କୋଭିଡ୍‌ରୁ ରକ୍ଷା ପାଇବେ କିପରି, ଜାଣନ୍ତୁ କିଛି ଜରୁରୀ ଉପାୟ

ଏଯାବତ କରୋନା ଭୁତାଣୁ ଜନିତ ରୋଗ (କୋଭିଡ୍‌ ୧୯) ରୁ ମୁକ୍ତି ପାଇବା ଲାଗି କୌଣସି ସଫଳ ଚିକିତ୍ସା ଆବିଷ୍କୃତ ହୋଇ ନାହିଁ। ସଂକ୍ରମଣରୁ ରକ୍ଷା ପାଇବା ଲାଗି କେବଳ କିଛି ଦିଶା ନିର୍ବେଶାବଳୀ ପାଳନ ଏବଂ ସାବଧାନତା ଅବଲମ୍ବନକୁ ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କରାଯାଉଛି। କିନ୍ତୁ ଯଦି ସମସ୍ତ ସାବଧାନତା ପରେ ଯଦି କେହି କେବେ କରୋନା ଭୁତାଣୁର ଶିକାର ହୁଅନ୍ତି ତେବେ ସମ୍ପୃକ୍ତ ରୋଗୀର ପ୍ରତିରୋଧକ ଶକ୍ତି ଓ ସଂକ୍ରମଣର ପ୍ରକୋପ ସ୍ତର ହିଁ ତାହାର ଜୀବନ ରକ୍ଷା କରିବ ନା ନାହିଁ ତାହା ସ୍ଥିର କରିଥାଏ। ଜଣେ ଅତ୍ୟନ୍ତ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ପାଖରେ ମାମୁଲି ଲକ୍ଷଣ ପ୍ରକାଶ ପାଇପାରେ। ଅନ୍ୟପକ୍ଷରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ ପାଖରେ ଏହା ଅଧିକ ଗୁରୁତ୍ଵପୂଣ୍ଣ ହୋଇପାରେ। ଏଣୁ ସବୁଠାରୁ ଗୁରୁତ୍ଵପୂଣ୍ଣ ଦିଗଟି ହେଉଛି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା। କିନ୍ତୁ କିପରି?  କିପରି ଆମେ ବଳଶାଳୀ କରିପାରିବା ସେ ବିଷୟରେ କେତୋଟି ଗୁରୁତ୍ଵପୂଣ୍ଣ ସୂଚନା ଓ ପରାମର୍ଶ ଦେଉଛନ୍ତି ଡାକ୍ତର ବିମଳ ମହାପାତ୍ର।

ପ୍ରଥମେ ହେଉଛି ସୁଷମ ଖାଦ୍ୟ 

ଏହାର ଅର୍ଥ ଆମେ ଶରୀରକୁ ନେଉଥିବା ଖାଦ୍ୟ ତଥା ପାନୀୟରେ ସାବଧାନତା ରକ୍ଷା କରିବା। ଭୋକ ପେଟରେ ନରହିବା ଏବଂ ଅତ୍ୟଧିକ ଗରିଷ୍ଠ ଭୋଜନ ନକରିବା ଏଥିଲାଗି ଅତ୍ୟାବଶ୍ୟକ। ପୁଣି ସବୁବେଳେ ଗରମ ଓ ସଜ ରନ୍ଧା ଖାଦ୍ୟ ଖାଇବା ଜରୁରୀ। ଦିନରେ ଯଥେଷ୍ଟ ପାଣି ପିଇବା ଆବଶ୍ୟକ। ଏହି ସ୍‌ଥଳରେ ଆମେ ଥଣ୍ଡା ପାଣି ବଦଳରେ ଉଷୁମ ପାଣି ପିଇବାକୁ ଚେଷ୍ଟା କରିବା ଦରକାର। ଥଣ୍ଡା ପାନୀୟ ଓ ଖାଦ୍ୟ ଯେମିତି ଆଇସ୍‌କ୍ରିମ୍‌ ଖାଇବାକୁ ବାରଣ କରିବା। କାରଣ ଥଣ୍ଡା ପଦାର୍ଥ ଗଳା ଓ ଶ୍ଵାସନଳୀର ଆବଣର ସୁରକ୍ଷା ବ୍ୟବସ୍ଥାକୁ କମ୍‌ଜୋର କରିଥାଏ।

ସୁଷମ ଖାଦ୍ୟ କେମିତି ହେବା ଆବଶ୍ୟକ?

