ ପ୍ରତି ମାସରେ ୪ ହଜାର ଟଙ୍କା ଦେଉଥିଲା ବୋଲି ଶିଶୁ ସୁରକ୍ଷାଙ୍କୁ କହିଛି ଫ୍ୟାକ୍ଟ୍ରି ମାଲିକ ।

Leave a Reply

Your email address will not be published.