ବିଏସ-୬ ହୋଣ୍ଡା ୨ ଚକିଆ ୬୦ ହଜାର ବିକ୍ରୀ ମାଇଲଖୁଣ୍ଟ ଟପିଲା

ଭୁବନେଶ୍ୱର, (ଓଟି): କମ୍‍ ଶବ୍ଦ ବାଲା ହୋଣ୍ଡା ମୋଟରସାଇକଲ୍ ଏବଂ ସ୍କୁଟର ଏକ ନୂଆ ରେକର୍ଡ ସୃଷ୍ଟି କରିଛ । ଗଲା ତିନିମାସ ହେଲା ବଜାରରେ ପଅବେଶ କରିଥିବା ଏହାର ପ୍ରଥମ ଦୁଇ ବିଏସ୍-୬ ଉତ୍ପାଦ ଆକ୍ଟିଭା ୧୨୫ ବିଏସ୍-୬ ଓ ୧୨୫ ସିସି ମୋଟରସାଇକଲ୍ ଏସ୍ପି ୧୨୫ର ବିକ୍ରି ୬୦ହଜାର ଟପିଛି । ଏହା ଏକ ମାଇଲ୍‍ଖୁଣ୍ଟ ଏବଂ ସାରା ଦେଶରେ ଏଥିପାଇଁ ଆଦର ମିଳିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ବିଏସ୍‍-୬ ଇଞ୍ଜିନ୍‍ ଦ୍ୱାରା ଗାଡ଼ି ଷ୍ଟାର୍ଟ ଏବଂ ଚାଲିବା ସମୟରେ ଶବ୍ଦ ଯଥେଷ୍ଟ କମିଛି । ଏହାକୁ କମ୍ପାନୀ ନୀରବ ବିପ୍ଳବ ବା କ୍ୱାଇଟ୍‍ ରିଭୋଲ୍ୟୁସନ୍‍ ବୋଲି ବଣ୍ଣନା କରି ବଜାରରେ ନିଜକୁ ବିଜ୍ଞପିତ କରାଇଛି । ଏହି ସଫଳତା ବିଷୟରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ବିକ୍ରି ଓ ମାର୍କେଟିଂର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “ହୋଣ୍ଡା ବ୍ରାଣ୍ଡ୍ ଉପରେ କରି ବିଏସ୍-୬କୁ ପରିବର୍ତିତ ହେବା ବେଳେ ଆମର ମୂଲ୍ୟବାନ ଗ୍ରାହକଙ୍କ ବିଶ୍ୱାସକୁ ଆମେ ଧନ୍ୟବାଦ ଦେଉଛୁ । ପ୍ରଥମ ଦୁଇ ବିଏସ-୬ ମଡେଲ୍ (ଆକ୍ଟିଭା ୧୨୫ ବିଏସ-୬ ଓ ଏସପି ୧୨୫)ରେ ଥିବା ହୋଣ୍ଡାର ପ୍ରଯୁକ୍ତି ଅନେକ ପେଟେଂଟ୍ ଯଥା ଏନହାନ୍ସଡ ସ୍ମାର୍ଟ ପାୱାର (ଇଏସପି) ଓ ଏସିଜି ଷ୍ଟାର୍ଟର ମୋଟର ଆଦି ଜରିଆରେ ଏକ ଶାନ୍ତ ବିପ୍ଳବ ଆରମ୍ଭ କରିଛି । ଅନେକ ପ୍ରଥମ ଧରଣର ଅତ୍ୟାଧୁନିକ ବୈଶିଷ୍ଟ୍ୟ, ଉଲ୍ଲେଖନୀୟ ମାଇଲେଜ୍ ବୃଦ୍ଧି ସହିତ ସୁପରିୟର ମାନସିକ ଶାନ୍ତି ସହିତ ଦୁଇ ଚକିଆ ଶିଳ୍ପର ପ୍ରଥମ ୬ ବର୍ଷର ୱାରେଂଟି ଉଲ୍ଲାସକୁ ଦ୍ୱିଗୁଣିତ କରିଛି । ୨୦୨୦ ମାର୍ଚର ବିଏସ-୬ ସମୟ ସୀମାର ଏକ ତ୍ରୟମାସ ପୂର୍ବରୁ ଓ ସର୍ବଭାରତୀୟ ସ୍ତରରେ ଉପଲବ୍ଧତା ଶେଷ କରିନଥିବା ପୂର୍ବରୁ ୬୦,୦୦୦ ୟୁନିଟ ମାଇଲଖୁଂଟ ଅତିକ୍ରମ କରିବା ହେଉଛି ଭାରତୀୟ ଗ୍ରାହକଙ୍କ ହୋଣ୍ଡାର ବିଏସ-୬ ଯୁଗ ଉପରେ ବିଶ୍ୱାସର ପ୍ରମାଣ ।’’
ଆକ୍ଟିଭା ୧୨୫ ବିଏସ-୬ରେ ୨୬ ନୂଆ ପେଟେଂଟ୍କୁ ବ୍ୟବହାର କରାଯାଇଛି । ଏହା ୧୩% ଅଧିକ ମାଇଲେଜ୍ ପ୍ରଦାନ କରୁଥିବା ବେଳେ ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର୍, ଇଞ୍ଜିନ ଇନହିବିଟର, ଡିଜିଟାଲ ଆନାଲଗ ମିଟର, ଇଟିଂଗ୍ରେଟେଡ୍ ଡୁଆଲ ଫଙ୍କସନ ସ୍ୱିଚ୍ ଏବଂ ସ୍ୱତନ୍ତ୍ର ଛଅ ବର୍ଷର ୱରେଂଟି ଭଳି ସୁବିଧା ଏଥିରେ ରହିଛି । ଏହା ତିନିଟି ଭାରିଆଂଟ ଏବଂ ଚାରିଟି ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ଏହାର ଏକ୍ସ ସୋ’ରୁ ଦିଲ୍ଲୀ ମୂଲ୍ୟ ୬୭,୪୯୦ ଟଙ୍କାରୁ ଆରମ୍ଭ ହୋଇଛି ।
ଏସପି ୧୨୫ ବିଏସ-୬ରେ ୧୯ ପ୍ରକାର ନୂତନ ପେଟେଂଟ ବ୍ୟବହାର କରାଯାଇଛି । ଏହା ୧୬% ଅଧିକ ମାଇଲେଜ ପ୍ରଦାନ କରୁଛି । ଏହି ଛଅଟି ପ୍ରଥମ ଥର ପ୍ରଯୁକ୍ତି ଓ ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି । ଏଥିରେ ଫୁଲ ଡିଜିଟାଲ ମିଟର, ହେଡଲ୍ୟାମ୍ପ ବିମ୍, ଇକୋ ଇଣ୍ଡିକେଟର, ଗିୟର ପୋଜିସନ ଇଣ୍ଡିକେଟର ଆଦି ବ୍ୟବହାର କରାଯାଇଛି । ଏହା ଉପରେ ମଧ୍ୟ ଛଅ ବର୍ଷର ୱାରେଂଟି ପ୍ରଦାନ କରାଯାଉଛି । ଦୁଇଟି ଭାରିଆଂଟ ଓ ଚାରିଟି ରଙ୍ଗରେ ଉପଲବ୍ଧ ହେଉଥିବା ଏସପି ୧୨୫ ବିଏସ-୬ର ଏକ୍ସ ସୋ’ରୁମ୍ ନୂଆଦିଲ୍ଲୀ ଦାମ୍ ୭୨,୯୦୦ ଟଙ୍କାରୁ ଆରମ୍ଭ ହୋଇଛି ।

Leave a Reply

Your email address will not be published.