ସୁଷମ ଖାଦ୍ୟରେ ସମସ୍ତ ଖାଦ୍ୟ ତତ୍ତ୍ଵର ଉପଯୁକ୍ତ ମିଶ୍ରଣ ଏବଂ ସନ୍ତୁଳନ ଆବଶ୍ୟକ। ଖାସ୍‌ କରି ପ୍ରୋଟିନ୍‌‌, ଭିଟାମିନ୍‌ ଖଣିଜ ଲବଣ ଇତ୍ୟାଦି ପଦାର୍ଥ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟରେ ରହିବା ଆବଶ୍ୟକ।

ପ୍ରୋଟିନ୍ ଜାତୀୟ ଖାଦ୍ୟ କ’ଣ ଓ କେଉଁଠୁ ମିଳିବ?

ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଆମ ଶରୀରର ମରାମତି ତଥା ବିଭିନ୍ନ ଆଣ୍ଟିବଡି ତିଆରି ପାଇଁ ଆବଶ୍ୟକ ହୋଇଥାଏ। ଭାରି ସହଜ ଉପାଦାନରୁ ଆମ ଶରୀରକୁ ପ୍ରୋଟିନ୍‌‌ ମିଳିଥାଏ। ଏଥିଲାଗି ମେଡିସିନ୍‌ ଷ୍ଟୋର ଯିବା ଆବଶ୍ୟକ ନାହିଁ।  ଡାଲି, ମଟର, ବୁଟ, ଦହି, ଛେନା, ଅଣ୍ଡା ଇତ୍ୟାଦିରୁ ଏହା ମିଳିଥାଏ। ଏଣୁ ଭୋଜନରେ ଏହି ଜାତୀୟ  ଖାଦ୍ୟ ପ୍ରଚୁର ପରିମାଣରେ ରକ୍ଷା କରିବା ଅବାଶ୍ୟକ।

ପ୍ରୋଟିନ୍‌ ସହ ଖାଦ୍ୟରେ ଯେମିତି ଆବଶ୍ୟକ ପରିମାଣରେ ଭିଟାମିନ୍‌ ଓ ଖଣିଜଲବଣ ରହୁଥିବା ତାହାକୁ ବାଛିବାକୁ ହେବ। ନିମ୍ନରେ କିଛି ଭିଟାମିନ୍‌ ଉଦାହରଣ ଦିଆଗଲା।

ଭିଟାମିନ୍‌ ସି’: ଏହା ବିଭିନ୍ନ କ୍ଷତିକାରୀ ରସାୟନର କୁ ପ୍ରଭାବରୁ ଶରୀରର କୋଷଗୁଡ଼ିକୁ ରକ୍ଷା କରିଥାଏ। ଶରୀରର ରୋଗ ପ୍ରତିରୋଧକ ପାଇଁ ଅନେକ ଜୈବ ରସାୟନ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଭିଟାମିନ୍‌ ସି’ର ସୁଲଭ ପଦାର୍ଥ ମଧ୍ୟରୁ ଲେମ୍ବୁ ଅନ୍ୟତମ। ପ୍ରତିଦିନ ଲେମ୍ବୁ, ଲେମ୍ବୁପାଣି, ଲେମ୍ବୁ ଚା, ସେବନ ଭିଟାମିନ୍‌ ସି’ ଯୋଗାଇଥାଏ। 

ଭିଟାମିନ୍‌-ଏ ଏବଂ ଭିଟାମିନ୍‌ ଡି’: ଏହି ଭିଟାମିନ୍‌ଗୁଡ଼ିକ ଆମ ଶ୍ଵାସଯନ୍ତ୍ରର ଭିତର ପରସ୍ତ ( ଇନର ଲାଇନିଂ)ର ସୁରକ୍ଷା କରିବାରେ ସହାୟକ ହୋଇଥାଆନ୍ତି। ଭିଟାମିଡ଼୍‌ ଏ ପାଇଁ ଦୁଗ୍‌ଧ, ଅଣ୍ଡା, ଗାଜର, ଇତ୍ୟାଦିରୁ ଭିଟାମିନ୍‌ ଡି’ ପାଇଁ ପ୍ରତ୍ୟହ  ସକାଳେ ଅଧଘଣ୍ଟା ସୂର୍ଯ୍ୟକିରଣ ସମୟ ବିତାଇଲେ ଶରୀରରେ ତିଆରି ହୋଇଥାଏ। 

