ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଖାଦ୍ୟ, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ମଜଭୁତ ଇମ୍ୟୁନିଟି ପାୱାର ଦ୍ୱାରା ଶରୀରକୁ ଅନେକ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ । ଇମ୍ୟୁନିଟି ପାୱାରର ମାତ୍ରା ବଢିଲେ ଶରୀର ସୁସ୍ଥ ଓ ସବଳ ହୋଇପାରିଥାଏ ।

ଏହାର ମାତ୍ରା ବଢାଇବା ପାଇଁ ଖାସକରି ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଜାଣନ୍ତୁ…

ଅଁଳା- ଅଁଳାରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ଏହି ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକୁ ଶକ୍ତି ବଢାଇବାରେ ସାହର୍ଯ୍ୟ କରିଥାଏ ।

ପିଜୁଳି, ଅଙ୍ଗୁର, କଞ୍ଚା ଲଙ୍କା ଓ ଶିମଳା ଲଙ୍କାରେ ମଧ୍ୟ ଭିଟାମିନ୍ ସି ରହିଥାଏ । ଯାହାଦ୍ୱାରା ଶରୀରରେ ଇମ୍ୟୁନିଟି ପାୱାର ମଧ୍ୟ ବଢିବାରେ ସାହାଯ୍ୟ କରିଥାଏ ।

ହଳଦୀ ଓ ମହୁ- ହଳଦୀ ଦୈନ୍ୟନ୍ଦିନ ଜୀବନରେ ବିଭିନ୍ନ ପ୍ରକାରରେ କାମରେ ଲାଗିଥାଏ । ଏହା ପୂଜାରେ ବ୍ୟବହୃତ ହେଉଥିବା ସଙ୍ଗେସଙ୍ଗେ ବିଭିନ୍ନ ରୋଗରୁ ଉପଶମ ମଧ୍ୟ ଦେଇଥାଏ । ଉଭୟ ହଳଦୀ ଓ ମହୁ ଶରୀରରେ ଇମ୍ୟୁନିଟି ପାୱାର ବଢାଇବାରେ ସହାୟକ ହୋଇଥାଏ ।

ରସୁଣ- ରସୁଣ ଖାଦ୍ୟର ସ୍ୱାଦ ବଢାଇଥିବା ବେଳେ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ବ୍ଲଡ ପ୍ରେସର ଓ ହୃଦୟ ସମ୍ପର୍କିତ ରୋଗରୁ ମଧ୍ୟ ଉପଶମ ପ୍ରଦାନ କରିଥାଏ । ଏହି ରସୁଣ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଉଥିବା ବେଳେ ଥଣ୍ଡା-କାଶ ପରି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାଛଡା ଏଥିରେ ଥିବା ସଲଫର ୟୋଗିକ୍ ସଂକ୍ରମଣରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ ।

ତୁଳସୀ- ତୁଳସୀରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଥଣ୍ଡା ଓ ସର୍ଦ୍ଦିରୁ ଆରମ୍ଭ କରି ଇମ୍ୟୁନିଟି ପାୱାର ବଢାଇବାରେ ସହାୟକ କରିଥାଏ ତୁଳସୀ । ତୁଳସୀ କାଢା ମଧ୍ୟ ଥଣ୍ଡା ଜନିତ ଇନଫେକସନ ଦୂର କରିପାରିଥାଏ ।

ବ୍ରୋକଲି- ବ୍ରୋକଲିରେ ଭିଟାମିନ ସି ଭରପୂର ରହିଥାଏ । ଏପରିକି ସେଥିରେ ଫାଇଟୋକେମିକାଲ୍ସ ଓ ଆଣ୍ଟି ଅକ୍ସିଟାଣ୍ଟ ପର୍ଯ୍ୟପ୍ତ ପରିମାଣରେ ରହିଥାଏ । ଯାହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇଥାଏ ।

 

Leave a Reply

Your email address will not be published.