ଭିଟାମିନ୍‌ ବି କମ୍ପ୍ଲେକ୍ସ: ଏହି ବର୍ଗର ଭିଟାମିନ୍‌ ପ୍ରଦାହ ବିରୋଧୀ (ଆଣ୍ଟି ଇନ୍‌ଫ୍ଲାମେଟାରୀ)। ବି-୬ ଭିଟାମିନ୍‌ ରୋଗ ପ୍ରତିରୋଧ ବ୍ୟବସ୍ଥା ପ୍ରକ୍ରିୟାରେ ସହାୟକ ହୋଇଥାଏ। ଶାଗ, ପନିପରିବା, ଫଳ ପ୍ରଭୃତିରୁ ଭିଟାମିନ୍‌ ବି କମ୍ପେଲ୍କସ ପ୍ରଚୁର ପରିମାଣର ମିଳିଥାଏ। 

ଭିଟାମିନ୍‌-ଇ: ଏହା ଏକ ଶକ୍ତିଶାଳୀ ପ୍ରତିକାରକ ବା ଆଣ୍ଟି ଅକ୍ସିଡାଣ୍ଟ)। ଯାହା ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଶରୀରକୁ ସହା୍ରକ ହୋଇଥାଏ। ଗଜାମୁଗ, ଗଜାବୁଟରେ ଏହା ସହଜରେ ଓ ଶସ୍ତାରେ ମିଳିଥାଏ।

ଦ୍ଵିତୀୟରେ ଆଣ୍ଟି ଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ:

ଏହି ପ୍ରକାର ଖାଦ୍ୟ ଆମ ଶରୀରରେ ସୃଷତ୍ଟି ହେଉଥିବା କ୍ଷତିକାରକ ଅଣୁଜୀବକୁ ନଷ୍ଟ କରିଥାଏ। କୋଷିକା ଓ ତନ୍ତୁା ସଂରଚନାକୁ ସ୍ଥିରତା ପ୍ରଦାନ କରେ ଏବଂ ପ୍ରଦାହକୁ କମ୍‌ କରେ। ଭିଟାମିନ୍‌ ସି’ ଏବଂ ଇ’ ଛଡ଼ା ଖାଦ୍ୟରେ ଥିବା ଲାଲ୍‌, ହଳଦିଆ ରଙ୍ଗର ପନିପରିବା ଓ ଫଳରେ ବିଟାକେରାଟିନ୍‌ ନାମକ ପଦାର୍ଥ ପ୍ରଚୁର ପରିମାଣରେ ମିଳିଥାଏ। ଗାଜର, ବିଟ୍‌ରୁଟ୍‌, ବ୍ରୋକଲି, ଲାଲ୍‌ ଶାଗ, କଖାରୁ ପ୍ରଭୃତିରୁ ଏହା ମିଳିଥାଏ। ତା’ଛଡ଼ା ଗ୍ରୀନ୍‌ ଟି’ରେ ଥିବା ଫ୍ଲାଭିନଏଡ୍‌ ନାମକ ପଦାର୍ଥ ମଧ୍ୟ ଆଣତଟି ଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ। 

ଓମେଗା ୩ ଫ୍ୟାଟିଏସିଡ୍‌: ବାଦାମ, ଅଖରୋଟ୍‌, କଖାରୁ ମଞ୍ଜି, ଅଳସୀ ମଞ୍ଜି,ରେ ଥିବା ଏକ ସ୍ନେହସାର ତତ୍ତ୍ଵ ହେଉଛି ଓମେଗା-୩ ଫ୍ୟାଟିଏସିଡ୍‌। ଏହା ରୋଗ ପ୍ରତିରୋଧକ ନିୟନ୍ତ୍ରକ। ଡାକ୍ତରୀ ଭାଷାରେ ଇମ୍ୟୁନୋ ରେଗୁଲେଟର ବୋଲି ଏହି ବର୍ଗର ଖାଦ୍ୟକୁ କୁହାଯାଇଥାଏ।

ତୃତୀୟରେ ନିଶା ଦ୍ରବ୍ୟ ବର୍ଜନ:

ଧୂମ୍ରପାନ ଶ୍ଵାସନଳୀ ଓ ଫୁସ୍‌ଫୁସ୍‌ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦିଏ। ତେଣୁ ଧୂମ୍ରପାନ ବର୍ଜନ ନିହାତି ଆବଶ୍ୟକ। ସେହିପରି ମଦ୍ୟପାନ ଶରୀର ପ୍ରତିରକ୍ଷା ବ୍ୟବସ୍ଥା ପ୍ରତି କ୍ଷତିକାରକ ଏବଂ ତୁରନ୍ତ ବର୍ଜନୀୟ।

ବ୍ୟାୟାମ: ବ୍ୟାୟାମ ଦ୍ଵାରା ରକ୍ତ ସଂଚାଳନର ବୃଦ୍ଧି, ଦ୍ରୁତତର ତଥା ଗଭୀର ଶ୍ଵାସକ୍ରିୟା ଦ୍ଵାରା ମାଂସପେଶୀର ସଂକୋଚନ ପ୍ରସାରଣ ହୋଇ ଶରୀରକୁ ଅଧିକ ପୁଷ୍ଠ କରିଥାଏ। ଏହାଛଡ଼ା ଅଧ୍ୟନରୁ ପ୍ରମାଣିତ ହୋଇଛି ଯେ, ବ୍ୟାୟାମ ଦ୍ଵାରା ଶରୀରର ସହଜାତ ପ୍ରତିାକ୍ଷା ତଥା ପ୍ରତିରକ୍ଷାରେ ନିୟୋଜିତ କୋଷିକାଗୁଡ଼ିକର ବୃଦ୍ଧି ଘଟିଥାଏ। ବ୍ୟାୟାମ ଦ୍ଵାରା ଶରୀରରେ ପ୍ରଦାହକୁ ନିୟନ୍ତ୍ରଣ କରିବା କ୍ଷମତା ବଢ଼ିଥାଏ। ଲକ୍‌ଡାଉନ୍‌ ସମୟରେ ଘର ବାହାରକୁ ନଯାଇ ଘରର ଛାତ ଉପରେ ଘର ଭିତରେ ୱାକ୍‌ କରିହେବ। ଏପରିକି ଗୋଟିଏ ଜାଗାରେ ସ୍ଥିର ରହି ଚାଲିବା ଉପଯୋଗୀ ହେବ। ଦଣ୍ଡ, ବୈଠକ ଆଦି ବ୍ୟାୟାମ ମଧ୍ୟ କରାଯିବା ଯୁବକମାନଙ୍କ ପାଇଁ ସହଜ। ଦିନକୁ ୩୦ରୁ ୪୦ ମିନିଟ୍‌ ବ୍ୟାୟାମ ଜରୁରୀ।

ନିଦ୍ରା: 

ପ୍ରତ୍ୟେକ ବ୍ୟକ୍ତି ପାଇଁ ଦୈନିକ ପ୍ରାୟ ସାତ ଘଣ୍ଟା ଗଭୀର ନିଦ୍ରା ଆବଶ୍ୟକ ହୋଇଥାଏ। ନିଦ୍ରା ସମୟରେ ଶରୀରର ସମସ୍ତ କ୍ଷୟକ୍ଷତିର ମରାମତି ହୋଇଥାଏ। ରାତ୍ରୀକାଳୀନ ନିଦ୍ରା ଶରୀରରେ ଏକ ପ୍ରକାର ପ୍ରତିରକ୍ଷା କୋଷ ବା ଟିସେଲ୍‌ ପ୍ରଭାବ ବୃଦ୍ଧି କରି ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି କରିଥାଏ। ଏଣୁ ରାତିରେ ଅନିଦ୍ରା ନରହି ଶୀଘ୍ର ଶୋଇବା ଓ ଉପଯୁକ୍ତ ସମୟ ଶୋଇବା ନିହାତି ଜରୁରୀ।

ମାନସିକ ଅଶାନ୍ତି ଏବଂ ଚିନ୍ତା ଦୂର କରିବା 

ଚିନ୍ତା ହିଁ ଚିତାର କାରଣ। ଏ ସମୟରେ ରୋଗାକ୍ରାନ୍ତ ହେବାର ଚିନ୍ତା, ଆର୍ଥିକ ଚିନ୍ତା, କାର୍ଯ୍ୟ କ୍ଷେତ୍ରର ଚିନ୍ତା ଆମକୁ ମଅିୟମାଣ କରିଦେବା ସ୍ଵଭାବିକ। ଏହି ଚିନ୍ତା ଜନିତ ଉତ୍କଣ୍ଠା ଉଦ୍‌ବେଗ ଯୋଗୁ ଆମ ଶରୀରରେ ୖାନକ କ୍ଷତି ଘଟାଇଥାଏ। ଏହାଦ୍ଵାରା ଶରୀରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ବ୍ୟାୟାମ ଆମ ଶରୀରରେ ଉତ୍କଣ୍ଠା ଓ ଅବସାଦ ନିୟନ୍ତ୍ରିତ ହୋଇଥାଏ। ପ୍ରାଣାୟମ ଶ୍ଵାସ ଯନ୍ତ୍ରକୁ ଅଧିକ କ୍ରିୟାଶୀଳ କରିଥାଏ। ଧ୍ୟାନ କରିବା ଦ୍ଵାରା ଚିନ୍ତା ଓ ଆବେଗକୁ କମ୍‌ କରାଯାଇପାରେ।

ଅନ୍ୟ କେତୋଟି ଉପାୟ

  • ଡାଏବେଟିସ୍‌ ପରି ରୋଗରେ ଆକ୍ରାନ୍ତ ବ୍ୟକ୍ତି ନିୟମିତ ଔଷଧ ଖାଇ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ଜରୁରୀ। କାରଣ ଅଧିକ ରକ୍ତ ଶର୍କରା ସଂକ୍ରମଣକୁ ସୁଯୋଗ ଦେଇଥାଏ।
  • ବୃଦ୍ଧ ଓ ରୋଗୀମାନଙ୍କଠାରେ ଭିଟାମିନ୍‌ର ଅଭାବ ଆଶଙ୍କରଥିଲେ ଉପଯୁକ୍ତ ପରିମାଣରେ ଭିଟାମିନ୍‌ କ୍ୟାପ୍‌ସୁଲ୍‌ ଇତ୍ୟାଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଇବା ଉଚିତ।
  • ଘରୋଇ ପାରମ୍ପରିକ ଉପଚାର ଭାବେ ତୁଳସୀପତ୍ର, ହଳଦୀ ମିଶା କ୍ଷୀର, ରସୁଣ, ଅଦା, ସୁଣ୍ଠି ପ୍ରଭୃତି ସେବନ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
  • ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଜାରି ତୁଳସୀପତ୍ର, ଗୋଲମରିଚ, ସୁଣ୍ଠି, ଡାଲଚିନି କିଶମିଶ ଏବଂ ସ୍ଵାଦ ପାଇଁ ଗୁଡ଼ ପକାଇ କାଢ଼ା ତିଆରି କରି ଦିନକୁ ଥରେ ଦୁଇଥର ପିଇବା ପରାମର୍ଶ ଦିଆଯାଇଛି।

ଏସବୁ ପ୍ରତିକାର ପାଳନ କଲେ ଏବଂ ଏକ ସକରାତ୍ମକ ମନୋଭାବ ରଖି ଦୃଢ଼ତାର ସହିତ କରୋନା ଭୁତାଣୁର ପ୍ରତିାଧ ପାଇଁ ଅଣ୍ଟାଭିଡ଼ିଲେ ଆମେ ନିଶ୍ଚୟ ସଫଳତା ପାଇପାରିବା।

 

ଡା. ମହାପାତ୍ର ଜଣେ ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଭାବେ ସେବା କ୍ଷେତ୍ରଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ପ୍ରଶାସନ କ୍ଷେତ୍ରରେ କାମ କରିଛନ୍ତି।

 

Leave a Reply